ରାସନ କାର୍ଡ (Ration Card) ରେ ଏହିପରି ଯୋଡ଼ନ୍ତୁ ନିଜ ପତ୍ନୀ ଓ ପିଲାର ନାମ, ମାଗଣାରେ ମିଳିବ ଏହି ସବୁ ସୁବିଧା

ବନ୍ଧୁଗଣ ରାସନ କାର୍ଡ ଦ୍ଵାରା ଗରିବ ଲୋକମାନଙ୍କର ବହୁତ ସହାୟତା ହେଉଛି । ଏହି ରାସନ କାର୍ଡ ଦ୍ଵାରା ବହୁତ କମ ଟଙ୍କାରେ ଖାଦ୍ୟ ପଦାର୍ଥ ଓ କିରୋସିନ ଆଦି ମିଳୁଛି । ତେବେ ପୂର୍ବରୁ ରାସନ କାର୍ଡରେ କେବଳ ପରିବାର ମୁଖିଆଙ୍କ ନାମ ରହୁଥିଲା ଓ ନାମ ବଦଳାଇବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଯଦି ଆପଣ ଏକ ନୂତନ ପରିବାର ସଦସ୍ୟଙ୍କ ନାମ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି ତା ହେଲେ ଆପଣ ମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ମାନେ ଏହି କାମକୁ ଅତି ସହଜରେ ଓ ବହୁତ କମ ସମୟ ମଧ୍ୟରେ କରିପାରିବେ । ନୂତନ ନାମ ଯୋଡିବା ପାଇଁ ଆପଣ ମାନେ ଅନଲାଇନ କିମ୍ବା ଅଫଲାଇନ ମୋଡର ଚୟନ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଥମତଃ ହେଉଛି ଯଦି ଆପଣଙ୍କ ପିଲାର ନାମ ରାସନ କାର୍ଡରେ (Ration Card) ଯୋଡାବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଘରର ମୁଖ୍ୟଙ୍କ ରାସନ କାର୍ଡର (ଫଟୋ କପି ଓ ଅରିଜିନାଲ), ପିଲାର ଜନ୍ମ ପ୍ରମାଣପତ୍ର ଓ ଉଭୟ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ ହେବ ।ଦ୍ଵିତୀୟରେ ହେଉଛି ଯଦି ଘରେ ବିବାହ ପରେ ବୋହୂର ନାମ ଯୋଡାଯାଏ, ତେବେ ମହିଳାଙ୍କ ଆଧାର କାର୍ଡ, ବିବାହ ପ୍ରମାଣପତ୍ର, ସ୍ୱାମୀଙ୍କ ରେସନ କାର୍ଡ (ଫଟୋ କପି ଓ ଅରିଜିନାଲ) ଓ ପ୍ରଥମ ପିତାମାତାଙ୍କ ଘରୁ ଆସିବାର ପ୍ରମାଣପତ୍ର ବାଧ୍ୟତାମୂଳକ ।

ବନ୍ଧୁଗଣ ଅନଲାଇନରେ ଏହି ପରି ଭାବରେ ଆପଣ ନାମ ଯୋଡି ପାରିବେ-

ନୂଆଦିଲ୍ଲୀ: ରାସନ କାର୍ଡରେ (Ration Card) ଯଦି ଆପଣ ଏକ ନୂତନ ପରିବାର ସଦସ୍ୟଙ୍କ ନାମ ଯୋଡିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ । ଆପଣ ଏହି କାର୍ଯ୍ୟକୁ ସହଜରେ ଓ କିଛି ମିନିଟରେ କରିପାରିବେ । ଏକ ନୂତନ ନାମ ଯୋଡିବା ପାଇଁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ (Online or offline mode) ଚୟନ କରିପାରିବେ ।

ରେସନ କାର୍ଡରେ ନୂତନ ସଦସ୍ୟଙ୍କ ନାମ ଯୋଡିବାକୁ ଆବଶ୍ୟକ ଡକ୍ୟୁମେଣ୍ଟ-

୧. ଏହିପରି ଯୋଡନ୍ତୁ ପିଲାର ନାମ

ଯଦି ଆପଣଙ୍କ ପିଲାର ନାମ ରାସନ କାର୍ଡରେ (Ration Card) ଯୋଡାବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଘରର ମୁଖ୍ୟଙ୍କ ରାସନ କାର୍ଡର (ଫଟୋ କପି ଓ ଅରିଜିନାଲ), ପିଲାର ଜନ୍ମ ପ୍ରମାଣପତ୍ର ଓ ଉଭୟ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ ହେବ ।

୨. ଏପରି ଅନଲାଇନରେ ଯୋଡନ୍ତୁ ନୂତନ ସଦସ୍ୟଙ୍କ ନାମ

ଯଦି ଘରେ ବିବାହ ପରେ ବୋହୂର ନାମ ଯୋଡାଯାଏ, ତେବେ ମହିଳାଙ୍କ ଆଧାର କାର୍ଡ, ବିବାହ ପ୍ରମାଣପତ୍ର, ସ୍ୱାମୀଙ୍କ ରେସନ କାର୍ଡ (ଫଟୋ କପି ଓ ଅରିଜିନାଲ) ଓ ପ୍ରଥମ ପିତାମାତାଙ୍କ ଘରୁ ଆସିବାର ପ୍ରମାଣପତ୍ର ବାଧ୍ୟତାମୂଳକ ।


ଏହିପରି ଅନଲାଇନରେ ଯୋଡନ୍ତୁ ନାମ-

୧. ସର୍ବପ୍ରଥମେ ନିଜ ରାଜ୍ୟର ଖାଦ୍ୟ ଯୋଗାଣର ଅଫିସିଆଲ୍ ୱେବସାଇଟକୁ ଭିଜିଟ କରନ୍ତୁ ।

୨. ଯଦି ଆପଣ ଓଡ଼ିଶାରେ ଅଧିବାସୀ ତେବେ ଆପଣଙ୍କୁ ଏହି  (http://www.foododisha.in/ebitaran.asp?lnk=31) ଲିଙ୍କରେ ଭିଜିଟ କରିବାକୁ ପଡିବ ।

୩. ବର୍ତ୍ତମାନ ଆପଣଙ୍କୁ ଏଠାରେ ଏକ ଲଗଇନ୍ ID ତିଆରି କରିବାକୁ ପଡିବ, ଯଦି ଆପଣଙ୍କର ପୂର୍ବରୁ ଏକ ID ଅଛି, ତେବେ ସେହି ID ସହିତ ଲଗ୍ ଇନ୍ କରନ୍ତୁ ।

୪. ଏଠାରେ ହୋମ୍ ପେଜରେ ଏକ ନୂତନ ସଦସ୍ୟ ଯୋଡିବାର ବିକଳ୍ପ ଦେଖିବାକୁ ପାଇବେ ।

୫. ଏହା ଉପରେ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ଏକ ନୂତନ ଫର୍ମ ଆସିଯିବ ।

୬. ଏଠାରେ ଆପଣଙ୍କ ପରିବାରର ନୂତନ ସଦସ୍ୟଙ୍କ ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ କରନ୍ତୁ ।

୭. ଫର୍ମ ସହିତ ଆପଣଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସଫ୍ଟ କପି ମଧ୍ୟ ଅପଲୋଡ୍ କରିବାକୁ ପଡିବ ।

୮. ଫର୍ମ ସବମିଟ ପରେ ଏକ ପଞ୍ଜୀକରଣ ନମ୍ବର ଆପଣଙ୍କୁ ମିଳିବ ।

୯. ଏହା ସହିତ ଆପଣ ଏହି ପୋର୍ଟାଲରେ ଆପଣଙ୍କର ଫର୍ମର ସ୍ଥିତିକୁ ଟ୍ରାକ୍ କରିପାରିବେ ।

୧୦. ଅଧିକାରୀମାନେ ଫର୍ମ ଓ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ।

୧୧. ଯଦି ସବୁକିଛି ସଠିକ୍ ତେବେ ଆପଣଙ୍କ ଫର୍ମ ଏକସେପ୍ଟ କରିଦିଆଯିବ ଓ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଘରକୁ ରାସନ କାର୍ଡ ପଠାଇ ଦିଆଯିବ ।

ରାସନରେ ନୂତନ ସଦସ୍ୟଙ୍କ ନାମ ଯୋଡିବା ପାଇଁ ଅଫଲାଇନ୍ ପ୍ରକ୍ରିୟା-

୧. ପ୍ରଥମେ ଆପଣଙ୍କୁ ନିକଟତମ ଖାଦ୍ୟ ଯୋଗାଣ କେନ୍ଦ୍ରକୁ ଯିବାକୁ ପଡିବ ।

୨. ସାଥିରେ ସମସ୍ତ ଉଲ୍ଲେଖିତ ଦଲିଲଗୁଡ଼ିକୁ ସାଙ୍ଗରେ ନେବାକୁ ପଡିବ ।

୩. ସେଠାରେ ଆପଣଙ୍କୁ ନୂତନ ସଦସ୍ୟଙ୍କ ନାମ ଯୋଡିବାର ଫର୍ମ ମିଳିଯିବ ।

୪. ଏହାପରେ ସମସ୍ତ ସବିଶେଷ ତଥ୍ୟ ଫର୍ମରେ ପୂରଣ କରି ଡକ୍ୟୁମେଣ୍ଟ୍ ସହିତ ଏହି ଫର୍ମକୁ ଏଠାରେ ଦାଖଲ କରନ୍ତୁ ।

୫. ଆପଣଙ୍କୁ ଏଠାରେ କିଛି ଆବେଦନ ଫି ମଧ୍ୟ ଦାଖଲ କରିବାକୁ ପଡିବ ।

୭. ଫର୍ମ ଦାଖଲ ପରେ ଅଧିକାରୀମାନେ ଆପଣଙ୍କୁ ଏକ ରସିଦ ଦେବେ, ଯାହାକୁ ଆପଣ ଯତ୍ନରେ ରଖିବା ଉଚିତ୍ ।

୮. ଏହି ରସିଦ ମାଧ୍ୟମରେ ଆପଣ ଅନଲାଇନ୍ ଆବେଦନର ସ୍ଥିତି ଯାଞ୍ଚ କରିପାରିବେ ।

୯. ଅଧିକାରୀମାନେ ଆପଣଙ୍କର ଫର୍ମ ଯାଞ୍ଚ କରିବେ ଓ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆପଣ ଅତି କମରେ ୨ ସପ୍ତାହ ମଧ୍ୟରେ ଘରେ ଆପଣଙ୍କ ରାସନ ପାଇବେ । ତା ହେଲେ ବନ୍ଧୁଗଣ ଏହି ପ୍ରକ୍ରିୟାରେ ଆପଣ ନିଜ ରାସନ କାର୍ଡରେ ନିଜ ପରିବାର ସଦସ୍ୟଙ୍କ ନାମ ଅତି ସହଜରେ ଯଦି ପାରିବେ । ତେଣୁ ଆପଣ ମାନେ ଏହାର ଲାଭ ଶୀଘ୍ର ଉଠାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *