ବନ୍ଧୁଗଣ ଗୋଟେ ଛୁଆକୁ ତାର ମା ଠାରୁ ଅଧିକ ପ୍ରେମ କେହି ବି କରି ନଥାଏ । ମା ନିଜ ଛୁଆ ପାଇଁ କିଛି ବି କରିପାରେ । ଏମିତି ଏକ ଉଦାହରଣ ପାଲଟିଛନ୍ତି ଝାଡ଼ଖଣ୍ଡର ରାମଗଡ ଜିଲ୍ଲାର ରଜରପାରେ ରହୁଥିବା ସୁମିତ୍ରା ଦେବୀ । ସୁମିତ୍ରା ତିନି ବର୍ଷ ପର୍ଯ୍ୟନ୍ତ ଝାଡୁ ଲଗାଇ ନିଜ ତିନି ପୁଅଙ୍କୁ ଭବିଷ୍ୟତ ଏମିତି ଗଢିଲେ ଯାହାଫଳରେ ସେ ସମାଜ ପାଇଁ ଉଦାହରଣ ପାଲଟି ଗଲେ । ସୋସିଆଲ ମିଡିଆରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ଝାରଖଣ୍ଡର ବାସିନ୍ଧା ସୁମିତ୍ରା ଦେବୀ ରାସ୍ତା ଉପରେ ଝାଡୁ ଲଗାନ୍ତି । ସେ ନିଜ ତିନୋଟି ପୁଅଙ୍କୁ ପାଠ ପଢାଇ ଥିଲେ ଓ ଆଜି ତାଙ୍କର ତିନୋଟି ପୁଅ ସମ୍ମାନିତ ପଦରେ ଚାକିରି କରୁଛନ୍ତି । ସୁମିତ୍ରାଙ୍କ ଗୋଟେ ପୁଅ ମହେନ୍ଦ୍ର କୁମାର ବିହାରର ସୀମାଞ୍ଜ ଜିଲ୍ଲାରେ କଲେକ୍ଟର ଅଛନ୍ତି । ଦ୍ଵିତୀୟ ପୁଅ ବିରେନ୍ଦ୍ର କୁମାର ଭାରତୀୟ ରେଲୱେରେ ଚିଫ ଇଞ୍ଜିନିୟର ଅଟନ୍ତି । ତୃତୀୟ ପୁଅ ଧୀରେନ୍ଦ୍ର କୁମାର ମେଡିକାଲ ଅଫିସର ଅଟନ୍ତି ।
ସୁମିତ୍ରାଙ୍କ ଚାକିରି ଅବସର ସମୟରେ ଫେରୱେଲ ହୋଇଥିଲା ଆଉ ସେହି ସମୟ ସମସ୍ତଙ୍କ ପାଇଁ ସ୍ମରଣୀୟ ରହିଗଲା । ଏହି ଫେରୱେଲ ପ୍ରୋଗ୍ରାମରେ ସୁମିତ୍ରା ଦେବୀଙ୍କ ତିନୋଟି ପୁଅ ଆସିଥିଲା ଓ ସେତେବେଳେ ସୁମିତ୍ରା ଭାବ ବହୁଳ ହୋଇଯାଇଥିଲେ । ତିନୋଟି ଅଫିସର ପୁଅ ଅଲଗା ଅଲଗା କାରରେ ସେଠାରେ ପହଞ୍ଚି ଥିଲେ । ସୁମିତ୍ରା ନିଜ ଅଧିକାରୀ ମାନଙ୍କ ସହ ନିଜ ପୁଅ ମାନଙ୍କର ସାକ୍ଷାତ କରାଇଥିଲେ ସେତେବେଳେ ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସେତେବେଳେ ସୁମିତ୍ରା ଦେବୀଙ୍କ ସହ ଥିବା ଅଲଗା ସଫାଇ କର୍ମଚାରୀ ମାନେ ବହୁତ ଗର୍ବ ଅନୁଭବ କରିଥିଲେ । ଫେରୱେଲରେ ସୁମିତ୍ରା ନିଜ 30 ବର୍ଷର ଚାକିରି କଥା କହି ଭାବୁକ ହୋଇଯାଇଥିଲେ । ସେ କହିଥିଲେ ଯେ, ସେ ଝାଡୁ ଲଗାଇ ନିଜ ପୁଅ ମାନଙ୍କୁ ଅଫିସର କରିବାର ସ୍ଵପ୍ନ ଦେଖିଥିଲେ । ଭଗବାନଙ୍କ କୃପା ଓ ପୁଅ ମାନଙ୍କର କଷ୍ଟ ପାଇଁ ସେହି ସ୍ଵପ୍ନ ଆଜି ସତ ହୋଇଯାଇଛି ।

ଏହି ଖବରଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସମସ୍ତ ଲୋକଙ୍କ ପାଇଁ ସୁମିତ୍ରା ଦେବୀ ପ୍ରେରଣା ସାଜି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

