ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଅଧାପୋଡା ଦେହରେ କରୁଛନ୍ତି IAS ପ୍ରସ୍ତୁତି । ହଁ ଦର୍ଶକବନ୍ଧୁ ଏହି କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରି ପାଣି ଧାର ଧାର ହୋଇ ବୋହି ଆସିବ । ଏହି ମହିଳାଙ୍କ ଏଭଳି ପରିସ୍ଥିତି ଯୌତୁକ ନିର୍ଯ୍ୟାତନା ଯୋଗୁଁ ହୋଇଛି । ସୂଚନା ଅନୁସାରେ 2015 ମସିହା ପଦ୍ମପୁରରେ ବିବାହ କରିଥିଲେ ରଶ୍ମିତା ପାଣିଗ୍ରାହୀ ତାଙ୍କର ଗୋଟିଏ ଇଛା ଥିଲା କି IAS ହେବେ କିନ୍ତୁ ବିବାହ ପରେ ଯେମିତି ତାଙ୍କର ସ୍ଵପ୍ନ ସଂସାର ସମୁଦ୍ରରେ ଦବିଗଲା ।
କିଛି ବର୍ଷ ସ୍ଵାମୀଙ୍କ ସହ ବହୁତ ଭଲରେ କଟିଲା । ମାତ୍ର କେତେକ ଦିନ ପରେ ଆରମ୍ଭ ହୋଇଥିଲା ଶାଶୁଘରେ ଯୌତୁକ ନିର୍ଯ୍ୟାତନା । ବାପଘରୁ ଟଙ୍କା ଆଣିବାକୁ ଦାବି କରୁଥିଲେ ସ୍ଵାମୀ ଓ ଦେଢଶୂର ଯାହାକୁ ତାହା ସହି ରହୁଥିଲେ ରଶ୍ମିତା । ମାତ୍ର ତାଙ୍କ ଜୀବନକୁ ଆସିଲା ଏକ କୁନି କନ୍ୟା ସନ୍ତାନ ଟିଏ ଯାହା ପରେ ଶାଶୁ ଘରେ ନିର୍ଯ୍ୟାତନା ପୂର୍ବ ଅପେକ୍ଷା ଅଧିକ ହୋଇଗଲା ।
ସ୍ଵାମୀ ତାଙ୍କୁ ସବୁ ଦିନ ପିଟାପିଟି କରୁଥିଲେ ଦିନେ ତାଙ୍କର ଅତ୍ୟାଚାରର ସୀମା ଟପିଗଲା । 28 ସେପ୍ଟେମ୍ବର 2022 ମସିହାରେ ସକାଳ ସମୟରେ ସ୍ଵାମୀ ଓ ଦେଢଶୂର କିରୋସିନ ପକାଇ ନିଆଁ ଲଗେଇଦେଇଥିଲେ । ଏହା ପରେ ରଶ୍ମିତାକୁ ପଦ୍ମପୁର ଡାକ୍ତରଖାନା ଏବଂ ପରେ ବର॰ପୁର ସେଠାରୁ ପୁଣି କଟକ ବଡ ମେଡିକାଲକୁ ସ୍ଥାନାସ୍ତାରିତ କରାଯାଇଛି ।
ଏବେ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ତେବେ ତାଙ୍କ ହାତରେ ଅଛି IAS ବହି ଏତେ କଷ୍ଟ ସମୟରେ ବି ସେ ଆଗକୁ ବଢୁଛନ୍ତି ସ୍ଵପ୍ନକୁ ସାକାର କରିବା ପାଇ । ସତରେ ଆଜିର ସମାଜ ପାଇଁ ରଶ୍ମିତା ହେଉଛନ୍ତି ଆଦର୍ଶ ମହିଳା ଯିଏ କି ଅଳ୍ପ ବୟସରେ ବହୁ କଷ୍ଟ ଦେଖିଛନ୍ତି କିନ୍ତୁ ଅଧାପୋଡା ଶରୀରରେ IAS ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ।
ସେ କହୁଛନ୍ତି ଲାଜ୍ଜ କଲେ କଣ ଅନ୍ୟ ପାଇଁ ନୁହେଁ ନିଜ ପାଇଁ ବଞ୍ଚିବା ଦରକାର ତାଙ୍କର ତିନୋଟି ସର୍ଜରୀ ପରେ ମଧ୍ୟ ପାଠପଢିବାରେ ଲାଗିଛନ୍ତି ରଶ୍ମିତା । ସତରେ ଏଭଳି ପରିସ୍ଥିତି ମଣିଷ ମାନସିକ ଓ ଶାରୀରିକ ଭାବେ ଭାଙ୍ଗିପଡେ କିନ୍ତୁ ରଶ୍ମିତା ସେସମସ୍ତକୁ ଉତ୍ତମ ସମାଚାର ଦେଇଛନ୍ତି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।