ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସାଉଥର ପୁଷ୍ପା ଫିଲ୍ମ ବିଷୟରେ ତ ନିଶ୍ଚୟ ଜାଣିଥିବେ । ତେବେ ୨୦୨୧ ଡିସେମ୍ବର ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ । ଓଟିଟି ମଞ୍ଚରେ ମଧ୍ୟ ଏଇ ଚଳଚ୍ଚିତ୍ରର ପ୍ରିମିୟର୍ ହୋଇ ଏହା ଆଶାତୀତ ଭାବେ ଦର୍ଶକାଦୃତି ଲାଭ କରିଥିଲା । ହିନ୍ଦୀ ଭାଷାରେ ଏହା ଏବେ ମୁକ୍ତିଲାଭ କରିବାକୁ ଯାଉଛି । ଢିଞ୍ଚାକ୍ ଟିଭି ଚ୍ୟାନେଲ୍ରେ ପ୍ରିମିୟର୍ ହେବାକୁଥିବା ଏଇ ଫିଲ୍ମର ପ୍ରଯୋଜନା କରୁଛନ୍ତି ମନୀଷ ଶାହା ।
ତେବେ ଏହି ଫିଲ୍ମ ବହୁତ ଜୋର ସୋର ରେ ରୋଜଗାର ମଧ୍ୟ କରୁଛି ୩୦୦ କୋଟି ରୁ ମଧ୍ୟ ଅଧିକ ରୋଜଗାର କରି ସାରିଲାଣି । ତେବେ ଏଥିରେ ଅଲଲୁ ଅର୍ଜୁନ ଏବଂ ରଶ୍ମିକା ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମ ଏକ ବାସ୍ତବ କଥା ଉପରେ ଆଧାରିତ ହୋଇଛି ତେବେ ଏହା ବିରପ୍ପାନ ଡାକୁ ର କାହାଣୀ ରୁ ପ୍ରେରିତ ହୋଇ ଏହି ସିନେମା ପ୍ରସ୍ତୁତ କରାଯାଇଛି । ତେବେ ଏହି ବିରପ୍ପାନ ଡାକୁ କିଏ ଆସନ୍ତୁ ଜାଣିନେବା ସେହି ବିଷୟରେ ।
ତେବେ ବିରପ୍ପାନ ହେଉଛି ତାମିଲନାଡୁ ଏବଂ କର୍ଣ୍ଣାଟକ ଜଂଗଲ ରେ ରାଜ କରୁଥିବା ଏକ ଭୟାନକ ଡାକୁ ଯାହାକୁ ଧରିବା ଏକ ପ୍ରକାରର ଅସମ୍ଭବ କାର୍ଯ୍ୟ ଥିଲା । ତେବେ ଏହି ବିରପ୍ପାନ ଛୋଟ ବୟସ ରୁ ହିଁ ଜଣଙ୍କୁ ହତ୍ୟା କରି ଦେଇଥିଲା ଏବଂ ପରେ ଜଂଗଲ ରେ ସେ ଅନେକ ହାତୀ ମାନଂକୁ ମାରି ତାଙ୍କ ଦାନ୍ତ ର ସ୍ମଗଲିଂ କରୁଥିଲା ଏବଂ ଜଂଗଲ ରେ ଥିବା ଲାଲ ଚନ୍ଦନ କାଠ ର ମଧ୍ୟ ସେ ସ୍ମଗଲିଙ୍ଗ କରୁଥିଲା ଏବଂ ସେ ପଇସା ପାଇଁ କିଛି ବି କରି ଦେଇପାରେ ।
ତେବେ ହାତୀକୁ ହତୟା କରିବାର ତାର ପ୍ରିୟ ଶୈଳୀ ଥିଲା ସେ ତାହାର କପାଳର ମଝିକୁ ଗୁଳି କରିଥାଏ । ତେବେ ୨୦୦୦ ମସିହାରେ, ବିରାପ୍ପାନ ଦକ୍ଷିଣ ଭାରତୀୟ ପ୍ରସିଦ୍ଧ ଅଭିନେତା ରାଜ କୁମାରଙ୍କୁ ଅପହରଣ କରିଥିଲା । ରାଜକୁମାର ୧୦୦ ଦିନରୁ ଅଧିକ ସମୟ ବିରାପାନ କବଜାରେ ରହିଥିଲେ । ଏହି ସମୟରେ ସେ କର୍ଣ୍ଣାଟକ ଏବଂ ତାମିଲନାଡୁର ଉଭୟ ରାଜ୍ୟ ସରକାରଙ୍କୁ ନାକେଦମ୍ କରିଥିଲା ।
ତେବେ ଏହା ପରେ ଜୟଲଳିତା ବିଜୟ କୁମାର ଙ୍କୁ ତାମିଲନାଡୁ ସ୍ପେଶାଲ ଟାସ୍କ ଫୋର୍ସର ମୁଖ୍ୟ କରିଲେ ଏବଂ ଏସଟିଏଫର ମୁଖ୍ୟ ହେବା ମାତ୍ରେ ବିଜୟ କୁମାର ବିରାପ୍ପାନ ବିଷୟରେ ଗୁପ୍ତ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଥିଲେ । ସେ ଜାଣିବାକୁ ପାଇଥିଲେ ଯେ ବିରାପ୍ପାନ ଆଖିରେ ସମସ୍ୟା ଅଛି । ନିଜ ନିଶରେ ଅଞ୍ଜିର ଲଗେଇବା ସମୟରେ କିଛି ବୁନ୍ଦା ତାର ଆଖିରେ ପଡିଯାଇଥିଲା ।
ତେବେ ବିଜୟ କୁମାର କହିଛନ୍ତି କି “ବିରାପ୍ପାନ ବାହ୍ୟ ଜଗତକୁ ଅଡିଓ ଏବଂ ଭିଡିଓ ଟେପ୍ ପଠାଇବାକୁ ଭଲ ଲାଗୁଥିଲା । ଥରେ ଏହିପରି ଗୋଟିଏ ଭିଡିଓରେ ଆମେ ଦେଖିଲୁ ବିରାପ୍ପାନକୁ କାଗଜରେ ଥିବା କିଛି ଲେଖା ପଢିବାକୁ ଅସୁବିଧା ହେଉଛି । ସେତେବେଳେ ଆମେ ପ୍ରଥମ ସୂଚନା ପାଇଲୁ ଯେ ତାର ଆଖିରେ କିଛି ସମସ୍ୟା ଅଛି । ତା’ପରେ ଆମେ ସ୍ଥିର କଲୁ ଯେ ଆମେ ଆମର ଦଳକୁ ହ୍ରାସ କରିବୁ ।
ଯେତେବେଳେ ବି ଆମେ ବଡ଼ ଦଳ ପାଇଁ ରାସନ କିଣୁଥିଲୁ, ଏହା ଲୋକମାନଙ୍କ ନଜରକୁ ଆସିଯାଉଥିଲା ଏବଂ ବିରାପ୍ପାନ ଆମ ବିଷୟରେ ଆଗରୁ ଜାଣିପାରୁଥିଲା । ତେଣୁ ଆମେ ୬ ଜଣିଆ ଅନେକ ଟିମ୍ ଗଠନ କରିଥିଲୁ । ବିରାପ୍ପାନ ପାଇଁ ଜାଲ ବିଛାଇ ତାର ଆଖି ଚିକିତ୍ସା କରିବାକୁ ଜଙ୍ଗଲରୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲୁ । ତା ପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ଏସକେଏସ ହସ୍ପିଟାଲ ସାଲେମ ଲେଖାଯାଇଥିଲା ।
ତେବେ ଏସଟିଏଫ ସଦସ୍ୟ ସେହି ଆମ୍ବୁଲାନ୍ସରେ ପ୍ରଥମରୁ ବସିଥିଲେ । ବିରାପାନ ସେହିଦିନ ଧଳା ରଙ୍ଗର ପୋଷାକ ପିନ୍ଧିଥିଲା ଏବଂ ନିଜ ପରିଚୟ ଲୁଚେଇବି ପାଇଁ ତାର ଫେମସ ହ୍ୟାଣ୍ଡେଲବାର୍ ନିଶ କାଟି ଦେଇଥିଲା । ତେବେ ପ୍ରଥମ ଗୁଳି ସେମାନଙ୍କ ତରଫରୁ ଆସିଥିଲା । ପରେ ପୋଲିସ ମଧ୍ୟ ଗୁଳି ବର୍ଷା କରିଥିଲା ସମୁଦାୟ ୩୩୮ ରାଉଣ୍ଡ ଗୁଳି ଚାଲିଥିଲା କିନ୍ତୁ ବିରପ୍ପାନ କୁ ମାତ୍ର ଦୁଇଟି ଗୁଳି ଲାଗିଥିଲା ।
ତେବେ ଏହି ଏନକାଉଣ୍ଟର ଖବରଟି ଚାରିଆଡେ ବ୍ୟାପିଗଲା ଏବଂ ଏହାକୁ କେହି ବିଶ୍ୱାସ ମଧ୍ୟ କରୁ ନଥିଲେ । ତେବେ ଶେଷରେ ଏକ ଭୟଙ୍କର ଡାକୁ ର ଅନ୍ତ ଘଟିଥିଲା । ତେବେ ଏହା କୁ ପ୍ରେରିତ ହୋଇ ପୁଷ୍ପା ସିନେମା ପ୍ରସ୍ତୁତ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।