ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ଲହର ଦେଶରେ ନିଜ କୋପ ବର୍ଷାଇଛି । ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି
ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଏହି କରୋନା ମହାମାରୀ ସମୟରେ ପୃଥିବୀ ପୃଷ୍ଟକୁ ମାଡି ଆସୁଛି ଆଉ ଗୋଟେ ବିପଦ ।
ଏହା କୌଣସି ଭାଇରସ ନୁହେଁ ତାଣ୍ଡବ ରଚିବାକୁ ଯାଉଛି ପ୍ରକୃତି । ଏହି ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି ବିମାନ ଯାତ୍ରୀ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି କିଛି ବର୍ଷ ହେବ ସୂର୍ଯ୍ୟଙ୍କ ଶକ୍ତିରୁ ଅନେକ ଉତ୍ତପ୍ତ ଗ୍ୟାସ ବାହାରୁଛି ।
ଏହାକୁ କରୁନାଲ ମାସ୍କ ଇଞ୍ଜେକ୍ସନ ବୋଲି କୁହାଯାଇଛି । ଏହି ଉତ୍ତପ୍ତ ଗ୍ୟାସର ପ୍ରଭାବ ପୃଥିବୀ ଉପରେ ପଡିବାର ସମ୍ଭାବନା ବହୁତ ଅଧିକ ରହିଛି । ଏମିତିକି ଚୁମ୍ବକୀୟ ଝଡ ସୃଷ୍ଟି କରିବାର ସମ୍ଭାବନା ରହିଛି । ବନ୍ଧୁଗଣ ଏହି ସମସ୍ୟାକୁ ନେଇ ବୈଜ୍ଞାନିକ ମାନେ ବହୁତ ଦ୍ଵନ୍ଦରେ ଥିବା ବେଳେ ଏହା ଅଧିକ ପ୍ରଭାବୀ ନୁହେଁ ବୋଲି କୁହାଯାଇଛି । ତେବେ କୁହାଯାଉଛି ଯେ, ଏହି ଚୁମ୍ବକୀୟ ଝଡ ହେବା ଫଳରେ ପୃଥିବୀରେ ମୋବାଇଲ ଯୋଗାଯୋଗ ପ୍ରକ୍ରିୟା, ରେଡିଓ କମ୍ୟୁନିକେସନ ଏବଂ ପାୱାର ଗ୍ରୀଡ ଆଦି ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି ।
ଏହା ବିମାନ ଯାତ୍ରୀ ଏବଂ ବିମାନ ପାଇଁ ଅଧିକ ସମସ୍ୟା ଆଣିପାରେ ବୋଲି କୁହାଯାଇଛି । ଆଉ କିଛି ବର୍ଷ ପରେ ପୃଥିବୀରେ ଏହି ସୌର ଝଡ ବା ଚୁମ୍ବକୀୟ ଝଡ ହେବ ବୋଲି ବୈଜ୍ଞାନିକ ମାନେ ଅନୁମାନ ଲଗାଇଛନ୍ତି । ଏହି ଚୁମ୍ବକୀୟ ଝଡ ପୃଥିବୀରେ ଅନେକ ପ୍ରଭାବ ପକାଇପାରେ । ଏହା ଜିପିଏସ ଏବଂ ମୋବାଇଲ ଯୋଗାଯୋଗ ପ୍ରକ୍ରିୟାରେ ବହୁତ ଅଧିକ ପ୍ରଭାବ ପକାଇପାରେ ।
ଏହାଦ୍ବାରା ବିମାନ ଯାତ୍ରା ସମୟରେ ଯାତ୍ରୀ ଏବଂ କର୍ମଚାରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବର୍ତ୍ତମାନ ଏହି ସମସ୍ୟା ପାଇଁ ବହୁତ ଚିନ୍ତାରେ ଅଛନ୍ତି ବିଶ୍ଵବାସୀ । ତା ହେଲେ ବନ୍ଧୁଗଣ ଏହି ସଙ୍କଟ ପାଇଁ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।