ନମସ୍କାର ବନ୍ଧୁଗଣ ଆଜି ର ଏହି ଆଧୁନିକ ଯୁଗ ରେ ମଧ୍ୟ କେଉଁଠି ନା କେଉଁଠି ସ୍ଥାନରେ କିମ୍ବା ମନ ରେ ଲୁଚି ରହିଛି ଅ-ନ୍ଧ ବି-ଶ୍ୱା-ସ। କିଛି ଗ୍ରାମ ରେ ଲୋକ ମାନଙ୍କ ଦେହ ଖରାପ ହେଲେ ସେମାନେ ଡାକ୍ତର ଙ୍କ ପାଖକୁ କିମ୍ବା କୌଣସି ବୈଦ କିମ୍ବା କୌଣସି ପ୍ରକାରର ଔଷଧ ଖାଆନ୍ତି ନାହିଁ ।
ସେମାନେ କେବଳ ଗୁଣି ଗାରେଡି ଉପରେ ହିଁ ବିଶ୍ୱାସ କରିଥାନ୍ତି ଏବଂ କୌଣସି ଗୁ-ଣି ଗା-ରେ-ଡି କରୁଥିବା ଭ-ଣ୍ଡ ବାବା ଙ୍କ ପାଖକୁ ଯାଇ ସେଠାରେ ନିଜର ସମୟ ଏବଂ ସ୍ୱାସ୍ଥ୍ୟ ଦୁଇଟା ଖରାପ କରିଥାନ୍ତି। ତେବେ ଏହି ଭଳି ଅନେକ ଖବର ଶୁଣିବାକୁ ମିଳୁଛି। କେବେ କୋଉ ବାବା ନବଜାତ ଶିଶୁ ପେଟ ରେ ଚେ-ଙ୍କ ଦେଲାଣି ତ କାହାକୁ ଝା-ଡୁ ରେ ମା-ଡ଼ ହେଉଛି। କାହାକୁ ସା-ପ କା-ମୁ-ଡି-ବା ପରେ ସେ ଡାକ୍ତର ଙ୍କ ପାଖକୁ ନ ଯାଇ ଭଣ୍ଡ ବାବା ଙ୍କ ପାଖକୁ ଯାଇ ମୃ-ତ୍ୟୁ ର ଶେଯ ରେ ଶୋଇ ଯାଉଛି।

ତେବେ ଏହି ଆଧୁନିକ ସମାଜ ରେ ଏବଂ ଆଧୁନିକ ଯୁଗ ରେ ରହି ମଧ୍ୟ ଏହି ଅ-ନ୍ଧ ବି-ଶ୍ୱା-ସ କୁ ମାନୁଛନ୍ତି ଏହାଠାରୁ ଆଉ ଲଜ୍ଜା ର କଥା କିଛି ନୁହେଁ। ତେବେ ଏହାକୁ ସୁଧାରିବା ର ମାତ୍ର ଗୋଟିଏ ଉପାୟ ହେଉଛି ଶିକ୍ଷା। ସମାଜ ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଶିକ୍ଷିତ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ସମାଜ ରୁ ଅ-ନ୍ଧ ବି-ଶ୍ୱା-ସ ର କଳା ବାଦଲ ଯିବ ନାହିଁ।

ତେବେ ସେହି ଅନ୍ଧ ବିଶ୍ୱାସ କୁ ନେଇ ଫୁଣି ଥରେ ଏକ ଖବର ଆସିଛି। ଖବର ଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ର ନାରାୟଣ ପୁର ଗ୍ରାମ ରେ ଜଣେ ଶିଶୁ ର ମୃ-ତ୍ୟୁ ହୋଇଛି। ସେହି କଥାକୁ ମୃ-ତ-କ ଙ୍କ ପରିବାର ଲୋକେ ଗ୍ରହଣ କରି ପାରୁ ନାହାଁନ୍ତି । ଗ୍ରହଣ ବି କିପରି କରିବେ ସେହି କୋମଳ ବତୀ ଶିଶୁ ଟି ଯିଏ ସମ୍ପୂର୍ଣ୍ଣ ଭାବରେ କଥା ମଧ୍ୟ କହି ଜାଣି ନାହିଁ। ଶିଶୁ ଟି ର ଝାଡା ବାନ୍ତି ହେଉଥିଲା ଏବଂ କିଛିଦିନ ପରେ ଡାକ୍ତର ଙ୍କ ପାଖକୁ ଯିବା ବେଳେ ଡାକ୍ତର ଶିଶୁ ଟିକୁ ମୃ-ତ ବୋଲି ଘୋଷଣା କରିଥିଲେ।
ତେବେ ଜଣେ ଗୁ-ଣି-ଆ ଆସି କହିବାରୁ ଶିଶୁ ର ଦେହ ରେ ହଳଦୀ ସିନ୍ଦୁର ଲଗାଇ ପୂଜା କରାଯାଉଛି ତେବେ ମାଆ ର ମନ ଯିଏ ଦଶ ମାସ ଦଶ ଦିନ ନିଜ ଗର୍ଭ ରେ ଧାରଣ କରିଛି ତା ମନ କିପରି ବୁଝିବ ସେ ମଧ୍ୟ ସେହି ଗୁଣିଆ ର କଥା ରେ ପଡି ନିଜ ମୃତ ଶିଶୁ କୁ ଫେରେଇବା ପାଇଁ ପ୍ରୟାସ କରି ଚାଲିଛି। ତେବେ ଏହି କରୁଣ ଦୃଶ୍ୟ ହୃଦୟ କୁ ବିଚଳିତ କରିଦେଉଛି। ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

