ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନଙ୍କ ତାଙ୍କ ସରକାରୀ ବାସଭବନରେ ସ-ନ୍ଦେ-ହ-ଜନକ ଭାବେ ମୃ-ତ୍ୟୁ ଘ-ଟ-ଣାକୁ ଏକ ମାସ ବିତି ଗଲାଣି । ଏହା ମଧ୍ୟରେ ପୋଲିସ ଉପରୁ ସମସ୍ତ ଭରସା ଉଠି ଯାଇଛି ମୃ-ତ ସୌମ୍ଯଙ୍କ ପରିବାର ଲୋକଙ୍କ ମନରୁ ।
ପରିବାର ଲୋକଙ୍କ ଅସନ୍ତୋଷ ଏବଂ ଅନୁରୋଧ କ୍ରମେ ଏବେ ପୋଲିସ ଉପରୁ ତଦନ୍ତ ଭାର ନେଇ କ୍ରା-ଇ-ମ ବ୍ରାଞ୍ଚକୁ ହସ୍ତଗତ କରାଯାଇଛି । ଏହାପରେ ଦୀର୍ଘ ଦୁଇ ଘଣ୍ଟା ଧରି ସୌମ୍ୟଙ୍କ ବାସଭବନରେ ମିଳିତ ଭାବେ ତଦନ୍ତ ଚଳାଇଥିଲା କ୍ରାଇମ ବ୍ରାଞ୍ଚ ଟିମ ଓ ସାଇଣ୍ଟିଫିକ ଟିମ । ଘର ଭିତରେ ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞ, ସାଇଣ୍ଟିଫିକ ଅଫିସର ଏବଂ ଆହୁରି ଅନେକ ଏକ୍ସପର୍ଟ ତନ ତନ କରି ଯାଞ୍ଚ କାର୍ଯ୍ୟ କରିଥିଲେ । ବହୁଚର୍ଚ୍ଚିତ ACFO ସୌମ୍ଯଙ୍କ ମୃ-ତ୍ୟୁ ଭାର ନେବା ପରେ ପାରଳାଖେମୁଣ୍ଡିରେ ତଦନ୍ତ ଜାରି ରଖିଛି କ୍ରା-ଇ-ମବ୍ରାଞ୍ଚ ଟିମ ।
ସୌମ୍ୟଙ୍କ ସରକାରୀ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ଧରି ଛାନଭିନ କରିବା ପରେ ବାହାରିଥିଲା କ୍ରା-ଇ-ମ ବ୍ରାଞ୍ଚ ଟିମ । DFO ସଂଗ୍ରାମ କେଶରୀ ବେହେରା ଓ ACFO ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରିବ କ୍ରା-ଇ-ମ ବ୍ରାଞ୍ଚ ଟିମ । କ୍ରା-ଇ-ମ ବ୍ରାଞ୍ଚ ଡ଼ିଏସପି ଜ୍ଞାନ ରଞ୍ଜନକ ନେତୃତ୍ଵରେ ଗଠିତ ଏହି ତିନି ଜଣିଆ ଟିମ ସବୁ ଦିଗରୁ ତଦନ୍ତ କରୁଛନ୍ତି । ଆଉ ଏହି ତିନି ଜଣିଆ ଟିମଙ୍କୁ ସହାୟତା କରିବାକୁ ଆସିଛନ୍ତି ଛଅ ଜଣିଆ ବିଶେଷଜ୍ଞ ଟିମ ।
ପ୍ରଥମେ ସ୍ପଟ ଦର୍ଶନ ଏବଂ ଛାନଭିନରୁ କାର୍ଯ୍ୟ ଆରମ୍ଭ କରିଛନ୍ତି କ୍ରା-ଇ-ମ ବ୍ରାଞ୍ଚ ଓ ଏହି ଏକ୍ସପର୍ଟ ମାନେ । ନିଶ୍ଚିତ ଭାବେ ତଦନ୍ତରେ ସତ୍ୟ ଘଟନା ବାହାରକୁ ଆସିବ ବୋଲି କହିଛନ୍ତି ଏହି ଟିମ କୁ ନେତୃତ୍ଵ କରୁଥିବା ମୁଖ୍ୟ । ଏହି ବିଶେଷଜ୍ଞ ଟିମରେ ସାମିଲ ଅଛନ୍ତି ରସାୟନବିତ୍, ଫିଙ୍ଗରପ୍ରିଣ୍ଟ ବିଶେଷଜ୍ଞ, ଫଟୋଗ୍ରାଫର ଓ ଅଗ୍ନିଶ୍ରମ ବାହିନୀର ବିଶେଷଜ୍ଞ ପ୍ରମୁଖ ।
ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ACFO ସୌମ୍ୟଙ୍କ ତଦନ୍ତ ଭାର କ୍ରା-ଇ-ମ ବ୍ରାଞ୍ଚ ନେଇଛି ବୋଲି ଏଡ଼ିଜେ ସଞ୍ଜୀବ ପଣ୍ଡା କହିଛନ୍ତି । ପୂର୍ବରୁ ଏହି ମାମଲାର ଯାଞ୍ଚରେ ପୋଲିସକୁ ସହଯୋଗ କରୁଥିଲା କ୍ରା-ଇ-ମ ବ୍ରାଞ୍ଚ ।
ଆଉ ଏବେ ସଂପୂର୍ଣ୍ଣ ତଦନ୍ତ ଭାର ଦିଆଗଲା କ୍ରା-ଇ-ମ ବ୍ରାଞ୍ଚ ଉପରେ । ତେବେ ଏବେ ପ୍ରଶ୍ନ ଉଠଛି ACFO ସୌମ୍ୟଙ୍କ ମୃ-ତ୍ୟୁ ପରେ ଯେଉଁ ଘରର ଚାବି ବନ ବିଭାଗ ପାଖରେ ଥିଲା ଓ ଯେଉଁ ଘରେ ପୋଲିସ ମଧ୍ୟ ମାସେ ପୂର୍ବରୁ ଆସି ତଦନ୍ତ କରିଥିଲା, ଏବେ ସେହି ଘରୁ କିଛି ସୁରାକ ମିଳିବ କି କ୍ରା-ଇ-ମ ବ୍ରାଞ୍ଚକୁ ?
ପୁଣି ଥରେ ମୂଳରୁ ତ-ଦ-ନ୍ତ କରି ନଷ୍ଟ ହୋଇ ଯାଇଥିବା ପ୍ରମାଣ ପାଖରେ ପହଞ୍ଚି ପାରିବ ତ କ୍ରା-ଇ-ମ ବ୍ରାଞ୍ଚ ? ଏହି ସବୁ ପ୍ରଶ୍ନର ଉତ୍ତର କେବଳ ହିଁ କହି ପାରିବ । ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାଇବେ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।