ହଠାତ ସୋସିଆଲ ମିଡିଆରେ live ଆସି Rani Panda କାହିଁକି କହିଲେ ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ରାନୀ ପଣ୍ଡା ଙ୍କୁ ଓଡ଼ିଶା ରେ କିଏ ବା ନ ଜାଣେ । ରାନୀ ପଣ୍ଡା ଯାତ୍ରା ଦୁନିଆ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ନିଜର ନୃତ୍ୟ ଓ ଅଭିନୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ।

ନିଜର ବୟାନ ବାଜି ପାଇଁ ସେ ସୋସିଆଲ ମିଡ଼ିଆ ରେ ହାଇଲାଇଟ ରେ ରହିଥାନ୍ତି । ସେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସବୁବେଳେ ଆଗେଇ ଆସିଥାନ୍ତି । ତେବେ ଗତ କିଛି ଦିନ ତଳେ ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲେ । ସେ ଲାଇଭ ଆସି ବର୍ତ୍ତମାନ ତାଙ୍କର ବ୍ୟକ୍ତିଗତ ଜୀବନ ରେ କଣ ସବୁ ଘଟୁଛି ସେ ସମ୍ପର୍କରେ ଲୋକ ମାନଙ୍କୁ କହିଥିଲେ ।

ସେ ପ୍ରଥମେ କହିଥିଲେ ପୂର୍ବ ବର୍ଷ ତାଙ୍କ ପାଖରେ କାମ ଥିଲା ଓ ପଇସା ପତ୍ର ମଧ୍ୟ ଥିଲା ଯାହା ଦ୍ୱାରା ସେ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ କାମ ନାହିଁ ଘରେ ବସିଛନ୍ତି ତେଣୁ ସେ କାହାକୁ ସାହାଯ୍ୟ କରି ପାରୁ ନାହାନ୍ତି । କଳାକାର ଜୀବନ ଯେତେ ଦିନ ଖଟିବ ସେତେ ଦିନ ଖାଇବ ବୋଲି ସେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ସେ କୌଣସି ବଡ଼ ସେଲିବ୍ରିଟି ନୁହଁନ୍ତି ଯେ ବହୁତ ଟଙ୍କା ସଞ୍ଚୟ କରି ରଖିଛନ୍ତି । ସେ ପାଞ୍ଚ ବର୍ଷ ପୂର୍ବେ ମାସକୁ ୧୦ ହଜାର ଟଙ୍କା ଦରମା ପାଉଥିଲେ । ଯେଉଁଥିରୁ ସେ ୭ ହଜାର ଟଙ୍କା ଘର ଭଡା ଦେଉଥିଲେ ଓ ଦେଢ଼ ହଜାର ଟଙ୍କାର ପୋଷାକ କିଣୁଥିଲେ ଏବଂ ଆଉ ଦେଢ଼ ହଜାର ଟଙ୍କାର ଘର ଖର୍ଚ୍ଚ ଚଳାଉ ଥିଲେ ।

ସେ ଯାତ୍ରା କୁ ଆସିବା ପରେ ହିଁ ଭଲ ରେ ଜୀବନ କାଟିଲେ । ସେ କହିଥିଲେ ତାଙ୍କ ପାଖରେ କୌଣସି ବଡ଼ ଗାଡି କି ଘର ନାହିଁ ସେ ଭୁବନେଶ୍ୱର ରେ ଏକ ଭଡା ଘରେ ରହୁଛନ୍ତି । ସେ ପୂର୍ବ ରୁ ଯେଉଁ ସବୁ ଘରେ ଭଡା ରହୁଥିଲେ ସେହି ଘର ମାଲିକ ମାନେ ତାଙ୍କୁ ଗାଳି କରୁଥିଲେ ବେଶ୍ୟା ବୋଲି କହୁଥିଲେ ଧକା ମାରି ବାହାର କରିଦେଉଥିଲେ । ତାଙ୍କୁ କେହି ଘର ଭଡା କୁ ଦେବାକୁ ପସନ୍ଦ କରୁ ନ ଥିଲେ ।

କିନ୍ତୁ ବର୍ତ୍ତମାନ ସେ ଯାହା ଘରେ ଭଡା ରହୁଛନ୍ତି ସେହି ଘର ର ମାଲିକ ବହୁତ ଭଲ ଅଟନ୍ତି । ସେ ତାଙ୍କୁ ବହୁତ ଭଲ ପାଆନ୍ତି । ସେ କହିଥିଲେ ଯେ ଜଣେ ନାରୀ ହିଁ ଆଉ ଗୋଟେ ନାରୀ ର ମନ କଥା ବୁଝି ଥାଇ ପାରେ । ତେଣୁ ଏହି ଘର ର ମାଲିକ ଜଣେ ନାରୀ ହୋଇ ଥିବାରୁ ସେ ତାଙ୍କ ମନ କଥା ବୁଝିପାରିଲେ ଓ ତାଙ୍କୁ ଘର ଭଡା କୁ ଦେଲେ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *