ନମସ୍କାର ବନ୍ଧୁଗଣ, ସବୁଠାରୁ ଏବେ ଦୁଃଖଦ ଖବର ହେଉଛି ଯାହା କି ଓଡିଆ ସିନେ ଜଗତରେ ଛାଇ ଯିବା ସହ ସାରା ଓଡିଶାବାସୀଙ୍କୁ ମଧ୍ୟ ଅନୁଭୂତ ହେଉଛି । ପିଣ୍ଟୁ ନନ୍ଦ ନିଜର ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବାରେ ଅସହାୟ ହୋଇ ଲୋକଙ୍କ ସହୟତା ଭିକ୍ଷା କରିଥିଲେ ଠିକ ଏହିସମୟରେ ତାଙ୍କ ପାଇଁ ଦେବଦୂତ ପାଲଟି ଯାଇଛନ୍ତି ହିରୋ ଅର୍ଦ୍ଧେନ୍ଦୁ । ପିଣ୍ଟୁଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଇଛନ୍ତି ଅର୍ଦ୍ଧେନ୍ଦୁ ।

ତେବେ କଣ ରହିଛି ଏହା ସହ ଜଡିତ ଥିବା ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା । କିଛି ଦିନ ହେବ ଖବର ପ୍ରସାରଣ ହେବା ପରେ ସାମ୍ନାକୁ ଆସିଲା କି ପିଣ୍ଟୁ ନନ୍ଦ ଲିଭର ରୋଗରେ ପୀଡିତ ଅଛନ୍ତି । ତାଙ୍କ ରୋଗର ଚିକିତ୍ସା ପାଇଁ ବହୁତ ପଇସା ଦରକାର ଏବଂ ଟଙ୍କା ହେବା ପରେ ଯାଇ ସେ ଦିଲ୍ଲୀରେ ନିଜର ଚିକିତ୍ସା କରାଇ ସୁସ୍ଥ ହୋଇପାରିବେ । ଡାକ୍ତର କହିଥିବା ଟଙ୍କା ବହୁତ ଅଧିକ ଥିଲା ତେଣୁ ତାହା ପିଣ୍ଟୁ ନନ୍ଦଙ୍କ ତଥା ତାଙ୍କ ପରିବାର ପକ୍ଷେ ସମ୍ଭବ ନଥିଲା ।
ଏହାପରେ ପିଣ୍ଟୁ ନନ୍ଦ ଏବଂ ତାଙ୍କ ପରିବାର ଲୋକେ ଓଡିଶା ବାସୀଙ୍କୁ ତାଙ୍କ ସହର୍ଜ୍ୟ ନିମନ୍ତେ ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ । କଳାକାର ଜଗତର କିଛି କଳାକାର ମାନେ ତାଙ୍କୁ ତାଙ୍କର ନିଜ ସକ୍ଷମ ଅନୁଯାୟୀ ଦିଏ ଯାହା ସମ୍ଭବ ଦେଇଥିଲେ । ତଥାପି ଟଙ୍କା ପୁରା ହୋଇନଥିଲା । ପିଣ୍ଟୁ ନନ୍ଦଙ୍କ ଏହି ଅସୁବିଧା ସମୟରେ ଏହା ବଡ ଅବଦାନ ତଥା ବଡ ସହର୍ଜ୍ୟର ହାତ ପାଲଟି ଯାଇଛି ହିରୋ ଅର୍ଦ୍ଧେନ୍ଦୁଙ୍କର ।
ସ୍ଵର୍ଗତ ପିପିଲି ବିଧାୟକଙ୍କ ଜ୍ଵାଇଁ ତଥା ଓଡିଆ ସିନେ ଜଗତର ହିରୋ ଅର୍ଦ୍ଧେନ୍ଦୁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଇଛନ୍ତି । ଏହା ପିଣ୍ଟୁଙ୍କ ପାଇଁ ଏକ ବଡ ସହଯୋଗ ଅଟେ । ଏହି ସହଯୋଗ ପାଇବା ପରେ ପିଣ୍ଟୁ ନନ୍ଦ ଏବଂ ତାଙ୍କ ପରିବାର ଲୋକଙ୍କ ମନବଳ ଦୃଢ ହୋଇପାରିବ ବୋଲି ଆଶା ।

ଅର୍ଦ୍ଧେନ୍ଦୁଙ୍କର ଏତେ ବଡ ହୃଦୟ ପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ । ଆଶା କରୁଛୁ ପିଣ୍ଟୁ ନନ୍ଦଙ୍କ ପାଇଁ ଏହିଭଳି ସମସ୍ତେ ସହଯୋଗର ହାତ ବଢାଇ ତାଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

