Pupinder କହିଲେ ନିଜ ପ୍ରେମ ଗୁମର ! କେମିତି ପଟାଇଥିଲେ ନିଜ ପ୍ରିୟତମା ରୂପିନ୍ଦରଙ୍କୁ, ଦେଖନ୍ତୁ ଏହି Special Interview

ନମସ୍କାର ଦର୍ଶକ ବନ୍ଧୁ। ପ୍ରସିଦ୍ଧ ଅଲିଉଡ ଚଳଚିତ୍ର ର ଅଭିନେତା ପୁପିନ୍ଦର ଙ୍କୁ ତ ଆପଣ ସମସ୍ତେ ନିଶ୍ଚୟ ଜାଣି ଥିବେ । ତେବେ ଆସନ୍ତୁ ଜାଣିବା ପୁପିନ୍ଦର ଙ୍କ ମୁଖରୁ ତାଙ୍କ ଧର୍ମ ପତ୍ନୀ ରୂପିନ୍ଦର ଙ୍କ ସହ ତାଙ୍କର ପ୍ରଥମ ଭେଟ କେଉଁଠି ଓ କିପରି ହୋଇଥିଲା ? ବର୍ତ୍ତମାନ ର ସ୍ମୟରେ ଯେପରି ସୋଇଆଲ ମିଡିଆ ରୂପେ ଆମେ ମାନେ ୱାଟସପ, ଫେସବୁକ, ଟ୍ଵିଟର ଆଦି ବ୍ୟବହାର କରୁଛୁ । ଆଜକୁ ପ୍ରାୟ 14 ରୁ 15 ବର୍ଷ ତଳେ ଅରକୂଟ ନାମର ଏକ ସୋସିଆଲ ସାଇଟ ଥିଲା ।

ଯେଉଁଥିରେ କି ପୁପିନ୍ଦର ନିଜର ଫ୍ରି ଟାଇମ ଅତିବାହିତ କରୁଥିଲେ । ଦିନେ ସେ ରୂପିନ୍ଦର ଙ୍କ Id ପ୍ରୋଫାଇଲ ଦେଖି ଖୁବ ଇମ୍ପରେସ୍ ହୋଇ ଯାଇଥିଲେ । ବିବାହ ର ଏତେ ଦିନ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ତାଙ୍କର ସେହି ଦିନ ର ପ୍ରୋଫାଇଲ ର ଫୋଟୋ କୁ ମଧ୍ୟ ଭୁଲି ନାହାନ୍ତି ।

ସେ ଇନ୍ଟରଭିଉ ରେ କହିଛନ୍ତି କି ସେହି ଦିନ ରୂପିନ୍ଦର ଙ୍କର ପ୍ରୋଫାଇଲ ରେ ଯେଉଁ ଫୋଟୋ ଟି ଲାଗିଥିଲା ସେଥିରେ ସେ ଏକ ହଳଦିଆ ରଙ୍ଗର ଡ୍ରେସ ଟିଏ ପିନ୍ଧିଥିଲେ । ଯେଉଁ ଥିରେ କି ସେ ଖୁବ ସୁନ୍ଦର ଦେଖା ଯାଉଥିଲେ । ସେହି ଠାରୁ ହିଁ ସେ ତାଙ୍କର ପ୍ରେମ ରେ ପଡି ଯାଇଥିଲେ । ଏହା ପରେ ତାଙ୍କୁ ସବୁଠାରୁ ଅଧିକ ଆକର୍ଷଣ ରୂପିନ୍ଦର ଙ୍କର ନାମ ଲାଗିଥିଲା ।

ଯାହା ଦେଖି ସେ ରୂପିନ୍ଦର ଙ୍କ ସହ କଥା ହେବାରୁ ନିଜକୁ ଅଟକାଇ ପାରି ନଥିଲେ । କିନ୍ତୁ ସେ ଯେତେ ପାଦ ଆଗକୁ ଯାଇଥିଲେ ରୂପିନ୍ଦର ସତେ ପାଦ ପଛକୁ ନେଇଥିଲେ । ଅର୍ଥାତ ପ୍ରଥମେ ସେ Hii..Hello.. ରୂପରେ କଥା ଆରମ୍ଭ କରିବାକୁ ଚେଷ୍ଟା କରି ରୂପିନ୍ଦର ଙ୍କୁ ମେସେଜ ର ରିକ୍ଵେଷ୍ଟ ପଠାଇଥିଲେ । 

କିନ୍ତୁ ବାରମ୍ବାର ରୂପିନ୍ଦର ତାଙ୍କ ରିକ୍ଵେଷ୍ଟ କୁ ଇଗନୋର କରି ଦେଇଥିଲେ କିନ୍ତୁ ଏକ ଦିନ ସନ୍ଧ୍ୟା ରେ ରୂପିନ୍ଦର ତାଙ୍କୁ ରିପଲାୟ ରେ କହିଥିଲେ କି, ସେ କେବଳ ତାଙ୍କର ଫାମିଲି ମେମ୍ବର ତଥା ନିଜ ବନ୍ଧୁ ବାନ୍ଧବ ବା ସମନ୍ଧୀୟ ଙ୍କ ସହ ହିଁ କନେକସନ ରେ ରହିଥାନ୍ତି ବା କଥା ହୋଇ ଥାନ୍ତି ।

କିନ୍ତୁ ସେ ଜାଣି ନଥିଲେ କି ତାଙ୍କର ଏହି ଏକ ରିପଲାୟ ତାଙ୍କର ଓ ପୁପିନ୍ଦର ଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଟିର ଏକ ଆରମ୍ଭ ହୋଇଯିବ । ଏହା ପରେ କିଛି ଦିନ ଧରି ଦୁହିଁ ଙ୍କ ମଧ୍ୟରେ ଚାଟ ରେ ବାର୍ତ୍ତାଳାପ ହୋଇଥିଲା । ତାହା ପରେ ନମ୍ବର ଏକ୍ସଚେଞ୍ଜ । ନ

ମ୍ବର ଏକ୍ସଚେଞ୍ଜ ପରେ ଘର ଲୋକଙ୍କୁ ସେ ଦୁହେଁ ଦୁହିଁ ଙ୍କର ପ୍ରେମ ସମ୍ବନ୍ଧ ବିଷୟରେ ଜଣାଇ ଥିଲେ, ତାହା ପରେ ଦୁହିଁ ଙ୍କର ବିବାହ ହୋଇଥିଲା । କିନ୍ତୁ ଇନ୍ଟରଭିଉ ରେ କେ କଥା ସ୍ପଷ୍ଟ ହୋଇ ଯାଇଛି, ପୁପିନ୍ଦର ଆଜି ମଧ୍ୟ ପୂର୍ବ ଭଳି ରୂପିନ୍ଦର ଙ୍କୁ ଖୁବ ଅଧିକ ଭଲ ପାଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଆମ ସହ ଶେଷ ପର୍ଯ୍ୟନ୍ତ ରହିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ ।    

Leave a Reply

Your email address will not be published. Required fields are marked *