ନମସ୍କାର ବନ୍ଧୁଗଣ ତେବେ ଓଲିଉଡର ଜଣା ଶୁଣା ଅଭିନେତା ପପୁ ପମ୍ପମଙ୍କ ବିବାଦୀୟ ସିନେମା ‘ମିଷ୍ଟର କହ୍ନେୟା’ ୪ରେ ମୁକ୍ତିଲାଭ କରିଛି । ଏଥିରେ ପପୁଙ୍କ ବିପକ୍ଷରେ ଅଛନ୍ତି ବଙ୍ଗୀୟ ନାୟିକା ଝିଲିକ । ଏହା ପପୁ-ଝିଲିକ୍ ଯୋଡ଼ିର ପ୍ରଥମ ସିନେମା । ‘ମିଷ୍ଟର କହ୍ନେୟା’ରେ ଜଣାଶୁଣା ଅଭିନେତ୍ରୀ ଅଞ୍ଜନା ଦାଶ ଓ ପ୍ରତିଭା ପଣ୍ଡାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ରମେଶ ରାଉତ ।

ସୂଚନାଯୋଗ୍ୟ, ‘ମିଷ୍ଟର କହ୍ନେୟା’ର ଏକ ପୋଷ୍ଟରକୁ ନେଇ ବିବାଦ ଉପୁଜିଥିଲା । ବିବାଦୀୟ ପୋଷ୍ଟର ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିସନରେ ଅଭଯୋଗ କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏଭଳି ବିବାଦୀୟ ପୋଷ୍ଟରକୁ ତୀବ୍ର ନିନ୍ଦା କରିଥିଲେ । ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା ।
ତେବେ ଏହାପରେ ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାର ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଥିଲା । ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥିଲା । ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଥିଲା ।
ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଅପିଲ କରିଥିଲା ପ୍ରଯୋଜନା ସଂସ୍ଥା ।ତେବେ ବର୍ତ୍ତମାନ ସେ ଫୁଣି ଥରେ ଅର୍ଥାତ ପପୁ ପମପମଙ୍କ ନୂଆ ସିନେମା ମିଷ୍ଟର କହ୍ନେୟାର ଟାଇଟଲ ଏବଂ ଗୋଟିଏ ଗୀତକୁ ନେଇ ଦେଖା ଦେଇଛି ବିବାଦ । ଶକୁନ୍ତଳା ନାମକ ଗୀତର ଚିତ୍ରଣକୁ ବିରୋଧ କରାଯାଇଛି । ପ୍ରେକ୍ଷାଳୟ ବାହାରେ ବଜରଙ୍ଗ ଦଳର କର୍ମୀ ମାନେ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ ।

ଏପରିକି ପପୁ ନିଜେ ବଜରଙ୍ଗ ଦଳର କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ଏହି ଫିଲ୍ମର ଟାଇଟଲକୁ ନେଇ ମଧ୍ୟ ଲୋକ ଆପତ୍ତି ଯତାଇଥିଲେ । ପପୁ ଯୁକ୍ତି କରିଥିଲେ ଏହି ଫିଲ୍ମ ଦୁଇ ବର୍ଷ ପୂର୍ବରୁ ତିଆରି ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ବିରୋଧ କରିବାର କୌଣସି ମୂଲ୍ୟ ନାହିଁ ବୋଲି ପପୁ କହିଥିଲେ । ତେବେ ଏହି ଗୀତଟି ଦ୍ୱିଅର୍ଥ ବୋଧକ ହୋଇଥିବାରୁ ଏହାକୁ ବାଦ ଦେବାକୁ ଦାବି କରା ଯାଇଛି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

