ପୁଣି ହଟହଟା ହେଲେ କେନ୍ଦ୍ରାପଡ଼ା ସାଂସଦ Anubhav Mohanty, ପଣ୍ଡିତ ରଘୁନାଥ ଜୀଙ୍କ ଜନ୍ମବାର୍ଷିକୀରେ ଶୁଭେଚ୍ଛା ଜଣାଇବାକୁ ଯାଇ ହେଲେ ଟ୍ରୋଲ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କେନ୍ଦ୍ରାପଡ଼ା ସାଂସଦ ଜାଣି ନାହାନ୍ତି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ କିଏ । ଓଡ଼ିଆ ସାଂସଦ ହୋଇ ଓଡ଼ିଶୀ ସଙ୍ଗୀତ ଗୁରୁ ଙ୍କୁ ଚିହ୍ନି ପାରିଲେ ନାହିଁ । ହରି ପ୍ରସାଦ ଚୌରସିଆ ଙ୍କୁ ରଘୁନାଥ ପାଣିଗ୍ରାହୀ ବୋଲି ଟ୍ୱିଟ କରି ହଟହଟା ହେଲେ ଅନୁଭବ ମହାନ୍ତି ।

ଟ୍ୱିଟର ୟୁଜର୍ସ କହିଲେ ନି-ଶା-ରେ ଥାଆନ୍ତି କି ଅନୁଭବ ମହାନ୍ତି ? ପୁଣିଥରେ ନିଜର ମୂର୍ଖାମୀ ପାଇଁ ହଟହଟା ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶା ର ଗର୍ବ ତଥା ଲୋକପ୍ରିୟ ଓଡ଼ିଶୀ ସଙ୍ଗୀତ ଗୁରୁ, ଗାୟକ ତଥା ସଙ୍ଗୀତ ନିର୍ଦେଶକ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଙ୍କୁ ଚିହ୍ନି ପାରିଲେ ନାହିଁ ଅନୁଭବ । କେବଳ ଏତିକି ନୁହେଁ ଦେଶର ସୁପ୍ରସିଦ୍ଧ ବଂଶୀ ବାଦକ ତଥା ସଙ୍ଗୀତ ନିର୍ଦେଶକ ପଣ୍ଡିତ ହରି ପ୍ରସାଦ ଚୌରାଶିଆ କିଏ ସେ କଥା ମଧ୍ୟ ଜାଣି ନାହାନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ଏଥିପାଇଁ ଚାରିଆଡେ ସମାଲୋଚିତ ହେଉଛନ୍ତି ବିଜେଡ଼ି ସାଂସଦ ଅନୁଭବ ମହାନ୍ତି । ପ୍ରକୃତ ରେ ଗୀତ ଗୋବିନ୍ଦ ଗାୟକ ଭାବରେ ସର୍ବାଦ୍ଧୃତ ପଣ୍ଡିତ ଜନ୍ମ ବାର୍ଷିକୀ ରେ ଶୁଭେଚ୍ଛା ଜଣାଇବାକୁ ଯାଇ ପଣ୍ଡିତ ହରିପ୍ରସାଦ ଚୌରାଶିଆ ଙ୍କ ଫଟୋ ଲଗାଇ ଟ୍ୱିଟ କରିଥିଲେ ଅନୁଭବ ।

ଇଂରାଜୀ ରେ ଲମ୍ବା ଚଉଡ଼ା ପୋଷ୍ଟ ଟି ଲେଖି ଚୌରାଶିଆ ଙ୍କ ଫଟୋ ରେ ରଘୁନାଥ ପାଣିଗ୍ରାହୀ ଙ୍କ ସ୍ମୃତି ଚାରଣ କରିଛନ୍ତି । ଏଭଳି ଏକ ଗମ୍ଭୀର ଭୁଲ ପାଇଁ ଅନୁଭବ ଙ୍କୁ ସମାଲୋଚନା କରାଯାଉଛି । ଏପରିକି ଟ୍ୱିଟର ୟୁଜର୍ସ ବିଜେଡ଼ି ସାଂସଦ ନି-ଶା ରେ ରହୁଥିବାରୁ ଏଭଳି ଓଲଟା ପାଲଟା ଟ୍ୱିଟ କରନ୍ତି ବୋଲି କହି ଟ୍ରୋଲ କରୁଛନ୍ତି । ତେବେ ଅନୁଭବ ଙ୍କ ଏଭଳି ମୂର୍ଖାମୀ କିଛି ନୂଆ କଥା ନୁହେଁ ।

ପୂର୍ବରୁ ଏସଆରସି ଙ୍କୁ ଭୁଲଭଲ ଚିଠି ଲେଖି ସେ ସମାଲୋଚିତ ହୋଇଛନ୍ତି । ଏହା ବ୍ୟତୀତ ସଲମାନ ଖାଁ ଙ୍କୁ ଅଧ ରାତିରେ ବଲିଉଡ ଅଭିନେତା ସଲମାନ ଖାଁ ଙ୍କୁ ନିଜ ଫଟୋ ରେ ଲାଇକ ଭିକ୍ଷା ଓ ପ୍ରେମ ନିବେଦନ କରି ହଟହଟା ର ଶି-କା-ର ହୋଇଥିଲେ ଅଭିନେତା ରୁ ନେତା ପାଲଟି ଥିବା ଅନୁଭବ ମହାନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *