ନମସ୍କାର ବନ୍ଧୁଗଣ, ଓଡିଆ ସିନେ ଜଗତର କଳାକାର ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ତା ବହୁତ ଗୁରୁତର ରହିଛି । ତାଙ୍କର ଚିକିତ୍ସା ପାଇଁ ବହୁତ ପଇସା ଦରକାର ଥିବାରୁ ଲୋକ ମାନଙ୍କୁ ସହାୟତା ହାତ ମାଗୁଛନ୍ତି ଘର ଲୋକେ । ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ତା ଖରାପ ଥିବାର କଥା ସମସ୍ତଙ୍କ ମନରେ ଦୁଃଖ ଆଣିଦେଇଛି ଏବଂ ଏକ ବଡ ଝଟକା କହିବା ମଧ୍ୟ ଭୁଲ ହେବ ନାହିଁ । ତେବେ ଏଭଳି ପରିସ୍ଥିତିରେ ପ୍ରଦ୍ୟୁମ୍ନ ଲେଙ୍କା ପିଣ୍ଟୁ ନନ୍ଦଙ୍କ ସମ୍ପର୍କରେ କିଛି କଥାର ଖୁଲାସା ମିଡିଆ ସାମ୍ନାରେ କରିଥିବାର ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ।

ପ୍ରଦ୍ୟୁମ୍ନ କହିଛନ୍ତି ସେ ପିଣ୍ଟୁ ନନ୍ଦଙ୍କ ଦେହ ଖରାପ ଥିବାରୁ ବହୁତ ଦୁଃଖୀ । ଏହା ମଧ୍ୟ ସେ କହିଛନ୍ତି କି ପିଣ୍ଟୁ ନିଜେ ତାଙ୍କ ଦେହ ଖରାପ ପାଇଁ ଦାୟୀ ଅଟନ୍ତି । ପ୍ରଦ୍ୟୁମ୍ନ ପିଣ୍ଟୁ ନନ୍ଦ ବହୁତ ବିଝାଇବା ସହ ଉପଦେଶ ମଧ୍ୟ ଦେଇଥିବାର କଥା ସେ କହିଛନ୍ତି । ସେତେବେଳେ ଯାହା ବି ସବୁ ଚଳଚ୍ଚିତ୍ର ହେଉଥିଲା ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ଖୋଜୁଥିଲେ ।
ପିଣ୍ଟୁ ନନ୍ଦ ବହୁତ ଭଲ ଭାବରେ ଅଭିନୟ କରି ମିହିର ଦାସ ତଥା ବିଜୟ ମହାନ୍ତିଙ୍କ ସ୍ଥାନ ମଧ୍ୟ ସେତେବେଳେ ନେଇପାରୁଥିଲେ ବା ତାଙ୍କୁ ଋପ୍ଲେସ ମଧ୍ୟ କରିବାର କ୍ଷମତା ରଖୁଥିଲେ । ପ୍ରଦ୍ୟୁମ୍ନଙ୍କ ପ୍ରଯୋଜିତ ଅନେକ ସିନେମାରେ ସେ ଅଭିନୟ କରିଛନ୍ତି । ପିଣ୍ଟୁ ନନ୍ଦଙ୍କର ଅନ୍ୟ କେହି ବିକଳ୍ପ ନଥିବା କଥା ମଧ୍ୟ ସେ କହିଛନ୍ତି । ପିଣ୍ଟୁ ନନ୍ଦ ତାଙ୍କ ଦେହକୁ ନିଜେ ଅବହେଳା କରିବା କଥା କହିଛନ୍ତି ପ୍ରଦ୍ଯୁମ୍ନ ।
ପିଣ୍ଟୁ ନନ୍ଦ ସମସ୍ତ ପ୍ରକାର ଅଭିନୟ କରିପାରୁଥିଲେ । ପିଣ୍ଟୁ ନନ୍ଦ ସ୍ଵାଭାବ ଅନୁଯାୟୀ ବହୁତ ଭଲ ଅଟନ୍ତି । କାହା ପ୍ରତି ତାଙ୍କ ମନରେ କୌଣସି ଈର୍ଷା ଭାବନା ନଥାଏ । କଳାକାର ହୋଇ ଆଉ ଜଣେ କଳାକାରକୁ ତାଙ୍କ ଅଭିନୟ କୁ ସବୁବେଳେ ପ୍ରୋତ୍ସାହନ ଦେବା ଗୁଣ ତାଙ୍କ ପାଖରେ ଭରି ହୋଇ ରହିଥିବାର କଥା କହିଛନ୍ତି ।

ପ୍ରଦ୍ଯୁମ୍ନ ଲେଙ୍କା ଅଭିନୟ କରିଥିବା ବେସାହାରା ଚଳଚ୍ଚିତ୍ରର ଖୁବ ତାରିଫ କରିଥିଲେ ପିଣ୍ଟୁ । ଅଧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ତାରିଫ କରିଥିବାର କଥା ପ୍ରଦ୍ଯୁମ୍ନ କହିଛନ୍ତି । ଏବଂ ସେ ଭଗବାନଙ୍କ ପାଖରେ ପ୍ରାଥନା କରୁଛନ୍ତି କି ସେ ଶୀଘ୍ର ଆରୋଗ୍ଯ ଲାଭ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

