କୁହାଯାଏ ଜଳ ହିଁ ଜୀବନ। କାରଣ ଆମ ଶରୀରର ଗଠନରୁ ନେଇ ଶରୀରର ପ୍ରତ୍ୟେକ କ୍ରିୟା ପାଇଁ ପାଣି ଅତ୍ୟନ୍ତ ଆବଶ୍ୟକ ଅଟେ। ପ୍ରତ୍ୟେକ ମଣିଷ ନିଜ ଶରୀର ଓଜନର ପାଞ୍ଚ ପ୍ରତିଶତ ପାଣି ପିଇବା ଉଚିତ୍।
ଗରମ ପାଣି ପିଇବାକୁ ଫାଇଦା ଆପଣ ନିଶ୍ଚୟ ଜାଣିଥିବେ। ମାତ୍ର ଆପଣ କଣ ଜାଣିଛନ୍ତି କି ନିୟମିତ ଭାବେ ଗରମ ପାଣି ପିଇବା ଦ୍ବାରା ଏହା ଆମ ଶରୀରରେ ଔଷଧ ପରି କାର୍ଯ୍ୟ କରିଥାଏ? ଦିନ ସାରା କେବଳ ଗରମ ପାଣି ପିଇଲେ କଣ ଲାଭ ମିଳିଥାଏ ସେହି ବିଷୟରେ ଆଜି ଜାଣିବା।
୧- ମୋଟାପଣ କମ୍ କରେ
ଶରୀର ଯେତେ ଶୀଘ୍ର ମୋଟା ହୁଏ ତାକୁ ସେତେ ଶୀଘ୍ର ନିଜେ ନିଜେ ଦୂର କରିବା ସହଜ ନୁହେଁ। ମାତ୍ର ଗରମ ପାଣି ପିଇବା ଦ୍ବାରା ଏହା ଆମ ଶରୀରର ମେଟାବୋଲିଜିମ୍ ବୃଦ୍ଧି କରେ ଓ ଏହା ଯୋଗୁଁ କମ୍ ପରିଶ୍ରମରେ ଅଧିକ କ୍ୟାଲୋରୀ କମ୍ ହୋଇଥାଏ। ଏହି କାରଣରୁ ତୀବ୍ର ଭାବେ ମୋଟାପଣ କମ୍ ହେବାକୁ ଲାଗେ।
୨- ପାଚନତନ୍ତ୍ରକୁ ମଜବୁତ୍ କରେ
ଗରମ ପାଣି ଆମ ଶୋଷ ମେଣ୍ଟାଇବା ସହ ଆମ ଖାଦ୍ୟକୁ ଶୀଘ୍ର ହଜମ କରାଇବାରେ ମଧ୍ୟ ସାହାଯ୍ୟ କରେ। ଖାଇବାର ୧୫ମିନିଟ୍ ପରେ ଗୋଟେ ଗ୍ଲାସ୍ ଗରମ ପାଣି ପିଇଲେ ଖାଦ୍ୟ ଠିକ୍ ଭାବେ ହଜମ ହୁଏ। ସାରା ଦିନ ଅଳ୍ପ ଅଳ୍ପ ହାଲୁକା ଗରମ ପାଣି ପିଇବା ଦ୍ବାରା ପାଚନ ସମାନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ।
୩- ରକ୍ତ ପ୍ରବାହ ଠିକ୍ କରେ
ରକ୍ତ ପ୍ରବାହରେ ସମସ୍ୟା ହେଉଥିଲେ ଗରମ ପାଣି ଏଥିରେ ଖୁବ୍ ସାହାଯ୍ୟ କରେ। ରକ୍ତ ପ୍ରବାହ ଠିକ୍ ହେଉଥିଲେ ମଣିଷ ଅନେକ ପ୍ରକାର ରୋଗରୁ ବଞ୍ଚି ରୁହେ। ଆପଣଙ୍କୁ ଏପରି ସମସ୍ୟା ଥିଲେ ନିୟମିତ ହାଲୁକା ଗରମ ପାଣି ନିଶ୍ଚୟ ପିଅନ୍ତୁ।
୪- ଗଣ୍ଠି ବ୍ୟଥା ଠିକ୍ କରେ
ଗରମ ପାଣି ଆମ ଶରୀରର ଗଣ୍ଠିକୁ ଚିକ୍କଣ କରିବା ସହ ଗଣ୍ଠି ବ୍ୟଥାରେ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ ଓ ଆମ ମାଂସପେଶୀ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରିଥାଏ। ସେଥିପାଇଁ ଗଣ୍ଠି ବ୍ୟଥା ଓ ମାଂସପେଶୀ ସମସ୍ୟା ଥିବା ବ୍ୟକ୍ତି ନିଶ୍ଚୟ ଗରମ ପାଣି ପିଇବା ଉଚିତ୍।
୫- ବାଳ ଓ ତ୍ବଚା ପାଇଁ ଲାଭଦାୟକ
ନିୟମିତ ଗରମ ପାଣି ପିଇବା ଦ୍ବାରା ବାଳ ସୁସ୍ଥ ରୁହେ ଓ ଠିକ୍ ଭାବେ ବୃଦ୍ଧି ପାଏ। କୌଣସି ପ୍ରକାରର ତ୍ୱଚ଼ା ରୋଗ ବା ସମସ୍ୟା ଥିଲେ ସେ ସବୁରେ ମଧ୍ୟ ଗରମ ପାଣି ରାମବାଣ ପରି କାର୍ଯ୍ୟ କରେ। ସେଥିପାଇଁ ଆପଣଙ୍କ କେଶକୁ ମଜବୁତ୍ ଓ ତ୍ଵଚାକୁ ସୁନ୍ଦର ରଖିବାକୁ ଚାହୁଁଥିଲେ ଦିନ ସାରା ଗରମ ପାଣି ହିଁ ପିଅନ୍ତୁ।
୬- ଶରୀରରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରେ
ଗରମ ପାଣି ପିଇଲେ ଆମ ଶରୀରର ତାପମାତ୍ରା ବଢେ ଓ ଝାଳ ବୋହିବାକୁ ଆରମ୍ଭ ହୁଏ ଓ ବାରମ୍ବାର ମୂତ୍ର ମଧ୍ୟ ଲାଗେ। ଏହା ଆମ ଶରୀରରୁ ସମସ୍ତ ଅଶୁଦ୍ଧ ପଦାର୍ଥ ବାହାର କରି ଦିଏ। ଆପଣ ମଧ୍ୟ ଶରୀରରୁ ଅଶୁଦ୍ଧତା ଦୂର କରିବାକୁ ଚାହୁଁଥିଲେ, ଗରମ ପାଣି ପିଅନ୍ତୁ।
୭- ଥଣ୍ଡା ଜ୍ବରରେ ଆରାମ ଦିଏ
ଅସମୟରେ ଛାତିରେ କଫ ଜମିଲେ ଓ ଥଣ୍ଡା କାଶ ହେଲେ, ଗରମ ପାଣି ପିଇବା ମଧ୍ୟ ଔଷଧ ପରି କାମ କରେ ଓ ଗରମ ପାଣି ପିଇବା ଦ୍ବାରା ଗଳା ମଧ୍ୟ ଠିକ୍ ରୁହେ। ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ