ଦେଖନ୍ତୁ Video: ପୁରୀ ବେଳାଭୂମିରେ ସରକାରଙ୍କ ମଦ୍ୟପାନର ବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ Sura Routray, କହିଲେ କିଛି ଏମିତି, ଶୁଣିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ଆପଣ ମାନେ ରାଜନୀତି ଖେଳ ସମ୍ପର୍କରେ ନିଶ୍ଚିତ ଜାଣିଥିବେ । ଶାସକ ଦଳ ଏବଂ ବିରୋଧୀ ଦଳ ଙ୍କ ଭିତରେ ସବୁବେଳେ କୌଣସି ନା କୌଣସି କଥା କୁ ନେଇ ମତାନ୍ତର ହୋଇ ଥାଏ ।

କେହି କାହା ଉପରେ ଆରୋପ ଲଗାଇବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ତେବେ ଆପଣ କଂଗ୍ରେସ ଦଳ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ବଦା ସମସ୍ତ ଙ୍କ ଉପରେ କିଛି ନା କିଛି ନିଜର ମନ୍ତବ୍ୟ ଦେଇଥାନ୍ତି । ସେ ନିଜର ଡାଇଲଗ ପାଇଁ ବହୁତ ଲୋକପ୍ରିୟ ମଧ୍ୟ ।

ତେବେ ସେ ମିଡ଼ିଆ ରେ ଇଣ୍ଟରଭିଉ ରେ କହୁଥିବା କଥା ପାଇଁ କିମ୍ବା ମନ୍ତବ୍ୟ କିମ୍ବା କାହାକୁ ସମାଲୋଚନା କରିବା ପାଇଁ ସର୍ଵଦା ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋଚାରିଆ କହିଛନ୍ତି ଏବଂ ପୁରୀର ପବିତ୍ରତା କୁ ନଷ୍ଟ ନ କରାଯାଉ ବୋଲି ମଧ୍ୟ କହିଛନ୍ତି ।

ତେବେ କଥା ହେଉଛି ଶ୍ରୀକ୍ଷେତ୍ର ପୁରୀ ର ସମୁଦ୍ର କୂଳ ରେ ମଦ ଦୋକାନ ଏବଂ ଆମିଷ ଦୋକାନ ଖୋଲା ଯାଇଛି ତେବେ ସେଠାରେ ଅଧିକ ପର୍ଯ୍ୟଟନ ଆସିଥାନ୍ତି ଏବଂ ସେଠି ଏହି ସବୁ ଦୋକାନ ଖୋଲିବା ଦ୍ୱାରା ରାଜସ୍ୱ ମଧ୍ୟ ଅଧିକ ଆଦାୟ ହୋଇ ପାରିବ ତେବେ କିନ୍ତୁ ଏହାର ଘୋର ବିରୋଧ କରିଛନ୍ତି କଂଗ୍ରେସ ଦଳ ର ନେତା ସୁର ରାଉତରାୟ ।

ତାଙ୍କ କହିବା ଅନୁସାରେ ନବୀନ ପଟ୍ଟନାୟକ ଗୋଟେ ପଟେ ପୁରୀ କୁ ହୃଦୟ, ଘର, କହୁଛନ୍ତି କିନ୍ତୁ ସେଠାରେ କିପରି ଏହି ଭାବେ କରି ପାରୁଛନ୍ତି । ଚାରି ଧାମରୁ ଗୋଟିଏ ଧାମ ପୁରୀ ଧାମ ଏହା ବହୁତ ପବିତ୍ର ସ୍ଥାନ ଅଟେ । ପୁରୀ ର ସମୁଦ୍ର କୂଳରେ ଲୋକମାନେ ପିଣ୍ଡ ଦାନ କରନ୍ତି ଏବଂ ସବୁ ଶୁଭ କାର୍ଯ୍ୟ ମଧ୍ୟ କରନ୍ତି ତେଣୁ ସେ ସେହି ପବିତ୍ର ସ୍ଥାନ ରେ ମଦ ଦୋକାନ କିମ୍ବା ଆମିଷ ଦୋକାନ ଖୋଲାଇ ଦେବେ ନାହିଁ ।

ରାଜସ୍ୱ ଆଦାୟ କରିବାର ଅଛି ତ ପାରାଦ୍ୱୀପ କିମ୍ବା ଅନ୍ୟ କୌଣସି ସ୍ଥାନରେ ଖୋଲନ୍ତୁ କିନ୍ତୁ ପୁରୀ ଧାମ ରେ ହୋଇ ପାରିବ ନାହିଁ ଏବଂ ଯଦି ଏପରି ହେଲା ତେବେ ଏହାର ଘୋର ବିରୁଦ୍ଧ କରିବା ସହ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଯିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *