ଏହି ମନ୍ଦିରର ସୁରକ୍ଷା କରିଥାଏ ଏକ ଭୟଙ୍କର ନାଗ ସାପ, ଯାହାର ରହସ୍ୟ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ୨୦୧୧ ମସିହାରେ ଭାରତରେ କେରଳ ରାଜ୍ୟରେ ଏକ ମନ୍ଦିର ବହୁତ ଚର୍ଚାରେ ଆସିଯାଇଥିଲା । କାରଣ ସେହି ସମୟରେ ପ୍ରାଚୀନ କାଳରୁ ଥିବା ମନ୍ଦିରର ୬ଟି କବାଟ ମଧ୍ୟରୁ ସରକାରଙ୍କ ଆଦେଶରେ ୫ଟି କବାଟକୁ ଖୋଲା ଯାଇଥିଲା । ସେହି ସବୁ କବାଟକୁ ଖୋଲିବା ପରେ ଲୋକମାନଙ୍କ ହୋସ ଉଡିଯାଇଥିଲା । କାରଣ ସେହି ସବୁ କବାଟ ଘର ଭିତରୁ ପ୍ରଚୁର ପରିମାଣରେ ସୁନା ଚାନ୍ଦି ମିଳିଥିଲା ଓ ସେହି ସବୁ ସୁନା ଚାନ୍ଦିର ମୂଲ୍ୟ ଆନୁମାନିକ ୨୨୦୦ କୋଟି ଟଙ୍କା ଥିଲା ।

ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସରକାର ସେହି ମନ୍ଦିରର ୬ ଗୋଟି କବାଟକୁ ତ ଖୋଲିଦେଲେ ହେଲେ ସେହି ୬ ନମ୍ବର କବାଟକୁ କାହିଁକି ଖୋଲିଲେ ନାହିଁ । ବନ୍ଧୁଗଣ ଏହି ୬ ନମ୍ବର କବାଟର ରହସ୍ୟ ବହୁତ ବଡ ରହିଛି ଯିଏ ବି ଏହି କବାଟ ଖୋଲିଛି ସେ ମରିଛି । ସେହି ୬ ନମ୍ବର କବାଟକୁ ନେଇ ଅନେକ ରହସ୍ୟ ରହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସବୁ ରହସ୍ୟ ଗୁଡିକ ବିଷୟରେ । କେରଳର ଥିରୁଭନାଥପୁରମ ସ୍ଥିତ ପଦ୍ମନାଭ ସ୍ଵାମୀ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଛି । ଏହି ମନ୍ଦିରଟି ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଅଛି । ଏହି ମନ୍ଦିରର ଗଣନ କିଛି ରହସ୍ୟମୟ ସ୍ଥାନରେ ହୋଇଥାଏ । ଏହି ମନ୍ଦିରଟି ଭାରତର ପ୍ରମୁଖ ବୈଷ୍ଣବ ମନ୍ଦିରରେ ସାମିଲ ଅଛି ।

ପଦ୍ମନାଭ ସ୍ଵାମୀ ମନ୍ଦିର ବିଷ୍ଣୁ ଭଗବାନଙ୍କ ଆରଧନା ସ୍ଥଳ ଅଟେ । ଏହି ମନ୍ଦିର ସହ ଏକ ପୌରାଣିକ କଥା ରହିଛି । କୁହାଯାଏ ସର୍ବ ପ୍ରଥମେ ଏହି ସ୍ଥାନରେ ଭଗବାନ ବିଷ୍ଣୁଙ୍କ ପ୍ରତିଭା ସ୍ଥାପିତ କରାଯାଇଥିଲା । ଯାହାଫଳରେ ସେହି ସ୍ଥାନରେ ଏହି ମନ୍ଦିରର ନିର୍ମାଣ କରଯାଇଥିଲା । ଏହି ମନ୍ଦିରରେ ଭଗବାନ ବିଷ୍ଣୁ ସପ୍ତ ଫେଣି ନାଗ ଉପରେ ସୟନ ରୂପରେ ବିରାଜମାନ ଅଛନ୍ତି ।

ଭଗବାନଙ୍କ ଶୋଇବା ଅବସ୍ଥାକୁ ପଦ୍ମନାଭ କୁହାଯାଏ ସେଥିପାଇଁ ଏହି ମନ୍ଦିରର ନାମ ପଦ୍ମନାଭ ରଖାଯାଇଛି । ବନ୍ଧୁଗଣ ଯେତେବେଳେ ସରକାର ଏହି ମନ୍ଦିରର ସମସ୍ତ କବାଟକୁ ଖୋଲିବାର ଆଦେଶ ଦେଲେ ସେତେବେଳେ ପାଞ୍ଚଟି କବାଟ ଖୋଲା ଯାଇଥିଲା ଓ ସେଥିରୁ ସୁନା ଚାନ୍ଦି ମିଳିଥିଲା । ହେଲେ ଯେତେବେଳେ 6 ନମ୍ବର କବାଟକୁ ଖୋଲିବା ପାଇଁ ଟିମ ଆଗକୁ ବଢିଲେ ସେତେବେଳେ ସେହି 6 ନମ୍ବର କବାଟକୁ ଦେଖି ସେମାନେ ଭୟବିତ ହୋଇଯାଇଥିଲେ । ସେହି କବାଟରେ ଭୟଙ୍କର ସାପ କଳା କୃତିତ୍ଵ ହୋଇଛି ।

ସେହି କବାଟରେ ଦୁଇଟି ନାଗର ପ୍ରତିଛବି ଅଛି ଓ ସେହି କବାଟରେ ଲେଖା ହୋଇଛି ଯଦି ଏହାକୁ ଖୋଲାଯିବ ତା ହେଲେ ବହୁତ ଖରାପ ହେବ । ପୌରାଣିକ ମାନ୍ୟତା ଅନୁସାରେ ଏହି କବାଟକୁ କେବଳ ଗରୁଡ ପୁରାଣର ସଠିକ ଉଚ୍ଚାରଣ କରି ଖୋଲା ଯାଇପାରିବ । ଆଜି ପର୍ଯ୍ୟନ୍ତ ଏହି କବାଟକୁ କେହି ସଫଳତା ପୂର୍ବକ ଖୋଲି ପାରି ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମନ୍ଦିରର ରହସ୍ୟ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *