ବନ୍ଧୁଗଣ ଏଣିକି ଆଉ ମାସ ଶେଷରେ ନୁହେଁ ପ୍ରତି ସପ୍ତାହରେ ମିଳିବ ସାଲାରୀ । ତେବେ ଆଉ ଦରମା ପାଇବା ଯାଏଁ ଆଉ ମାସ ଶେଷକୁ ଅପେକ୍ଷା କରିବାକୁ ପଡିବ ନାହିଁ ବରଂ ପ୍ରତି ସପ୍ତାହରେ ମିଳିବେ ସାଲାରୀ । ଏହା ଜାଣିବା ପରେ ଆପଣ ମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଓ ଆପଣ ମାନଙ୍କୁ ଲାଗୁଥିବ ସତରେ କଣ ଏମିତି ନିୟମ ଲାଗୁ ହେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବି2ବି ଇ-କମର୍ଷ କମ୍ପାନୀ ଇଣ୍ଡିଆ ମାର୍ଟ ନିଜ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରିବାକୁ ଯାଉଛି । କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ୱିକଲି ସାଲାରୀ ପେ ପଲିଶି ଘୋଷଣା କରିଛି ।
ନିଜ ଫେସବୁକ ପେଜରେ ପୋଷ୍ଟ କରି ଏହି ସୂଚନା ଦେଇଛି ଇଣ୍ଡିଆ ମାର୍ଟ । କମ୍ପାନୀର କହିବା ଅନୁଯାଇ, ୱିକଲି ସାଲାରୀ ପେ ପଲିଶି ଲାଗୁ ହେବା ଦ୍ଵାରା ଏଣିକି କର୍ମଚାରୀଙ୍କୁ ନିଜ ଦରମା ପାଇବା ପାଇଁ ମାସ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ । କର୍ମଚାରୀ ମାନେ ପ୍ରତି ସପ୍ତାହରେ ସାଲାରୀ ପାଇବେ ଏବଂ ଏପରି ହେବା ଦ୍ଵାରା କର୍ମଚାରୀ ମାନେ ସମସ୍ତ ଆର୍ଥିକ ବୋଝରୁ ମୁକ୍ତ ହୋଇପାରିବେ ।
ଏହା ସହିତ ଭଲ କାମ କରିବା ପାଇଁ ମଧ୍ୟ ସେମାନେ ଆଗଗ୍ରହୀ ହେବେ । ତେବେ ଏପରି ପଲିଶି ଲାଗୁ କରିବାରେ ଇଣ୍ଡିଆ ମାର୍ଟ ହୋଇଯାଇଛି ଦେଶରେ ପ୍ରଥମ କମ୍ପାନୀ । ବନ୍ଧୁଗଣ ଅନେକ ଦେଶରେ ପୂର୍ବରୁ ଏହି ନିୟମ ଲାଗୁ ହୋଇସାରିଛି । ନ୍ୟୁଜଲାଣ୍ଡ, ଅଷ୍ଟ୍ରେଲିଆ, ହଙ୍କକଙ୍ଗ ଏବଂ ଆମେରିକାର ଅନେକ କମ୍ପାନୀରେ ୱିକଲି ସାଲାରୀ ପେ ପଲିଶି ଅନୁଯାଇ କର୍ମଚାରୀ ମାନେ ଦରମା ପାଇଥାନ୍ତି ।
ହେଲେ ଭାରତରେ ସାଧାରଣତଃ କର୍ମଚାରୀ ମାନଙ୍କୁ ମାସ ଶେଷରେ ଦରମା ଦିଆ ଯାଇଥାଏ । ତେବେ ସପ୍ତାହକୁ ସାଲାରୀ ମିଳିବା ଭଳି ନିୟମ ଲାଗୁ କରିବା ଇଣ୍ଡିଆ ମାର୍ଟ ଏବେ ଦେଶର ପ୍ରଥମ କମ୍ପାନୀ ରୂପେ ପରିଚିତ ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।