ନମସ୍କାର ବନ୍ଧୁଗଣ ତେବେ ମାର୍ଶାଘାଇ ବ୍ଲକର ଲଜ୍ୟା । ଦୀର୍ଘ ୧୫ ବର୍ଷହେବ ଜଣେ ସ୍ବାମୀ ପରିତକ୍ତା ମହିଳା ସ୍ଵାମୀଙ୍କ ଘର ଛାଡି ନିଜ ବାପଘରେ ରହିଆସୁଥିଲେ । ସ୍ଵାମୀ ପରିତକ୍ତା ମହିଳାଙ୍କ ସହ ରହୁଥିଲେ ତାଙ୍କର ଏକମାତ୍ର ଝିଅ । ଅସହାୟ ମହିଳା ଜଣଙ୍କ ତେଲଲୁଣ ସଂସାର ଚଳାଇବା ପାଇଁ ପାଳିଥିଲେ ଗାଇ ଓ ଛେଳି । ମଝିରେ ମଝିରେ ଆ ତା ଘରେ ମୁଲ ମଜୁରି ଭାବେ କାର୍ଯ୍ୟ କରି ଝିଅକୁ ପାଠ ପଢ଼ାଉଥିଲେ । ଏମିତି ସଂଘର୍ଷ ମୟ ଦିନ କାଟୁଥିଲେ ମାଆ ଓ ଝିଅ ।
ଅଚାନକ ସମୟର କାଳଚକ୍ରରେ ଛନ୍ଦି ହୋଇଗଲେ ଅସହାୟ ମହିଳା ଜଣଙ୍କ । ପାଖରେ ସ୍ଵାମୀ ନଥାଇ ହୋଇଥିଲେ ଗର୍ଭବତୀ । ଜନ୍ମ ଦେଇଥିଲେ ଏକ କନ୍ୟା ସନ୍ତାନ । ତେବେ ବର୍ତ୍ତମାନ ସେହି ବାର ଦିନର କନ୍ୟା ସନ୍ତାନ ଅନାଥ ଆଶ୍ରମରେ । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଦଶିପୁର ପଞ୍ଚାୟତ ଆଦମପୁର ଗାଁରେ । ସେହି ଗ୍ରାମର ପ୍ରାୟ ୫୫ବର୍ଷିୟ ରମେଶ ସ୍ବାଇଁ ନାମକ ବୟସ୍କ ବ୍ୟକ୍ତି ସେହି ଗ୍ରାମର ସ୍ବାମୀ ପରିତକ୍ତା ମହିଳାଙ୍କ ସହିତ ବର୍ଷେ ପୂର୍ବରୁ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲେ ।
ପ୍ରଥମେ ଜୋର୍ ଜବରଦସ୍ତ ଓ ପରେ ଲୋଭ ଦେଖାଇ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ କରାଇଥିଲେ । ଅସହାୟ ମହିଳା ଜଣଙ୍କ ଗର୍ଭଧାରଣର ଶେଷ ସମୟରେ ଯନ୍ତ୍ରଣା ହେବାରୁ ରମେଶ ସ୍ବାଇଁଙ୍କୁ ଫୋନ କରିଥିଲେ । ତେବେ ରମେଶ ମେଡିକାଲ ନେବାର ପ୍ରତିଶ୍ରୁତି ଦେଇ କହିଥିଲେ ତୁମେ ବିଲରାସ୍ତା ଦେଇ ରାସ୍ତା ଉପରକୁ ଚାଲ ମୁଁ ଏପଟେ ଗାଡ଼ିନେଇ ଯାଉଛି । ପ୍ରସବ ମହିଳା ଜଣଙ୍କ ଅମଣିଷ କଥାକୁ ବିଶ୍ଵାସ କରି ବିଲରେ ଚାଲି ଚାଲି ଯାଇଥିଲେ ।
ଅମଣିଷ ରମେଶ ନ ଆସିବାରୁ ମହିଳାଙ୍କ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଲା, ଅମଣିଷ ରମେଶ ନ ଆସିବା ଓ ଲୋକ ନିନ୍ଦାର ଚିନ୍ତା ତ ଅନ୍ୟପଟେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଅସହାୟ ମହିଳା । ଶେଷରେ ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ବିଲ ମଝିରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ପାଖ ଗାଁର ଲୋକମାନେ ମାଆ ଓ ନବଜାତ ଶିଶୁ କନ୍ୟାକୁ ବିଲମଝିରୁ ନେଇ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
ଏହି କୋମଳତି ନବଜାତ ଶିଶୁ କନ୍ୟାର ଦୋଷ କଣ ମାଆ ବାପ ଥାଇ ଏବେ ସେହି କୋମଳତି ଶିଶୁ କନ୍ୟା ଅନାଥ ଆଶ୍ରମରେ ଦିନ କାଟୁଛି । ତେବେ ଏଭଳି ପାପିଷ୍ଟଙ୍କ ପାଇଁ ଅନାଥ ଆଶ୍ରମରେ ଶିଶୁମାନଙ୍କ ସଂଖ୍ୟା ହୁହୁହୋଇ ବୃଦ୍ଧି ପାଉଛି । ଏଭଳି କାର୍ଯ୍ୟ କରୁଥିବା ଅମଣିଷ ମାନଙ୍କ ଉପରେ କଠୋର ରୁ କୋଠର ଦଣ୍ଡ ପ୍ରଦାନ କରାଗଲେ ଆଗାମୀ ଦିନରେ ଏଭଳି ଲଜ୍ୟା ଜନକ ପାପି ମାନଙ୍କର ଉପଦ୍ରବ ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

