‘ବହୁତ ଡିରେକ୍ଟର ମତେ ଅପମାନ ଦେଇଛନ୍ତି, ସେଥିପାଇଁ ଅଡିସନ ଦେବାକୁ ଯାଏନି, ପେଟ ପୋଡିଗଲେ ବି ମୁଁ କେବେ…’ କମେଡିଆନ Rabi Kumar କହିଲେ ନିଜ ଦୁଃଖ କାହାଣୀ

ବନ୍ଧୁଗଣ, ଓଲିଉଡ ର କମେଡିଆନ ରବି କୁମାର ନିଜ ଫ୍ୟାନ୍ସ ମାନଙ୍କ ସହିତ କିଛି ବିଶେଷ କଥା ସେୟାର କରିଛନ୍ତି । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । କମେଡିଆନ ରବି କୁମାର କହିଛନ୍ତି ଯେ ଦୟା ବ୍ରିଜରେ ଯେତେବେଳେ ଅଶୋକା ଫିଲ୍ମ ସୁ-ଟି-ଙ୍ଗ ଚାଲିଥିଲା, ସେତେବେଳେ କରିନା କପୁର ଆସିଥିଲେ ଏବଂ ରବି ସେଲଫି ପାଇଁ ଯାଇଥିଲେ ତାଙ୍କୁ ସେତେବେଳେ ପୋଲିସ ବାଡେଇଥିଲେ । ମାତ୍ର ସେଠାରେ ସେ ପେନସିଲ କାଢି କରିନା କପୁର ଙ୍କ ଚିତ୍ର ଆଙ୍କି ଦେଲେ ।

ଏହାପରେ କରିନା ଙ୍କ ପିଏ ଆସି ତାଙ୍କୁ କରିନା ପାଖକୁ ନେଇ ଯାଇଥିଲେ । ଏହାପରେ ନ୍ୟୁଜରେ ତାଙ୍କ ନାମ ଆସିଥିଲା ଏବଂ ସେ ବହୁତ ଖୁସି ହୋଇଥିଲେ । ଏହାପରେ ସମୟ ହାତରେ ଡୋରୀ ଚଳଚିତ୍ରରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସାଙ୍ଗ କ୍ୟାରେକ୍ଟରରେ ତାଙ୍କୁ ସୁଯୋଗ ମିଳିଥିଲା ଅଭିନୟ କରିବାକୁ । ଏହିଭଳି ଭାବରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ମାତ୍ର ଯିବା ଆସିବାରେ ଖର୍ଚ୍ଚ କରିବାକୁ ପଡିଥାଏ, ଭୋକ ଉପାସରେ ମଧ୍ୟ ସୁଟିଙ୍ଗ କରିବାକୁ ଜାଆନ୍ତି ରବି କିନ୍ତୁ ସେ କାହାକୁ ଅନୁଭବ ହେବାକୁ ଦିଅନ୍ତି ନାହିଁ ଯେ ସେ ଠିକ ନାହାଁନ୍ତି । ପେଟ ପୋଡିଯାଉଥାଏ କିନ୍ତୁ ସେ ଦର୍ଶକ ମାନଙ୍କୁ ହସାଇଥାନ୍ତି । କୌଣସି ଚଳଚିତ୍ର ରେ ଅଭିନୟ କରିବା ଏତେ ସହଜ ନୁହେଁ କି ଏଣ୍ଟ୍ରି କରିବା ଏତେ ସହଜ ନୁହେଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ପାଖାପାଖି ସିନେମା ରେ କମେଡିଆନ ଭୂମିକାରେ ଅଭିନୟ କରିସାରିଛନ୍ତି ରବି କୁମାର । ରବି ଙ୍କ ବଡ ପରିବାର ଏଣୁ ସେ କାହା ପାଖକୁ କେବେ କିଛି ମାଗିବାକୁ ଯାଇନାହାଁନ୍ତି । କେଉଁଠାରେ ଆର୍ଟ କରିବା କେଉଁଠି ଖଟିବା, ତ କେତେବେଳେ କାମ ନଥିବ, ଅଭାବ ଥିଲେ ମଧ୍ୟ ସେ କେବେ କାହାକୁ ମାଗିନାହାଁନ୍ତି ।

କାହାଠାରୁ କରାଯା ନେଲେ ବହୁତ ଟେନସନ ହୋଇଥାଏ ଏଣୁ ସେ ନିଜେ ଯେତେ ପାରନ୍ତି ସେତେ କିଛି ନା କିଛି ପରିଶ୍ରମ କରି ପରିବାରର ପେଟ ପୋଷିଥାନ୍ତି । ବର୍ତ୍ତମାନ ସବୁ କିଛି ଭଗବାନ ଙ୍କ ଆଶୀର୍ବାଦରୁ ସବୁକିଛି ଭଲ ଚାଲିଛି । ସ୍ଟେଜ ଉପରେ ତାଙ୍କର ଗୋଟିଏ ସ୍ଵତନ୍ତ୍ର ନାମ ରହିଅଛି ତାହା ହେଉଛି ବ୍ଲାକ ରବି । ତେବେ ଏହିଭଳି ଭାବରେ ରବି କୁମାର କିଛି ମନର କଥା ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *