ସାବଧାନ ! ଟିକା ନୁହେଁ ବରଂ କରୋନାରେ ଏହି କାରଣରୁ ନପୁଂସକ ହେଉଛନ୍ତି ପୁରୁଷ, ଅଧ୍ୟୟନ କ’ଣ କହୁଛି ଜାଣନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଏହିପରି ଭୟଙ୍କର ସମୟ ରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି ।

ବନ୍ଧୁଗଣ କରୋନା ରୁ ବଞ୍ଚିବା ପାଇଁ ବର୍ତ୍ତମାନ ଗୋଟିଏ ଅସ୍ତ୍ର ହେଉଛି ଟୀକାକରଣ । ତେବେ ଏହି ସମୟ ରେ କିଛି ଗୁଜବ ପ୍ରକାଶ ପାଉଛି ଯେ ଟୀକା ନେବା ଦ୍ଵାରା ପୁରୁଷ ମାନେ ନ-ପୁଂ-ସ-କ ହୋଇଯାଉଛନ୍ତି । କିନ୍ତୁ ଆମେ ଏଠାରେ ଆପଣଂକୁ କହି ରଖୁଛୁ ଯେ ଏହା ଏକ ଗୁଜବ ବ୍ୟତୀତ ଆଉ କିଛି ନୁହେଁ । ଏକ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ଟୀକା ପାଇଁ ନୁହେଁ ବରଂ କରୋନା ପାଇଁ ପୁରୁଷ ମାନେ ନ-ପୁଂ-ସ-କ ହୋଇଯାଉଛନ୍ତି ।

ୱାର୍ଲଡ଼ ଜର୍ଣ୍ଣାଲ ଅଫ ପୁରୁଷ ହେଲଥ ରେ ପ୍ରକାଶିତ ହୋଇଥିବା ଏକ ଅଧ୍ୟୟନ ରୁ ଜଣାପଡିଛି ଯେ ବୈଜ୍ଞାନିକ ମାନେ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଓ ସଂକ୍ରମିତ ହୋଇ ନ ଥିବା ଶରୀର ରେ ଥିବା ଟିସୁ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣିନା କରିଛନ୍ତି । ଅଧ୍ୟୟନ ରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଛନ୍ତି ଯେ କରୋନା ଭୁତାଣୁ ଶରୀର ରେ ଥିବା ରକ୍ତ ବାହିକା କୁ କ୍ଷତି ପହଞ୍ଚାଇ ଥାଏ ।

ଏହି ରକ୍ତ ବାହିକା କୁ କ୍ଷତି ପହଞ୍ଚାଇବା ଦ୍ଵାରା ମନୁଷ୍ୟ ଶରୀର ର ଅନେକ ଅଂଶ ବହୁତ ମାତ୍ରା ରେ ପ୍ରଭାବିତ ହୋଇଥାଏ । କିନ୍ତୁ ବିଶେଷ ଭାବରେ ଏହା ପୁରୁଷ ମାନଙ୍କ ର ବ୍ୟକ୍ତିଗତ ଅଂଶ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଥାଏ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ମିଆମୀ ମିଲର ସ୍କୁଲ ଅଫ ମେଡ଼ିସିନ ବିଶ୍ୱବିଦ୍ୟାଳୟ ର ପ୍ରଜନନ ୟୁରୋଲୋଜି କାର୍ଯ୍ୟକ୍ରମ ର ଜଣେ ସହଯୋଗି ପ୍ରଫେସର ତଥା ନିର୍ଦେଶକ କରୋନା ଭୁତାଣୁ ପାଇଁ ହୋଇଥିବା ଏହି ଅଧ୍ୟୟନ ର ନେତୃତ୍ୱ ନେଇଥିଲେ ।

ସେ କହିଛନ୍ତି ଯେ ଏହି ଭୁତାଣୁ ର ପ୍ରତିକୂଳ ପ୍ରଭାବ ପାଇଁ ନ-ପୁଂ-ସ-କତା ଦେଖା ଦେଇ ପାରେ । ଏହି ଗବେଷଣା ଟି ସେହି ମାନଙ୍କ ଉପରେ କରାଯାଇଥିଲା ଯେଉଁମାନେ ୬ କିମ୍ବା ୮ମାସ ତଳେ କରୋନା ଦ୍ଵାରା ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କାହାର ମଧ୍ୟ ପୁର୍ବ ରୁ ଏହି ପରି ସମସ୍ୟା ନ ଥିଲା ଏହି ସମସ୍ୟା ତାଙ୍କର କରୋନା ପରେ ହିଁ ଦେଖିବାକୁ ମିଳିଥିଲା ।

ତେବେ ଏହି ଗବେଷଣା ରୁ ଦୁଇ ଜଣ ପୁରୁଷ ଙ୍କ ବ୍ୟକ୍ତିଗତ ଅଂଶ ରେ କିଛି ମାତ୍ରାରେ କରୋନା ଭୁତାଣୁ ଥିବାର ଜଣାପଡିଥିଲା । ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *