ରାଣୀ ମୁଖାର୍ଜୀଙ୍କ ସହିତ ଏହି ସବୁ ଅଭିନେତ୍ରୀଙ୍କ ମାନଙ୍କ ସଉତୁଣୀ ବି ଦେଖା ଯାଆନ୍ତି ଏମାନଙ୍କ ଠାରୁ ବି ଅଧିକ ସୁନ୍ଦର

ସାଧାରଣ ଜୀବନରେ ଯଦି କୌଣସି ଝିଅ ଏକ ଡିଭୋର୍ସ କରିଥିବା ପୁଅ ସହ ବିବାହ କରନ୍ତି, ତେବେ ସେମାନଙ୍କୁ ଏଥିପାଇଁ ବହୁତ ଅପବାଦ ଓ ସମଜାର ଘୃଣା ସହିବାକୁ ପଡିଥାଏ । ହେଲେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହି ସବୁ କଥା ବହୁତ ସାମାନ୍ୟ ହୋଇଥାଏ । ବଲିଉଡର ଏମିତି ବହୁତ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ ଇଣ୍ଡଷ୍ଟ୍ରିର ଡିଭୋର୍ସ ହୋଇ ସାରିଥିବା ଲୋକ ମାନଙ୍କ ସହ ବିବାହ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀ ମାନଙ୍କର ସଉତୁଣୀ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ସ୍ଵାମୀ ଏମାନଙ୍କ ପୂର୍ବରୁ କାହା ସହ ବିବାହ କରିଥିଲେ ।

୧. ବିପାଶା ବାସୁ


ବିପାଶା ବାସୁ ହେଉଛନ୍ତି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କର ସୁନ୍ଦରତା ପଛରେ ବହୁତ ଲୋକ ପାଗଳ ହୁଅନ୍ତି । ବିପାଶାଙ୍କ ସଉତୁଣୀ ହେଉଛନ୍ତି ଜେନିଫର ୱିଙ୍ଗେଟ । ବିପାଶାଙ୍କ ପତି କରନ ସିଂହ ଗ୍ରୋଭରଙ୍କ ପୂର୍ବ ପତ୍ନୀ ହେଉଛନ୍ତି ଜେନିଫର । ଯଦି ଆମେ କଥା ହେବା ବିପାଶା ଓ ଜେନିଫରଙ୍କ ସୁନ୍ଦରତା ବିଷୟରେ, ତେବେ ବିପାଶାଙ୍କ ଠାରୁ ଚାରି ଗୁଣ ଅଧିକ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି ଜେନିଫର ।

୨. ଶିଲ୍ପା ସେଟ୍ଟୀ


ନିଜର ଅଭିନୟ ଦ୍ଵାରା ସବୁ ଲୋକଙ୍କ ମନକୁ ଜିତି ଥିବା ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ରୂପେ ପରିଚିତ । ଶିଲ୍ପାଙ୍କ ସଉତୁଣୀ ହେଉଛନ୍ତି କବିତା, ଯିଏ ଶିଲ୍ପାଙ୍କ ସ୍ଵାମୀ ରାଜକୁନ୍ଦ୍ରାଙ୍କ ସହ ବହୁତ ବର୍ଷ ପୂର୍ବରୁ ପ୍ରଥମେ ବିବାହ କରିଥିଲେ । ଏହା ପରେ ଏହି ଦୁଇଜଣଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ସୁନ୍ଦରତା ମାମଲାରେ କବିତା ଶିଲ୍ପାଙ୍କୁ ପଛରେ ପକାଇଦେବେ ।

୩. ରବିନା ଟଣ୍ଡନ


ବଲିଉଡର ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରବିନା ଆସନ୍ତି । ରବିନାଙ୍କ ସଉତୁଣୀଙ୍କର ନାମ ହେଉଛି ନତାସା ଶିପୀ । ରବିନାଙ୍କ ସ୍ଵାମୀ ଆନିଲ ଥଦାନିଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ନତାସା । ରବିନାଙ୍କ ସଉତୁଣୀ ନତସାଙ୍କୁ ଲାଇମ ଲାଇଟ ସାମ୍ନାକୁ ଆସିବା ପାଇଁ ଭଲ ଲାଗେ ନାହିଁ । ରବିନାଙ୍କ ପରି ନତାସା ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାନ୍ତି ।

୪. କରିନା କପୁର


କରିନା କପୁର ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । କରିନାଙ୍କ ସଉତୁଣୀ ହେଉଛନ୍ତି ଅମୃତା ସିଂହ । ଅମୃତା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଅମୃତା ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ସହ ବିବାହ କରିଥିଲେ, ହେଲେ ବୟସର ସୀମାକୁ ଦେଖି ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା । ଏହା ପରେ ସେଫ କରିନାଙ୍କ ସହ ବିବାହ କରିଥିଲେ । ଅମୃତା ମଧ୍ୟ ତାଙ୍କ ସମୟରେ ବହୁତ ସୁନ୍ଦର ଓ ଆକର୍ଷିତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ ।

୫. ରାନୀ ମୁଖାର୍ଜୀ


ରାନୀ ମୁଖାର୍ଜୀ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ । ରାନୀଙ୍କ ସ୍ଵାମୀ ଆଦିତ୍ୟ ଚୋପଡା ରାନୀଙ୍କୁ ବିବାହ କରିବା ପୂର୍ବରୁ ପାୟଲ ଖନାଙ୍କ ସହ ବିବାହ କରିଥିଲେ, ହେଲେ କିଛି ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଥିଲା । ସୁନ୍ଦରତା ମାମଲାରେ ରାନୀଙ୍କ ଠାରୁ ଅଧିକ ସୁନ୍ଦର ହେଉଛନ୍ତି ପାୟଲ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *