ଦେଖନ୍ତୁ Video: ଅସହାୟ Puja Dash ଙ୍କୁ ସାହାର୍ଯ୍ୟର ହାତ ବଢେଇଲେ ସାଂସଦ ତଥା Ollywood ଅଭିନେତା Anubhab Mohanty, କହିଲେ କିଛି ଏମିତି ଶୁଣିଲେ ଆପଣ ବି କରିବେ ପ୍ରଶଂସା

କୁହାଯାଏ ଯେ ଖବରର ଅନେକ ଶକ୍ତି ରହିଛି । କେବେ କେବେ ଜୀବନ ସହ ସଂ-ଘ-ର୍ଷ କରୁଥିବା ଲୋକଟି ପାଇଁ ଖବର ହିଁ ଜାଦୁ ଭଳି କାର୍ଯ୍ୟ କରେ । ଏହାର ଅନେକ ଉଦାହରଣ ଆପଣ ଦେଖିଥିବେ ବା ଶୁଣିଥିବେ ।

ସେହିପରି କିଛି ଦିନ ତଳେ ସଂ-ଘ-ର୍ଷ କରି ଜୀବନ ଅତିବାହିତ କରୁଥିବା ଏକ ଗରିବ ଝିଅର ଖବର ଏକ ନ୍ଯୁଜ ଚ୍ଯାନେଲରେ ପ୍ରସାରିତ ହେବା ପରେ ତା ପାଇଁ ସାହାଯ୍ୟର ହସ୍ତ ବଢାଇଛନ୍ତି ଆପଣ ମାନଙ୍କ ପ୍ରିୟ ସାଂସଦ ଅନୁଭବ ମହାନ୍ତି । ପୂଜା ଦାସ ନାମକ ଏହି ଝିଅଟିର ବୟସ ହେଉଛି ୨୨ ମାତ୍ର । ତାଙ୍କୁ ଜନ୍ମ ଦେବା ପରେ ଆରପାରିକୁ ଚାଲି ଯାଇଥିଲେ ମାଆ ଓ ତାଙ୍କ ବାପା ମା-ନ-ସି-କ ଭା-ର-ସ୍ୟା-ମ ହରାଇ କୁଆଡେ ଚାଲି ଯାଇଛନ୍ତି ଯେ ତାଙ୍କର କୌଣସି ପତା ନାହିଁ ।

ମାର୍ଶାଘାଇ ବ୍ଲକର ବରେଇ ଗ୍ରାମରେ ଗୋଟିଏ ଭଙ୍ଗା ଦଦରା ନଇ ପଡିଥିବା ଚାଳ ଘରେ ଏକାକୀ ରହୁଛନ୍ତି ପୂଜା । ଘର ଭିତରେ ପଶିଗଲେ ଦିନରେ ପଡୁଛି ସୂର୍ଯ୍ୟଙ୍କ କିରଣ ଓ ରାତିରେ ଜହ୍ନ ଆଲୁଅ । ମାଟି ଘରର କାନ୍ଥ ଗୁଡିକ ଏତେ ଭାଙ୍ଗି ପଡିଛି ଯେ କେତେବେଳେ ମଧ୍ୟ ଖସି ପଡିବ ।

ନିଜ ଜୀବନଯାପନ କରିବା ପାଇଁ ପୂଜା ଘର ଘର ବୁଲି କିଛି ଭିକ୍ଷା ଆଣନ୍ତି ଓ ସେଥିରେ ତାଙ୍କ ଅତିପ୍ରିୟା ଠାକୁର ଓ ଦୁଇ କୁକୁରଙ୍କ ମଧ୍ୟ ଯତ୍ନ ନିଅନ୍ତି । ଏପରି ପରିସ୍ଥିତିରେ ପୂଜଙ୍କ ଭବିଷ୍ୟତ ଅନ୍ଧାର ଦେଖା ଯାଉଥିବା ବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସାଂସଦ ଅନୁଭବ ମହାନ୍ତି । ପୂଜା ଘରକୁ ଯାଇ ତା ଅବସ୍ଥା ଭଲ ଭାବେ ଦେଖିବା ପରେ ସେ ସରକାରୀ ଯୋଜନା ଅନୁସାରେ ଯାହା ସୁବିଧା ତାଙ୍କୁ ମିଳିବ କଥା ସେହି ଅନୁସାରେ ତା ପାଇଁ ଘର ଏବଂ ପାଇଖାନା ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

 

ଏହା ସହ ତାର ରାସନ କାର୍ଡ ମଧ୍ୟ କରାଇ ଦେବେ ଓ ପୂଜା କିଭଳି ନିଜ ଗୋଡରେ ଠିଆ ହୋଇ ସ୍ଥାୟୀ ଭାବେ ଭଲରେ ଜୀବନଯାପନ କରିବେ ସେଥିପାଇଁ ମଧ୍ୟ ଅନୁଭବ ରାଜ୍ୟ ସରକାର ଓ ଜିଲ୍ଲା ପରିଷଦଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି । ପୂଜା ଗ୍ରାଜୁଏସନ ଯାଏ ପାଠ ପଢିଛନ୍ତି ଓ ତାଙ୍କର କମ୍ପ୍ୟୁଟର ଦକ୍ଷତା ମଧ୍ୟ ରହିଯିବାରୁ ତା ପାଇଁ ଅତି ଶୀଘ୍ର ଚାକିରି ଯୋଗାଇଦେବାକୁ ସାଂସଦ ଅନୁଭବ ମହାନ୍ତି କହିଛନ୍ତି ।

ଏହି ବାବଦରେ ପୂଜା କହିଛନ୍ତି ଯେ ଆଗରୁ ଅନେକ ସଂସ୍ଥା ସବୁ ଆସି ତାଙ୍କୁ ସାହାଯ୍ୟ କରିବା କହି ଭୁଲି ଯାଇଥିଲେ ମଧ୍ୟ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ଓ ସେ ତାକୁ ଯେଉଁ ସମସ୍ତ ପ୍ରତିଶୃତି ଦେଇଛନ୍ତି ତାହା ନିଶ୍ଚୟ ପୁରା କରିବେ ।

ଆହୁରି ମଧ୍ୟ ସେ କୃତଜ୍ଞ ଯେ ଅନୁଭବ ନିଜେ ତା ପାଖକୁ ଯାଇ ତା ଦୁଃଖ ଦେଖିଲେ ଓ ବୁଝି ପାରିଲେ । ଅନୁଭବ ପୂଜାକୁ କଥା ଦେଇ ଆସିଛନ୍ତି ଯେ ଯେତେବେଳ ମଧ୍ୟ ଦରକାର ପଡିଲେ ପୂଜା ତାଙ୍କ ଗୋଟିଏ କଲ କିମ୍ବା ମେସେଜ କରିଦେଲେ ତାଙ୍କ ଭାଇ ତାଙ୍କୁ ସାହାଯ୍ୟ କରିବାକୁ  ହାଜିର ହୋଇଯିବ ।

ଏହା ସହ ପୂଜାଙ୍କ ଖବର ବାହାରକୁ ଆସିବା ପରେ କିଛି ସ୍ଵେଚ୍ଛାସେବୀ ସଂଗଠନ ମଧ୍ୟ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ସେମାନେ ଆର୍ଥିକ ସହାୟତା ଦେବା ସହ ତାକୁ ଚାଲିବ ପାଇଁ ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଛନ୍ତି । ଅନୁଭବ ଙ୍କ  ଏମିତି କାମ ପାଇଁ ସେହି ନିରୀହ ଅସହାୟ ଝିଅଟି ମୁହଁରେ ଟିକେ ହସ ଫୁଟି ପାରିବ । ଏଥିରେ ଆପଣଙ୍କ ମତ କଣ କମେନ୍ଟ କରନ୍ତୁ । ଅନୁଭବ ଙ୍କ ଏପରି ମହତ କାମ ହୃଦୟରୁ ଗୋଟେ ଲାଇକ ଓ ସେୟାର କରିବେ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *