ପ୍ରେମ ଦେଖେନି ବୟସ, ପ୍ରମାଣ କରିଦେଲେ ଏହି ସବୁ Bollywood Stars, 4 ନଂ ଯୋଡି ତ ସମସ୍ତଙ୍କ Favorite

ବନ୍ଧୁଗଣ ନମାସ୍କର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁ ମାନଙ୍କ ବୟସ ରେ ବହୁତ ତଫାତ ରହିଛି। ବନ୍ଧୁଗଣ ଆପଣ ମାନେ ତ ଅଧିକାଂଶ ଦେଖିଥିବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଅଭିନେତା ଏବଂ ଅଭିନେତ୍ରୀ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ବୟସ ସୀମା ର ପାର୍ଥକ୍ୟ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ।ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ।

୧.ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ‘ନେହା କକ୍କର’ ଙ୍କ ବିଷୟରେ। ନେହା ପଞ୍ଜାବୀ ଗାୟକ ‘ରୋହନ ପ୍ରୀତ ସିଂ’ ଙ୍କୁ ଵିଵାହ କରିଛନ୍ତି । ଏହି ଯୋଡି ଙ୍କ ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ହେବାର ଦେଖିବାକୁ ମିଳୁଛି। ରୋହନ ଏବଂ ନେହା ଙ୍କ ମଧ୍ୟରେ ୭ ବର୍ଷର ତଫାତ ରହିଛି।

ନେହା କକ୍କର ଙ୍କୁ ୩୨ ବର୍ଷ ହୋଇଥିବା ବେଳେ ରୋହନ ମାତ୍ର ୨୫ ବର୍ଷ ର ଅଟନ୍ତି।ଏହି ଯୋଡି ଙ୍କ ବୟସ କୁ ନେଇ ବହୁତ ଚର୍ଚ୍ଚା କରାଯାଉଛି କିନ୍ତୁ ଏହି ଯୋଡି କୌଣସି କଥା ଖାତିର ନକରି ନିଜର ବିବାହିତ ଜୀଵନରେ ଖୁସିର ସହ ଆଗେଇବାରେ ଲାଗିଛନ୍ତି।

୨.ଯଦି ‘ମିଲନ ସୋମନ’ ଙ୍କ ବିଷୟରେ କୁହାଯିବ ତେବେ ସେ ନିଜ ଠାରୁ ୨୫ବର୍ଷ ସାନ ‘ଅଙ୍କିତା କୁଁଅର’ ଙ୍କୁ ୨୦୧୭ ମସିହାରେ ଵିଵାହ କରିଥିଲେ। ମିଲନ ପ୍ରଥମ ବିବାହ କରିଥିଲେ ଫ୍ରାନ୍ସ ଅଭିନେତ୍ରୀ ଙ୍କୁ ୨୦୦୬ ମସିହାରେ କିନ୍ତୁ ୩ବର୍ଷ ପରେ ଅର୍ଥାତ ୨୦୦୯ ମସିହାରେ ଏହି ଯୋଡି ଙ୍କ ଛାଡପତ୍ର ହୋଇଯାଇଥିଲା। ପରେ ମିଲନ ସୋମନ ପ୍ରେମ ସମ୍ପର୍କ ରେ ଆବଦ୍ଧ ହୋଇଥିଲେ ଅଙ୍କିତା ଙ୍କ ସହ ଏବଂ ପରବର୍ତ୍ତୀ ସମୟରେ ଏହି ଯୋଡି ପରସ୍ପରଙ୍କୁ ବିବାହ କରିଥିଲେ।

୩. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ସୈଫ ଅଲ୍ଲୀ ଖାଁ’ ଏବଂ ଅଭିନେତ୍ରୀ ‘କରିନା କପୁର’ ୨୦୧୨ ମସିହାରେ କୋର୍ଟ ମ୍ୟାରେଜ କରିଥିଲେ।ଏହି ଦୁଇ ଯୋଡି ଙ୍କ ମଧ୍ୟରେ ୧୦ବର୍ଷର ତଫାତ ରହିଛି। ବର୍ତ୍ତମାନ କରିନା ୪୦ ବର୍ଷ ର ହୋଇଥିବା ବେଳେ ସୈଫଙ୍କୁ ୫୦ ବର୍ଷ ହୋଇଛି। ଏହି ଯୋଡି ଙ୍କ ସମ୍ପର୍କ ବହୁତ ଘନିଷ୍ଠ ଅଟେ। ଶୁଣିବାକୁ ମିଳୁଛି ଯେ ବହୁତ ଶୀଘ୍ର ଏହି ଯୋଡି ଦ୍ବିତୀୟ ଥର ମାତା ପିତା ହେବାକୁ ଯାଉଛନ୍ତି।

୪. ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜକୁ କ୍ୟାରିଆର ଆରମ୍ଭ କରିଥିବା ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’ ହଲିଉଡ଼ ର ଅଭିନେତା ତଥା ଗାୟକ ‘ନିକ ଜୋନସ’ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରିୟଙ୍କା ଏବଂ ନିକ ଙ୍କ ମଧ୍ୟରେ ୧୦ ବର୍ଷ ର ପାର୍ଥକ୍ୟ ରହିଛି। ପ୍ରିୟଙ୍କା ଙ୍କୁ ୩୩ ବର୍ଷ ହୋଇଥିବା ବେଳେ ନିକ ୨୨ ବର୍ଷ ର ଅଟନ୍ତି।ଏହି ଯୋଡି ଙ୍କ ବୟସ ର ତଫାତ କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ମଜାକ ଉଡାଯାଇଥିଲା।କିନ୍ତୁ ଏହି ଯୋଡି କୌଣସି କଥା କୁ ଖାତିର କରି ନଥିଲେ ଏବଂ ବର୍ତ୍ତମାନ ଏହି ଯୋଡି ଆମେରିକା ରେ ନିଜ ବିବାହିତ ଜୀବନକୁ ଖୁସିର ସହ ବିତାଉଛନ୍ତି।

୫. ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତା ‘ସାହିଦ କପୁର’ ୨୦୧୫ ମସିହାରେ ‘ମୀରା’ ଙ୍କୁ ଵିଵାହ କରିଥିଲେ।ଏହି ଯୋଡି ଙ୍କ ଆରେଞ୍ଜ ମ୍ୟାରେଜ ହୋଇଥିଲା।ବିବାହ ସମୟରେ ସାହିଦ କପୁର ଙ୍କୁ ୩୯ ବର୍ଷ ହୋଇଥିବା ବେଳେ ମୀରା ଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଏହି ଯୋଡି ଙ୍କ ବୟସ ମଧ୍ୟରେ ୧୪ ବର୍ଷ ର ତଫାତ ରହିଛି। ଏହି ଯୋଡି ୨ଟି ଛୁଆଙ୍କ ମାତା ପିତା ହୋଇସାରିଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *