ରାଜସ୍ଥାନରେ ଏକ ୪ ବର୍ଷର ଛୋଟ ଝିଅ ନିଜର ପୂର୍ବ ଜନ୍ମ ବିଷୟରେ ସମସ୍ତଙ୍କୁ କହୁଛି । ଯାହାକି ସତ ପ୍ରମାଣିତ ମଧ୍ୟ ହୋଇଛି । ପୁରା ଅଞ୍ଚଳରେ ଏହି ୪ ବର୍ଷର ଝିଅକୁ ନେଇ ଚର୍ଚା ଆରମ୍ଭ ହୋଇ ଯାଇଛି । ସୂଚନା ଅନୁସାରେ ପରୱାଲ ଗାଁରେ ରତନ ସିଂହଙ୍କ ୫ ଟି ଝିଅ ଅଛନ୍ତି । ସେ ଗୋଟିଏ ହୋଟେଲରେ କାମ କରି ନିଜର ପରିବାରର ଦେଖାଶୁଣା କରନ୍ତି । ପାଖାପାଖି ବର୍ଷେ ହେବ ତାଙ୍କର ସବୁଠୁ ସାନ ଝିଅ କିଞ୍ଜଳ ବାରମ୍ବାର ନିଜର ଭାଇକୁ ଦେଖା କରିବ ବୋଲି ଜିଦ କରୁଥିଲା ।

ଝିଅର ବାପା ଏହି କଥା ଉପରେ ବିଶେଷ ଧ୍ୟାନ ଦେଉ ନ ଥିଲେ । କିନ୍ତୁ ୨ ମାସ ତଳେ ଯେତେବେଳେ କିଞ୍ଜଳର ମା ତାର ବାପାକୁ ଡାକିବାକୁ କହିଲେ ତେବେ ଝିଅ କହିଲା କି ତାର ବାପା ପିପଳାନ୍ତ୍ରୀ ଗାଁରେ ଅଛନ୍ତି । କିଞ୍ଜଳ ରହୁଥିବା ସ୍ଥାନରୁ ପିପଳାନ୍ତ୍ରୀ ଗାଁ ପାଖାପାଖି ୩୦ କିମି ଦୂରେ ଅବସ୍ଥିତ । କିଞ୍ଜଳ କହିଲା କି ସେ କିଛି ବର୍ଷ ପୂର୍ବେ ଜଳି ଯାଇ ଥିଲା ଓ ପୂର୍ବ ଜନ୍ମରେ ତାର ନାଁ ଓଷା ଥିଲା ।
କିଞ୍ଜଳର ଏହି ସବୁ କଥା ଶୁଣି ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଗଲେ । ମା ଦୂର୍ଗା ଦେବୀ ବାରମ୍ବାର ପଚାରିବା ପରେ କିଞ୍ଜଳ କହିଥିଲା କି ତାର ମାତା ପିତା ଓ ଭାଇ ପୁରା ପରିବାର ପିପଳାନ୍ତ୍ରୀ ଗାଁରେ ରହୁଛନ୍ତି । ସେ ୯ ବର୍ଷ ପୂର୍ବେ ନିଆଁରେ ଜଳି ଯାଇ ଥିଲା ଓ ନିଆଁରେ ଜଳିବା କାରଣରୁ ତାର ମୃତ୍ୟୁ ହୋଇଥିଲା ।

କିଞ୍ଜଳର ପରିବାର ତାକୁ ମନ୍ଦିର ଓ ଡାକ୍ତରଙ୍କ ପାଖକୁ ନେଇ ଯାଇ ଥିଲେ । କିନ୍ତୁ ଏହାର କୌଣସି ସମାଧାନ ବାହାରିଲା ନାହିଁ । ଅନ୍ୟ ପଟେ କିଞ୍ଜଳ ବାରମ୍ବାର ପୂର୍ବ ଜନ୍ମର କଥା କହିବା ସହ ସେ ପିପଳାନ୍ତ୍ରୀରେ ରହୁଥିବା ତାର ପରିବାର ସହ ଦେଖା କରିବା ପାଇଁ କହୁଥିଲା । କିଞ୍ଜଳ କହିଲା କି ତାର ପରିବାରରେ ଦୁଇ ଭାଇ ଭଉଣୀ ଅଛନ୍ତି । ବାପା ଟ୍ରାକ୍ଟର ଚଲାନ୍ତି । ଏହି ବିଷୟରେ ପିପଳାନ୍ତ୍ରୀରେ ରହୁଥିବା ଓଷାର ଭାଇ ପଙ୍କଜ ପାଖକୁ ପହଞ୍ଚିଲା ତେବେ ସେ ପରାୱଳ ଗାଁକୁ ଆସି କିଞ୍ଜଳଙ୍କ ସହ ଦେଖା କରିଥିଲେ ।

ପଙ୍କଜକୁ ଦେଖିବା ପରେ ୪ ବର୍ଷର ଝିଅ କିଞ୍ଜଳ ଖୁସିରେ କାନ୍ଦି ପକାଇ ଥିଲା । ଫୋନରେ ମା ଓ ଓଷାର ଫଟୋ ମଧ୍ୟ ଦେଖିଲା । ଏହା ପରେ ୧୪ ଜାନୁଆରୀରେ କିଞ୍ଜଳ ପିପଳାନ୍ତ୍ରୀ ଗାଁକୁ ଯାଇ ଥିଲା । କିଞ୍ଜଳଙ୍କ ମା କହିଲେ କି ପିପଳାନ୍ତ୍ରୀରେ ପହଞ୍ଚିବା ପରେ ଏମିତି ଲାଗିଲା କି କିଞ୍ଜଳ ଏଠି ବହୁ ବର୍ଷ ହେବ ରହୁଥିଲା । ଯେଉଁ ମହିଳାମାନଙ୍କୁ ସେ ପୂର୍ବରୁ ଜାଣି ଥିଲା ସେହି ମହିଳାମାନଙ୍କ ସହ ସେ କଥା ହେଲା ।
ପିପଳାନ୍ତ୍ରୀରେ ଓଷାର ମା ଗୀତା ଦେବୀ କହିଲେ କି ତାଙ୍କ ଝିଅ ଓଷା ୨୦୧୩ରେ ଘରେ କାମ କରୁଥିବା ସମୟରେ ଗ୍ୟାସ ଚୁଲିରେ ଜଳି ଯାଇ ଥିଲା । ଓଷାର ଦୁଇଟି ସନ୍ତାନ ବି ଅଛନ୍ତି । ଏହି ଘଟଣା ପରେ ବର୍ତ୍ତମାନ ଓଷା ଓ କିଞ୍ଜଳଙ୍କ ପରିବାର ସମ୍ପର୍କ ବହୁତ ଗଭୀର ହୋଇ ଯାଇଛି ।

