ପିଲାଙ୍କ ଭବିଷ୍ୟତ ପାଇଁ ଆପଣ ଚିନ୍ତିତ କି ? ପୋଷ୍ଟ ଅଫିସ୍ ନେଇ ଆସିଛି ଆପଣଙ୍କ ପିଲା ପାଇଁ ନୂଆ ସ୍କିମ୍‌

ନମସ୍କାର ବନ୍ଧୁଗଣ । କଣ ଆପଣ ନିଜ ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି କି ? କିନ୍ତୁ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ପୋଷ୍ଟ ଅଫିସ ନେଇ ଆସିଛି ଆପଣଙ୍କ ପିଲାଙ୍କ ପାଇଁ ନୂଆ ସ୍କିମ । ଯେଉଁଥିରେ ଆପଣ ପିଲାଙ୍କ ଭବିଷ୍ୟତ ପାଇଁ ଦେଖିପାରିବେ ନୂଆ ସ୍ଵପ୍ନ । ଆଉ ପିଲାଙ୍କ ଭବିଷ୍ୟତ କୁ ସୁରକ୍ଷିତ କରିବା ଆସିଛି ଜବରଦାସ୍ତ ସ୍କିମ । ଏଥିପାଇଁ ଆପଣଙ୍କୁ ମାତ୍ର 6 ଟଙ୍କା ଜମା କରିବାକୁ ହେବ ।

ଆଉ ପାଇପାରିବେ ଲକ୍ଷେ ଟଙ୍କା । ତେବେ ଏହି ସ୍କିମ ହେଉଛି ପୋଷ୍ଟାଲ ର ବାଲ ଜୀବନ ବୀମା ଯୋଜନା । ଏବେ ଆସନ୍ତୁ ଆପଣ ଏହି ଯୋଜନା ମାଧ୍ୟମରେ କିପରି ଲକ୍ଷେ ଟଙ୍କା ପାଇପାରିବେ । ଆଜିକାଲି ଦେଖାଯାଉଛି ପିଲାଙ୍କ ଜନ୍ମ ପରେ ବାପା ମା ତାଙ୍କର ଭବିଷ୍ୟତ ପାଇଁ ନିବେଶ କରିବାକୁ ଇଚ୍ଛା କରିଥାନ୍ତି । ତେବେ ଆପଣ ଯଦି ପିଲାଙ୍କ ପାଇଁ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ପୋଷ୍ଟ ଅଫିସ ର ବାଲ ଜୀବନ ବୀମା ଯୋଜନ ଏକ ଭଲ ବିକଳ୍ପ ରହିଛି ।

ଏହି ସ୍କିମରେ ପ୍ରତିଦିନ 6 ଟଙ୍କା ଲେଖାଏଁ ଜମା କରି ପିଲାଙ୍କ ପାଠ ପଢା କ୍ଝାର୍ଚ୍ଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ । ତେବେ ପୋଷ୍ଟ ଅଫିସର ବାଲ ଜୀବନ ବୀମା ଯୋଜନା ଗ୍ରାମୀଣ ଡାକ ସେବକ ବୀମା ଅନ୍ତର୍ଗତ ଅଟେ । ଏହି ଯୋଜନାକୁ ପିଲାଙ୍କର ବାପା-ମା କ୍ରୟ କରିପାରିବେ । ଉକ୍ତ ଯୋଜନାକୁ କିଣିବା ପାଇଁ ମାତା ପିତା ଙ୍କ ବୟସ 45 ବର୍ଷ ବୟସ ହୋଇ ନ ଥିବା ଆବଶ୍ୟକ ।

ଯଦି ମା ବାପାଙ୍କର ବୟସ 45 ବର୍ଷରୁ ଅଧିକ ତେବେ ଏହି ଯୋଜନାରେ ସେମାନେ ଲାଭ ଉଠାଇ ପାରିବେ ନାହିଁ । ଏହି ବାଲ ଜୀବନ ବୀମା ଯୋଜନା 5ରୁ 20 ବର୍ଷର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଯୋଜନାରେ ପଲିଶି ହୋଲଡର ଅର୍ଥାତ ବାପା ମା ନିଜର 2 ଜଣ ସନ୍ତାନ କୁ ସାମିଲ କରିପାରିବେ । ଏହି ବୀମା ଯୋଜନା ଅନୁଯାୟୀ ପ୍ରତିଦିନ 6ରୁ 18 ଟଙ୍କା ଯାଏଁ ଜମା କରିପାରିବେ ।

କୌଣସି ପଲିଶି ହୋଲଡର ଏହି ପଲିଶି କୁ 5 ବର୍ଷ ଯାଏଁ କ୍ରୟ କରିପାରିବେ । ସେଥିପାଇଁ ତାଙ୍କୁ ପ୍ରତିଦିନ 6 ଟଙ୍କାର ପ୍ରିମିୟମ ଦେବାକୁ ପଡିବ । କିନ୍ତୁ ଯଦି ଏହି ପଲିଶି କୁ 20 ବର୍ଷର ବଢି ପାଇଁ କିଣାଯାଏ ତେବେ ତାକୁ ପ୍ରତିଦିନ 18 ଟଙ୍କା ପ୍ରିମିୟମ ଦେବାକୁ ହେବ । ଏହି ଯୋଜନାରେ ମାସିକ, 3 ମାସ, 6 ମାସ ଓ ବାର୍ଷିକ ଆଧାରରେ ପ୍ରିମିୟମ ଜମା କରିବାକୁ ହୁଏ ।

ଆଉ ଏହି ପଲିଶି ମ୍ୟାଚୁରୀଟି ପରେ 1 ଲକ୍ଷ ଟଙ୍କାର ପ୍ରିମିୟମ ପାଇ ହେବ । ଏହି ଯୋଜନାରେ ମ୍ଯାଚୁରୀଟି ପୂର୍ବରୁ ଯଦି ପଲିଶି ହୋଲଡରଙ୍କର ମୃତ୍ୟୁ ହୋଇଯାଏ ତେବେ ପ୍ରିମିୟମ ଛାଡ ହୋଇଥାଏ । ଏଭଳି ସ୍ଥିତିରେ ପିଲାର ପଲିଶି ପ୍ରିମିୟମ ହରାଇବାକୁ ପଡି ନ ଥାଏ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *