‘ମୋ ରିଅଲ ଲାଇଫରେ ବି ନନ୍ଦିନୀ ଥିଲେ, ସେ ବାହା ହେଇଗଲେ ହେଲେ ମୁଁ…’ ଏମିତି କଣ କହିଦେଲେ ବୁଦ୍ଧାଦିତ୍ୟ

ବନ୍ଧୁଗଣ, ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆରେ ଅଭିନେତ୍ରୀ ରିୟା ଙ୍କର ପ୍ରେମୀ ସୁନୀଲ ଙ୍କ ସହିତ ବିବାହ ଶେଷ ହୋଇଥିବାର ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ । ରିୟା ସୁନୀଲ ଙ୍କୁ ଜୀବନ ସାଥି ଭାବରେ ପାଇ ବହୁତ ଖୁସି ଅଛନ୍ତି । ତାଙ୍କ ବିବାହ ରିସେପସନ ପାର୍ଟି ରେ ଅନେକ ବଡ ବଡ ସେଲିବ୍ରେଟି ମାନେ ଆସିଥିଲେ । ଅଭିନେତା ବୁଦ୍ଧାଦିତ୍ୟ ମଧ୍ୟ ପାର୍ଟି ରେ ଯୋଗଦାନ କରିଥିବାର ନଜର ଆସିଥିଲେ ।

ବୁଦ୍ଧାଦିତ୍ୟ ମି-ଡି-ଆ ସାମ୍ନାରେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା । ବୁଦ୍ଧାଦିତ୍ୟ ଅଭିନେତ୍ରୀ ରିୟା ଏବଂ ତାଙ୍କ ସ୍ଵାମୀ ସୁନୀଲ ଙ୍କୁ ଶୁଭେଛା ଜଣାଇଥିଲେ ଏବଂ ନିଜ ବିବାହ କୁ ନେଇ ବୁଦ୍ଧାଦିତ୍ୟ କହିଥିଲେ ଯେ ସମସ୍ତଙ୍କ ରିସେପସନ କୁ ସେ ଆଟେଣ୍ଡ କରି ଆସୁଛନ୍ତି । ରିୟଲ ଲାଇଫ ରେ ତାଙ୍କର ନନ୍ଦିନୀ ଥିଲେ । ମାତ୍ର ସେ ବର୍ତମାନ କେଉଁଠାରେ ଅଛନ୍ତି ତାହା ଆଦୌ ଜାଣିନାହାଁନ୍ତି ।

ନନ୍ଦିନୀ ମିଳନ୍ତୁ କି ନ ମିଳନ୍ତୁ ମାତ୍ର ସେ 300 କୋଟି ଟଙ୍କାର ମାଲିକ ହେଲେ ତାହା ହେଉଛି ଗୁରୁତ୍ଵପୂର୍ଣ୍ଣ । କଲେଜ ସମୟରେ ହାତକାଟି ତକତରେ ଲେଖିଛି ତୋରି ନାମ ଭଳି ଅନେକ କାମ ସେ କରିଛନ୍ତି । ପ୍ରେମରେ ସମସ୍ତେ ପ୍ରାୟ ଏହିଭଳି ପାଗଳାମି କରିଥାନ୍ତି ବୋଲି ବୁଦ୍ଧାଦିତ୍ୟ କହିଥିଲେ । ସେ ହସି ହସି ମି-ଡି-ଆ ଭାଇ ମାନଙ୍କୁ ଏହା କହିଥିଲେ ଯେ ଆପଣ ମାନେ ମୋର ପ୍ରାୟ ୩ ଥର ବାହାଘର କରିସାରିଲେଣି ଆଉ ଆଜି ଚତୁର୍ଥ ଥର କରନ୍ତୁ ନାହିଁ ।

ରିୟା ଏବଂ ସୁନୀଲ ଙ୍କୁ ସେ ବୈବାହିକ ଜୀବନର ଶୁଭକାମନା ଜଣାଇ ଆଗାମୀ ଦିନରେ ଖୁସିରେ କିଭଳି ଜୀବନ ଜାପନା କରନ୍ତୁ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ନିଜ ବିବାହ କୁ ନେଇ ମଧ୍ୟ ବୁଦ୍ଧାଦିତ୍ୟ କହିଥିଲେ ଯେ ଭଗବାନ ଚାହିଁଲେ ଖୁବ ଶୀଘ୍ର ତାଙ୍କର ମଧ୍ୟ ବିବାହ ହୋଇଯିବ କିନ୍ତୁ ବର୍ତ୍ତମାନ ସେ ବ୍ୟାଚଲର ଲାଇଫରେ ବହୁତ ଖୁସି ଅଛନ୍ତି ।

ସ୍ତ୍ରୀ କୁ ନେଇ ସମସ୍ତଙ୍କ ର କିଛି ଆଶା ରହିଥାଏ, ଯଦି ସ୍ତ୍ରୀ ଟିଏ ବୁଝାମଣା ଠିକ ରଖି ହାତ ଧରି ସୁଖ ଦୁଖରେ ବାଟ ଚାଲିଥାଏ ତେବେ ସଂସାର ଟି ବହୁତ ଉତ୍ତମ ହୋଇଯାଏ ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ।   ଏହିଭଳି ଭାବରେ ଅଭିନେତା ବୁଦ୍ଧଦିତ୍ୟ କିଛି କଥା ସେୟାର କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *