ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ ।
ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲି ନନ୍ଦ ଏହାକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏହି ମାମଲାକୁ ନେଇ ନିଜର ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ରାନୀଙ୍କ ମତରେ-‘ମୁ ଭାବି ପାରୁନି ଯେ ପୋଲିସ ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଚୁପ ଅଛନ୍ତି । ତାର ବାପା ମା ବି ବହୁତ ଭଲ ଲୋକ ପୁଅଟା ବହୁତ ଭଲ ଦେଖିବା ପାଇଁ ବି ସୁନ୍ଦର ସେ ଚାହିଁ ଥିଲେ ଅନ୍ୟ ଝିଅ ସହ ରହିପାରି ଥାନ୍ତା ହେଲେ ସେ ସେହି ଝିଅ ପଛରେ ଗୋଡେଇଲା । ଆଜ୍ଞା କଥାରେ ଅଛି ପ୍ରେମ ଅମର ପ୍ରେମ ଚିରନ୍ତନ ପ୍ରେମ ଅନ୍ଧ ଯିଏ ପ୍ରକୃତରେ ଭଲ ପାଏ ସେ ଭଲ ପାଇବାର ମହତ୍ଵ ଜାଣିଛି’ ।
ଆଗକୁ ସେ କହିଛନ୍ତି-‘ପୁଅଟା ସେତିକି ଭିତରକୁ ନେଇଯାଇଛି ଭଲ ପାଇବାଟିକୁ ମୁଣ୍ଡକୁ ନେଇଯାଇଛି ବହୁତ ଯାହାଫଳରେ ତାକୁ ସେହି ଝିଅ ଛଡା ଆଉ କେହି ଦେଖା ଗଲେ ନାହିଁ ସେଥିପାଇଁ ସେ ସେହି ଝିଅ ପଛରେ ହିଁ ଗୋଡେଇଲା । ଭଲ ପାଇବା କଥା କହିଲେ ମୁ ମୋ ନିଜର କଥା କହିବି ରାନୀ ପଣ୍ଡା ଯେମିତି ଲଭ କରିଛି ସେମିତି ଲଭ ଦୁନିଆରେ କେହି କରିନଥିବେ’ ।
ଆଗକୁ ସେ କହିଛନ୍ତି-‘ମୁ ଜାଣିଛି ଲଭ କଲେ ବାମ୍ଫ ପୋଲିଓ ଟୀକା କେଉଁ ରେଟରେ ନେବାକୁ ପଡେ । ତ ସେ ସେହି ପରିସ୍ଥିତିର ସମ୍ମୁଖୀନ ହେଲା ଯେଉଁଠି ଝିଅ ତା ଲଭକୁ କଦର କଲା ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାନୀ ପଣ୍ଡା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।