ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜୁଲାଇ ୧୫ ତାରିଖରେ ଓଡ଼ିଶା ବନ୍ଦ । ବାମ ଦଳ ପକ୍ଷ ରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା କୁ ସମର୍ଥନ କରିବ କଂଗ୍ରେସ । ସକାଳ ୬ ଠାରୁ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
କୋରନା ମହାମାରୀ କାରଣରୁ ଲୋକ ମାନଙ୍କ ଜୀବିକା ଜୀବନ ସଂକଟାପନ୍ନ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ୧୦୦ ଟପି ଗଲାଣି ପେଟ୍ରୋଲ ଏବଂ ଡିଜେଲ ଦର । ଏହା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକ ର ମୂଲ୍ୟ ମଧ୍ୟ ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସରକାର ଙ୍କ ଏପରି ଜନ ମାରଣ ନୀତି ବିରୁଦ୍ଧ ରେ ବାମ ଦଳ ପକ୍ଷ ରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
ଏହି ଓଡ଼ିଶା ବନ୍ଦ ଡାକରା କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ପିସି ସଭାପତି ଦିନଞ୍ଜନ ପଟ୍ଟନାୟକ । ଏହି ଓଡ଼ିଶା ବନ୍ଦ ଡାକରା କୁ ସମ୍ପୂର୍ଣ୍ଣ ରୂପରେ ସମର୍ଥନ କରିବା ନିମନ୍ତେ ଜନତା ଙ୍କୁ ଅନୁରୋଧ କରାଯାଇଛି ଏବଂ କୁହାଯାଇଛି ଯେ, ସେହି ଗୋଟିଏ ଦିନ ଅର୍ଥାତ ୧୫ ଜୁଲାଇ ରେ କୌଣସି ରାଜ୍ୟ ବାସୀ ପେଟ୍ରୋଲ, ଡିଜେଲ ଓ ଗ୍ୟାସ କିଣନ୍ତୁ ନାହିଁ ।
ପେଟ୍ରୋଲ, ଡିଜେଲ , ଗ୍ୟାସ ର ଦର ଯେପରି ଭାବରେ ବୃଦ୍ଧି ହେବାରେ ଲାଗିଛି ତେବେ ଯଦି ଗୋଟିଏ ଦିନ ମାତ୍ର ଏହାକୁ ରାଜ୍ୟବାସୀ ନ କିଣିବେ ତେବେ ଏହା ସୂଚାଇ ଦେବ ଯେ, ଓଡ଼ିଶା ବାସୀ ଙ୍କୁ କିପରି ଭାବରେ ଦର ବୃଦ୍ଧି ବାଧୁଛି । ଏହା ଆଶା ଓ ବିଶ୍ୱାସ ରହିଛି ଯେ, ସମଗ୍ର ଓଡ଼ିଶା ବାସୀ ଏହି ବନ୍ଦ ଡାକରା କୁ ଅପପୂର୍ଣ୍ଣ ପ୍ରାଣ ରେ ସମର୍ଥନ ପ୍ରଦନ କରିବେ ।
କେନ୍ଦ୍ର ସରକାରଙ୍କର ଏମିତି ଜନମାରଣ ନୀତି ବିରୋଧରେ ବନ୍ଦ ଡକରା ଦେଇଛନ୍ତି ବାମ ଦଳ । ଏହି ବନ୍ଦ ଡକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛନ୍ତି । ତେଣୁ ବନ୍ଧୁଗଣ ପେଟ୍ରୋଲ ଓ ଡିଜେଲ ଦର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯଦି ଆପଣ ଏଥିରେ ଏକମତ ଅଛନ୍ତି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଧନ୍ୟବାଦ ।