ମାଡି ଆସୁଛି କୋଭିଡ ତୃତୀୟ ଲହର, ଜାଣନ୍ତୁ ପିଲାଙ୍କୁ କୋଭିଡରୁ ସୁରକ୍ଷିତ ରଖିବାର 3 ଉପାୟ- Dr Palash Das

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । ତେବେ ପ୍ରଥମ ଏବଂ ଦ୍ଵିତୀୟ ଲହରୀ ପରେ ତୃତୀୟ ଲହରୀ ଆସିବାର ଅନୁମାନ କରାଯାଉଛି ।

ତେବେ ପ୍ରଥମ ଲହରୀ ରେ ବୃଦ୍ଧ ବ୍ୟକ୍ତି ମାନଙ୍କୁ ପ୍ରଭାବିତ କରିଥିଲା ଏବଂ ଦ୍ଵିତୀୟ ରେ ୧୮ ବର୍ଷ ରୁ ଉର୍ଦ୍ଧ୍ବ ଙ୍କୁ ଏବଂ ବର୍ତ୍ତମାନ ତୃତୀୟ ଲହରୀ ରେ ଛୋଟ ପିଲାଙ୍କ ଉପରେ ଏହାର ଅଧିକ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ।

ବାହାରକୁ ଗଲା ବେଳେ ମୁହଁରେ ମାସ୍କ ଏବଂ ନିଜ ପାଖରେ ସାନିଟାଇଜର ରଖିବା ଆବଶ୍ୟକ । ଏବଂ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ହାତ କୁ ବହୁତ ଭଲ ଭାବରେ ଧୋଇବା ଉଚିତ । କିନ୍ତୁ ଏହି କରୋନା ରୋଗ ରେ ପିଲା ମାନଙ୍କ ଉପରେ ଏହାର ବହୁଳ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ । କାରଣ ଛୋଟ ପିଲା ମାନେ ବହୁତ କୋମଳ ଏବଂ ଦୁର୍ବଳ ଥାଆନ୍ତି ସେମାନଂକୁ କୌଣସି ଭାଇରସ କିମ୍ବା ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

ତେଣୁ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବା ପାଇଁ ବହୁତ ଅଧିକ ଧ୍ୟାନ ଦେବା ଆବଶ୍ୟକ । ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ । ପ୍ରଥମତଃ ସେମାନଙ୍କ ଖାଦ୍ୟ ଉପରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଯେଉଁଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, କ୍ୟାଲସିୟମ, ଏବଂ ଭିଟାମିନ ରହିଥିବ ସେହି ଖାଦ୍ୟ ଦେବା ଆବଶ୍ୟକ । ଏହା ଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ସୁରକ୍ଷିତ ରହିବ ।

ସେମାନଂକୁ ପ୍ରଚୁର ପରିମାଣରେ ପାଣି ପିଇବା ପାଇଁ କୁହନ୍ତୁ । ଏହା ଛଡା ଛୋଟ ପିଲାଙ୍କୁ ଏହି ସଂକ୍ରମଣ ରୁ ବଞ୍ଚିବା ପାଇଁ ମୁଖ୍ୟ ତିନୋଟି ଉପାୟ ହେଉଛି । ପ୍ରଥମରେ ସବୁବେଳେ ମାସ୍କ ପିନ୍ଧି ରହିବା । ସରକାର ଙ୍କ ନିର୍ଦେଶ କ୍ରମେ ଯଦି ପିଲା ୫ ବର୍ଷ ରୁ ଉର୍ଦ୍ଧ୍ବ ତେବେ ସେମାନେ ମାସ୍କ ଲଗାଇବା ଆବଶ୍ୟକ । ଦ୍ଵିତୀୟ ରେ ହେଉଛି ସାମାଜିକ ଦୂରତା ରଖିବା । ଏହି ସମୟରେ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ଲୋକଙ୍କ ଠାରୁ ଅଧିକ ମିଶିବା ଆବଶ୍ୟକ ନାହିଁ ।

ତୃତୀୟ ରେ ହେଉଛି ହାତ ଧୋଇବା ଏବଂ ସାନିଟାଇଜର କରିବା । ଆମେ ସବୁବେଳେ ନିଜ ହାତ କୁ ସାନିଟାଇଜର କରି ସଫା ରଖିବା ଆବଶ୍ୟକ । ମୁଖ୍ୟତଃ ଏହି ତିନୋଟି ଉପାୟ ଦ୍ୱାରା ହିଁ ଆପଣ ଏହି କରୋନା ରୁ ବର୍ତ୍ତି ପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *