ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଆମ ଭାରତ ଆଉ କୋଣସି କ୍ଷେତ୍ରରରେ ପଛରେ ରହିନି । ଭାରତ ତିଆରି କଲା ବିଶ୍ଵର ସବୁଠୁ ବଡ ବିଲଡିଙ୍ଗ ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ । ଆମେରିକାରେ ଥିବା ପେଣ୍ଟାଗନ ବିଲଡିଙ୍ଗକୁ ବି ବାଦ୍ ଦେଇଛି ଏହି ବିଲଡିଙ୍ଗ । ପୂର୍ବରୁ ଦୀର୍ଘ 80 ବର୍ଷଧରି ଆମେରିକାର ପେଣ୍ଟାଗନ ବିଲଡିଙ୍ଗକୁ ସବୁଠାରୁ ବଡ ବିଲଡିଙ୍ଗର ମାନ୍ୟତା ଦିଆଯାଉଥିଲା କିନ୍ତୁ ଏବେ ସେହି ବିଲଡିଙ୍ଗ କୁ ପଛରେ ପକାଇଛି ଆମ ଭାରତର ବିଲଡିଙ୍ଗ ।
ପେଣ୍ଟାଗନକୁ ବାଦ୍ ଦେଇଥିବ ଏହି ବିଲଡିଙ୍ଗ ଭାରତର ସୁରତ ଠାରେ ତିଆରି ହୋଇଛି ଏବଂ ଏହାର ନାମ ଡାଇମୋଣ୍ଡ ବରସ୍ । ଏହି କମପ୍ଲେକ୍ସ ପାଇଁ କର୍ଚ୍ଚ ହେଇଛି ତିନି ହଜାର କୋଟି ଏବଂ ଏହା ତିଆରି ହେବାକୁ ଚାରି ବର୍ଷ ସମୟ ଲାଗିଥିଲା । ଚାରିବର୍ଷ ବ୍ୟତିକ୍ରମ ନେଇ ନିର୍ମାଣ ହୋଇଥିବା ଏହି ବିଲଡିଙ୍ଗରେ ରହିଛି ଚାରି ହଜାର ସାତ ଶହଟି ଅଫିସ । ତେବେ ଆମେରିକାର ବିଲଡିଙ୍ଗକୁ ବାଦ୍ ଦେଇଛି ଭାରତର ଏହି ବିଲଡିଙ୍ଗ ।
ଦେଶର ପ୍ରସିଦ୍ଧ ହୀରାବ୍ୟବସାୟର ଏହା ହେଉଛି ମୁଖ୍ୟ କେନ୍ଦ୍ର । ଏହି ବିଶ୍ଵର ସବୁଠୁ ବଡ ଅଫିସ ତିଆରି ପାଇଁ 3000 ହଜାର କୋଟି ଟଙ୍କା ବ୍ୟବହୃତ ହୋଇଥିବା ସୂଚନା ମିଳିଛି । ତେବେ ମୁଖ୍ୟ କଥା ହେଉଛି ଏହି ବିଲଡିଙ୍ଗ ନିର୍ମାଣ ହେବା ପୂର୍ବରୁ ହୀରା ବ୍ୟବସାୟୀମାନେ ଏହାକୁ କିଣିନେଇଥିଲେ । ଚାରିବର୍ଷ ଧରି ଏହି ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଥିଲା ଆଉ 35 ଏକର ଜାଗାରେ ନିର୍ମିତ ଏହି ବିଲଡିଙ୍ଗଟି 15 ମହଲା ଅଟେ ।
ଏହି ବିଲଡିଙ୍ଗରେ ହୀରାବ୍ୟବସାୟ ସହ 65 ହଜାରରୁ ଅଧିକ ପୋଲିସର୍ଷ ,କଟର୍ସ ଏବଂ ବ୍ୟବସାୟୀଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିବ । ତେବେ ଏହି ଅଫିସରେ ଚାରି ହଜାର ସାତ ଶହଟି ଅଫିସ ଓ ବ୍ୟବସାୟଙ୍କ ପାଇଁ 135 ଟି ଏଲିଭିଟର ସୁବିଧା କରାଯାଇଛି । ତେବେ ଆମେରିକାର ପେଣ୍ଟାଗନକୁ ପଛରେ ପକାଇଥିବା ସୁରତ ହୀରା ବିଲଡିଙ୍ଗକୁ ନେଇ ଚର୍ଚ୍ଚା ଥମିବାର ନାଁ ନଉନି ।
ଆସନ୍ତା ନଭେମ୍ବର ମାସରେ ମାନନୀୟ ନରେନ୍ଦ୍ର ମୋଦୀ ଏହି ବିଲଡିଙ୍ଗର ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।