ଖଣ୍ଡଗିରିରେ ଚାଲିଥିଲା ଯାତ୍ରା ! ରାତି ଅଧରେ ହଠାତ ଅଭିନେତା Piyush କୁ କାହିଁକି ଚେୟାର ଫୋପାଡିଲେ ଲୋକେ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଧ ରାତିରେ ଯାତ୍ରା କଳାକାର ପୀୟୂଷ ଉପରେ ଚେୟାର ଫୋପାଡିଲେ ଦର୍ଶକ । ଅଭିନୟକୁ ସତ୍ୟ କଥା ଭାବି ଦର୍ଶକ ହୋଇଗଲେ ଭାବ ବିହ୍ଵଳ । ତେବେ ଏପରି କିଛି ଯାତ୍ରା ସମ୍ପର୍କୀୟ ଖବର ଶୁଣିବାକୁ ମିଳିଛି । ତେବେ ଯାତ୍ରାରେ ଅଭିନୟ କରୁଥିବା ସମସ୍ତ ଯାତ୍ରା କଳାକାର ନିଜ ନିଜର ଅଭିନୟରେ ନିପୁଣତା ଆଣିବା ପାଇଁ ଚେଷ୍ଟା କରିଥାନ୍ତି । ସମସ୍ତେ ନିଜ ଅଭିନୟରେ ଲୋକଙ୍କର ମନୋରଞ୍ଜନ କରାଇବା ପାଇଁ ଚାହିଁଥାନ୍ତି ।

ସେହିପରି ମଧ୍ୟ ଯାତ୍ରା ମଞ୍ଚରେ ପରିବେଷଣ ହେଉଥିବା ସମୟରେ ଯାତ୍ରାର ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଯାତ୍ରା କଳାକାର ପୀୟୂଷ ମଧ୍ୟ ନିଜ ଅଭିନୟ ମଞ୍ଚ ଉପରେ ଜାରୀ ରଖିଥିଲେ । ଖଣ୍ଡଗିରି ହରେକୃଷ୍ଣ ମହତାବ ପେଣ୍ଡାଲରେ ତୁଳସୀ ଗଣନାଟ୍ଯ ଯାତ୍ରା ଚାଲିଥିଲା । ତେବେ ମଞ୍ଚସ୍ଥ ନାଟକର ନାମ ଥିଲା ଅଧ ରାତିର ସାଥି । ତେବେ ସେହି ଯାତ୍ରାରେ ଖଳନାୟକ ଭୂମିକାରେ ପୀୟୂଷଙ୍କୁ ଦେଖିବାକୁ ମିଳିଥିଲା ।

ତେବେ ଯାତ୍ରା ମାହୋଲର ପରିବେଶରେ ଯାତ୍ରାର ବରିଷ୍ଠ ଖଳ ନାୟକ କଳାକାର ଭାବରେ ଦୈତାରୀ ପଣ୍ଡାଙ୍କୁ ସମସ୍ତେ ଜାଣିଥାନ୍ତି । ତେବେ ଦୈତାରୀ ପଣ୍ଡାଙ୍କ ପରେ ଖଳ ନାୟକ ଭୂମିକାରେ ପୀୟୂଷଙ୍କୁ ମଧ୍ୟ ସେତିକି ଭଲ ପାଇବା ଓ ଲୋକପ୍ରିୟତା ମିଳିପାରିଛି । ତେବେ ଯାତ୍ରା ଅଧ ରାତିର ସାଥିର କାହାଣୀ ଅନୁସାରେ ଯାତ୍ରା ସ୍ଟେଜରେ ଯାତ୍ରା ଚାଲୁଥିବା ବେଳେ ସେହି ସମୟରେ ସେଠାରେ ଉପସ୍ଥିତ ରହି ଯାତ୍ରା ଦେଖୁଥିବା କିଛି ଦର୍ଶକ ସ୍ଟେଜ ଉପରେ ଅଭିନୟ କରୁଥିବା ପୀୟୂଷଙ୍କ ଉପରେ ଚେୟାର ଫୋପାଡିବାକୁ ଆରମ୍ଭ କରିଥିଲେ ।

ତେବେ ପୀୟୂଷଙ୍କ ଖଳ ନାୟକ ଭୂମିକାକୁ କିଛି ଲୋକ ସତ ଭାବିକି ପୀୟୂଷଙ୍କ ଉପରେ ଚେୟାର ଫୋପାଡିବା ସହ ଯାତ୍ରା ପରିବେଶ କିଛି ସମୟ ପାଇଁ ଅଶାନ୍ତ ହୋଇପଡିଥିଲା । ତାପରେ କିଛି ସମୟ ଯାତ୍ରାକୁ ସ୍ଥଗିତ ରଖି ସବୁ ବୁଝାସୁଝା କରିବା ପରେ ପୁଣି ଥରେ ଯାତ୍ରା ପରିବେଷଣ କରଯାଇଥିଲା । ତେବେ ଅଭିନେତା ପୀୟୂଷଙ୍କ କହିବା ଅନୁଯାଇ ଦର୍ଶକଙ୍କର ଗାଳି ଓ ତାଳି ଉଭୟ ମୋ ପାଇଁ ନିହାତି ଭାବରେ ଦରକାର ହୋଇଥାଏ ।

ତେବେ ମୁଁ ମୋ ଅଭିନୟରେ ନିପୁଣତା ଆଣିପାରିଥିବାରୁ ଦର୍ଶକ ମାନେ ମୋ ଅଭିନୟ ଦେଖି ଲୋକ ମାନେ ଭାବ ବିହ୍ଵଳ ହୋଇ ସତ ମାନିନେଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *