ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ପ୍ରେମ ପାଇଁ ପାକିସ୍ତାନରୁ ଆସିଗଲେ ପ୍ରେମିକା ଭାରତକୁ । ହଁ ଦର୍ଶକବନ୍ଧୁ ସତରେ କଣ ପ୍ରେମ ଏତେ ଅନ୍ଧ ଯେ ଏହା ବୟସ ,ଧର୍ମ ଓ ଜାତି ନ ଦେଖି ପଳେଇ ଆସେ । ଏହା ମଧ୍ୟ ସେହିପରି ଏକ କାହାଣୀ ସୂଚନା ଅନୁସାରେ PUBG ରୁ ଆରମ୍ଭ ହୋଇଥିଲା ଏହି ପ୍ରେମ ପକ୍ଷୀଙ୍କ କାହାଣୀ । ଯେତେବଳେ ସମଗ୍ର ଦେଶକୁ କାରୋନା ମହାମାରୀ ଘେରିଥିଲା ।

ତେବେ ଲୋକମାନଙ୍କୁ ଘରେ ଭିତରେ ରହିବାକୁ ସରକାର ନିର୍ଦେଶ ଦେଇଥିଲା । ଯାହାକି ଲୋକେ ପାଳନ କରି ପ୍ରାଣ ଭୟରେ ଘରେ ରହୁଥିଲେ ଓ ତାଙ୍କ ସମୟକୁ ଅତିବାହିତ କରିବା ପାଇଁ PUBG ଭଳି ଖେଳ ଖେଳୁଥିଲେ । ଏହି ଖେଳରେ ପରିଚୟ ହୋଇଥିଲେ ପାକିସ୍ତାନି ମହିଳା ସୀମା ଓ ଭାରତର ପୁଅ ସଚିନ ।
ପ୍ରଥମେ ଉଭୟ ବନ୍ଧୁ ହୋଇଥିଲେ ପରେ ପରେ ତାହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ସୀମାଙ୍କ ସ୍ଵାମୀ ସୌଦିଆରଫ ରେ କାମ କରନ୍ତି ଓ ସାମାନ୍ୟ କଥାକୁ ନେଇ ତାଙ୍କୁ ମାରପିଟ୍ କରନ୍ତି । ଏହି କାରଣରୁ ବୋଧେ ସୀମା ସଚିନଙ୍କ ପ୍ରେମରେ ପଡିଗଲେ । ସୀମାଙ୍କ ଚାରୋଟି କୁନି କୁନି ଛୁଆ ଏବଂ ସ୍ଵାମୀ ତାଙ୍କୁ ଆରଫ ଯାଉଛି ବୋଲି କହିଯାଇଥିଲେ ।

ଏବେ ଯାଏ ଆସିନଥିଲେ ସେ ନିଜକକୁ ବହୁତ ଏକେଲା ମନେକରୁଥିଲେ ଏବଂ ଏକୁଟିଆ ଚାରି ସନ୍ତାନକୁ କିପରି ବଡ କରିବେ । 27 ବର୍ଷୀୟ ସୀମା ଓ 22 ବର୍ଷର ସଚିନଙ୍କ ପ୍ରେମ ଏତେ ଘନିଷ୍ଟ ହୋଇଯାଇଥିଲା କି ସେ ପାକିସ୍ତାନକୁ ଛାଡି ଭାରତ ଆସିବାକୁ ମନ ବଳାଇ ଥିଲେ । ମାତ୍ର ସୀମାଙ୍କ ପାଖରେ ଭାରତକୁ ଆସିବା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ନ ଥିଲା ବା ବିସା ମଧ୍ୟ ଆବେଦନ କରିପାରିନଥିଲେ ।
ମାତ୍ର ତାଙ୍କ ଦୃଢମନବୃତ୍ତି ଥିଲା ତେଣୁ ନିଜ ଘରକୁ 12 ଲକ୍ଷରେ ବିକ୍ରି କରି ଚାରି ଛୁଆକୁ ଧରି ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ଯମୁନା ଏକ୍ସପ୍ରେସ୍ସ ରେ ସଚିନଙ୍କ ପାଖକୁ ଆସିଥିଲେ । ମାତ୍ର ଯେବେ ସଚିନକୁ ବିବାହ କରିବା ପାଇଁ ଓକିଲ ପାଖକୁ ଯାଇଥିଲେ ସେଠାରେ ସବୁ ସତ ଜଣାପଡିଥିଲେ । ଯାହା ପରେ ପୋଲିସ ପାକିସ୍ତାନର ଅଫିସରମାନଙ୍କୁ ମହିଳାଙ୍କ ସମ୍ପର୍କରେ ସୂଚନା ଦେଇଥିବା ଶୁଣିବାକୁ ମିଳିଛି । ତେବେ ଏହି ପ୍ରେମ କାହାଣୀ ବାବଦରେ ଯିଏ ବି ଶୁଣୁଛି ତାଜୁବ ହେଇଯାଉଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

