ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ଚାଲିଛି କାର୍ତ୍ତିକ ମାସ । ଏଣୁ ଶ୍ରୀ ମନ୍ଦିରରେ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ କାହିଁ କେତେଦୂର ଦୂରାନ୍ତରରୁ ଆସିଥାନ୍ତି ଭକ୍ତ । ଏ ଥର ମଧ୍ୟ ଶ୍ରୀମନ୍ଦିର ଦୂଆରେ ଲାଗିଥିଲା ଭକ୍ତ ଙ୍କ ଗହଳୀ । କାଳିଆ କୁ ଦର୍ଶନ କରିଲେ ସବୁ ପାପ ନଷ୍ଟ ହୋଇଯାଏ । ସେଥିପାଇଁ ମାଉସୀ ଜଣଙ୍କ ଜଗା କୁ ଦର୍ଶନ କରିବା ନିମନ୍ତେ ଆସିଥିଲେ ମାତ୍ର ଆଜି ପୋଲିସ ବାବୁ ମାନେ ତାଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ।

ଖବର ଅନୁଯାୟୀ ଶ୍ରୀ ମନ୍ଦିର ପରିସରରେ ମହିଳା ଭକ୍ତ ଙ୍କୁ ଆକ୍ରମଣ ହୋଇଥିଲା । କାର୍ତ୍ତିକ ମାସରେ ଶ୍ରୀଜୀଉ ଙ୍କ ଦର୍ଶନ ନିମନ୍ତେ ଆସିଥିବା ମହିଳା ଶ୍ରଦ୍ଧାଳୁ ଙ୍କୁ ଜଣେ ପୋଲିସ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ମହିଳା ଶ୍ରଦ୍ଧାଳୁ ଜଣଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ପୋଲିସ କର୍ମଚାରୀ । ଆହାତ ମହିଳା ଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଶ୍ରୀଜୀଉ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗି ରହିଥିଲା ଆଉ ଏହି ସମୟରେ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ଥିବା ପୋଲିସ କର୍ମଚାରୀ ଜଣଙ୍କ ଜଗମୋହନ ନିକଟରେ ଜଣେ ମହିଳା ଭକ୍ତ ଙ୍କୁ ଲାଠିରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଲାଠି ମାଡ ଦ୍ଵାରା ମହିଳା ଶ୍ରଦ୍ଧାଳୁ ଙ୍କର ମୁଣ୍ଡ ଫାଟିଯାଇଥିଲା ।
ମାତ୍ର କେଉଁ କାରଣରୁ ମହିଳା ଙ୍କୁ ପୋଲିସ କର୍ମଚାରୀ ମାଡ ମାରିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହି ଖବର ପ୍ରଘଟ ହେବା ପରେ ଲୋକେ କହୁଛନ୍ତି ଯେ କାଳିଆ ଆଗରେ ମାରିଲା ପୋଲିସ । ଖବର ପାଇ ପୋଲିସ ଏସ୍ପି ଏବଂ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶ୍ରୀ ମନ୍ଦିରରେ ନିୟୋଜିତ ପୋଲିସ କର୍ମଚାରୀ ଙ୍କ ଆଚରଣ କୁ ନେଇ ଅନେକ ଗୁଡିଏ ପ୍ରଶ୍ନ ଉଠିଛି ।

ଏପଟେ ଦର୍ଶନ ନିମନ୍ତେ ଆସିଥିବା ଜଣେ ବୟସ୍କ ମହିଳା ଙ୍କୁ ପୋଲିସ କାହିଁକି ମାଡ ମାରିଲା ଏ ନେଇ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆହାତ ମହିଳା ଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସ୍ୟା ଚାଲିଛି । ପୋଲିସ ର ତଦନ୍ତ ପରେ ଏହା ସ୍ପଷ୍ଟ ହେବ ଯେ କାହିଁକି ସୁରକ୍ଷା କର୍ମୀ ମହିଳା ଜଣଙ୍କୁ ମାଡ ମାରିଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

