ପୁଅ କଲା ସେ-କସ, ଝିଅକୁ ଗୋଡେଇଲା ବାପା, ଏହି ଘଟଣା ଆପଣଙ୍କ ହୋସ ଉଡେଇଦେବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରେମିକ କହିଲା ପ୍ରେମିକା ଙ୍କୁ ଯେ ସ୍ଵାମୀ କୁ ଛାଡି ଚାଲିଆସେ । ସେ ପ୍ରେମିକା ଙ୍କୁ ରଖିବେ ତଥା ବାହା ହେବେ । ଏହା ଶୁଣି ପ୍ରେମିକା ନିଜ ସ୍ଵାମୀ ଙ୍କୁ ଛାଡି ସବୁଦିନ ଲାଗି ଚାଲି ଆସିଲା କିନ୍ତୁ ପ୍ରେମିକ ମାରିଦେଲା ଡିଆଁ । ମାତ୍ର ବର୍ତ୍ତମାନ ପ୍ରେମିକ ଙ୍କ ବାପା ପ୍ରେମିକାଙ୍କୁ ନାନା ପ୍ରକାରର କଥା କହିଛନ୍ତି । ପ୍ରେମିକ ଙ୍କ ବାପା କହିଛନ୍ତି ଯେ ଆମର ଏଠି ଏ ସବୁ ଚାଲୁନାହିଁ ତୁ ଯେଉଁଠୁ ଆସିଛୁ ସେଠାକୁ ଚାଲି ଜା’ ।

୧୫ ଜଣଙ୍କୁ ପ୍ରେମ କରି ସବୁଆଡେ ମୁହଁ ମାରୁଛୁ, ଆଉ ଶେଷରେ ମୋ ପୁଅ କୁ ବିବାହ କରିବୁ ବୋଲି କହୁଛୁ । ଧାରଣା ଫାରଣା କିଛି ନାହିଁ । ଏଠାରେ ବସେନାହିଁ, ଏଠାରୁ ଯଥା ସମ୍ଭବ ଚାଲିଜା’ । ଆହୁରି ପ୍ରେମିକ ଙ୍କ ବାପା କହୁଛନ୍ତି ଯେ ଯେତେବେଳେ ଉଭୟ ପ୍ରେମ କରିଥିଲା ତାଙ୍କୁ ଜଣାଇଥିଲ କି ? ମାତ୍ର ବର୍ତ୍ତମାନ ତାଙ୍କ ଘର ଆଗରେ କାହିଁକି ଧାରଣା ଦେବାକୁ ଆସିଛନ୍ତି ବୋଲି କହି ଏହିଭଳି ପ୍ରଶ୍ନ ପଚାରିଛନ୍ତି ପ୍ରେମିକ ଙ୍କ ବାପା ।

ଖବର ଅନୁଯାୟୀ ୧୪ ବର୍ଷ ର ପ୍ରେମ । ମାତ୍ର ପ୍ରେମିକାଙ୍କୁ ବିବାହ କରିପାରିନଥିଲେ ପ୍ରେମିକ । ଅପର ପାର୍ଶ୍ଵରେ ଅନ୍ୟ ଜଣଙ୍କୁ ପ୍ରେମିକା ବିବାହ କରିନେଇଥିଲେ । ମାତ୍ର ପ୍ରେମିକ କାନ୍ଦି କାନ୍ଦି କହିଥିଲା ଯେ ତୁ ସ୍ଵାମୀ ଙ୍କୁ ଛାଡି ଚାଲିଆସେ ତତେ ମୁଁ ରଖିବି । ଆଉ ପ୍ରେମିକା ଜଣଙ୍କ ନିଜ ପ୍ରେମକୁ ବିଶ୍ଵାସ କରି ସ୍ଵାମୀଙ୍କୁ ଛାଡିଦେଇ ଚାଲି ଆସିଲା ।

ପ୍ରେମିକଙ୍କୁ ବିବାହ କରିବା ବୋଲି ଭାବିଥିଲା । ବିବାହ ର ପ୍ରତିଶ୍ରୁତି ଦେଇ ପ୍ରେମିକ ସବୁଆଡେ ବୁଲାଇଲା ପ୍ରେମିକାଙ୍କୁ । ସବୁଆଡେ ବୁଲାଇବାକୁ ନେଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲେ । ମାତ୍ର ପ୍ରେମିକ ଜଣକ ଭୁବନେଶ୍ଵର ରେଲୱେ ଷ୍ଟେସନ ରେ ପ୍ରେମିକା କୁ ଛାଡିଦେଇ ମାରିଦେଲା ଡିଆଁ ।

ଏହାପରେ ପ୍ରେମିକଙ୍କ ଘର ଆଗରେ ଆସି ଧାରଣା ଦେଲେ ପ୍ରେମିକା । ମାତ୍ର ପ୍ରେମିକଙ୍କ ବାପା ଙ୍କ ଦେହରେ ଯାଉନାହିଁ । ତେବେ ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ଭଳି ଆଦିବାସୀ ଅଧୁଷିତ ଅଞ୍ଚଳରେ । କଙ୍କଡା ହାଡ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *