କଣ ଲକଡାଉନ ରେ ପିଲାଙ୍କ ପାଇଁ ଚିନ୍ତିତ ଅଛନ୍ତି କି ? ପିଲା କୌଣସି କଥା ମାନୁ ନାହାଁନ୍ତି ? ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ନମସ୍କାର ବନ୍ଧୁଗଣ ଆଜି ର ପିଲାମାନେ ନିଜ ବାପା ମାଆ ଙ୍କ କଥା କି ନ ମାନିବା,ଅତ୍ୟଧିକ ଚିଡିଚିଡ଼ ହେବା, ଅସମ୍ମାନ କରିବା, କିମ୍ବା ନିଜ ମନ ଇଚ୍ଛା କାର୍ଯ୍ୟ କରିବା ଏହା ବର୍ତ୍ତମାନ ର ସବୁଠାରୁ ବଡ଼ ସମସ୍ୟା । ତେବେ ଏହାର କାରଣ ଏବଂ ଏହାକୁ କିପରି ସୁଧାରି ପାରିବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

୧- ପ୍ରଥମ କଥାଟି ହେଉଛି ସ୍ନେହ ରେ ଅନ୍ଧ ହୋଇଯିବା । ସବୁ ବାପା ମାଆ ନିଜ ସନ୍ତାନ ଙ୍କୁ ବହୁତ ସ୍ନେହ ଏବଂ ଭଲ ପାଇବା ଦେଇଥାନ୍ତି । କିନ୍ତୁ କିଛି ବାପା ମାଆ ଏଭଳି ଥାଆନ୍ତି ଯେଉଁମାନେ ନିଜ ସନ୍ତାନ ପ୍ରେମ ରେ ଏପରି ଅନ୍ଧ ହୋଇ ଯାଆନ୍ତି କି ତାଙ୍କର ଭୁଲ କୁ ନଜର ଅନ୍ଦାଜ କରି ଦିଅନ୍ତି ।

ଯେପରି ଧୃତରାଷ୍ଟ୍ର ନିଜ ପୁତ୍ର ଦୁର୍ଯ୍ୟୋଧନ ଙ୍କ ଭୁଲ କୁ ନଜର ଅନ୍ଦାଜ କରିଥିଲେ ଏବଂ ପରେ ତାଙ୍କୁ ଏହାର ଫଳ ମଧ୍ୟ ଭୋଗିବାକୁ ପଡିଥିଲା । ତେଣୁ ସେହି ଭଳି ଆପଣ ମଧ୍ୟ ନିଜ ସନ୍ତାନ ର ଭୁଲ କୁ ଅଣଦେଖା କରନ୍ତୁ ନାହିଁ କାରଣ ଏହି ଛୋଟ ଭୁଲ ରୁ ହିଁ କିଛି ବଡ଼ ଭୁଲ ହୋଇ ଯାଇଥାଏ । ତେଣୁ ସନ୍ତାନ ପ୍ରେମ ରେ ଅନ୍ଧ ହେବା ଉଚିତ ନୁହେଁ ।

୨- ଦ୍ୱିତୀୟ ରେ ହେଉଛି ସ୍ନେହ କୁ ଜାଣିବା ପାଇଁ କୌଣସି ଵସ୍ତୁ ର ଆବଶ୍ୟକତା ନାହିଁ । କିଛି ବାପା ମାଆ ଏଭଳି ଥାଆନ୍ତି ଯେଉଁମାନେ ନିଜ ସ୍ନେହ କୁ ଜଣାଇବା କିମ୍ବା ପ୍ରକାଶ କରିବା ପାଇଁ ନିଜ ପିଲାଙ୍କୁ ଅନେକ ବସ୍ତୁ ଯାହା ତାଙ୍କୁ କୌଣସି ଆବଶ୍ୟକତା ନଥାଏ ଯେପରି ଫୋନ ତାକୁ ଉପହାର କରିଥାନ୍ତି । କିନ୍ତୁ ଏହା ଅନୁଚିତ କାର୍ଯ୍ୟ ଅଟେ । ନିଜର ଭଲପାଇବା ଜଣାଇବା ପାଇଁ କୌଣସି ବସ୍ତୁ ର ଆବଶ୍ୟକତା ନାହିଁ ଏବଂ ଏହା ଛଡା ଆପଣ ଯଦି ଏପରି କରନ୍ତି ତେବେ ଆପଣଙ୍କ ପିଲା ଆପଣଙ୍କ ଫାଇଦା ମଧ୍ୟ ଉଠାଇ ଦେଇଥାଏ ଏବଂ ତାକୁ ଯେଉଁ ଜିନିଷ ଦରକାର ନ ଦେଲେ ସେ ଅଧିକ ଜିଦି ଏବଂ ଅଳି କରିଥାଏ କାରଣ ସେ ଜାଣିଛି ଆପଣ ତାକୁ ପ୍ରେମ ସ୍ନେହ କରି ସେହି ଵସ୍ତୁ କୁ ଆଣିଦେବ କିନ୍ତୁ ଏଭଳି କରିବା ଉଚିତ ନୁହେଁ ।

୩- ତୃତୀୟ ରେ ହେଉଛି ପିଲାଙ୍କୁ ସମୟ ଦେବା । କିଛି ବାପା ମାଆ ଏଭଳି ଥାଆନ୍ତି ଯେଉଁମାନେ ଦୁଇ ଜଣ ଚାକିରୀ କରିଥାନ୍ତି ଏବଂ ସର୍ଵଦା ବ୍ୟସ୍ତ ରହିଥାନ୍ତି । ଏହି ବ୍ୟସ୍ତ ହେବା ଯୋଗୁଁ ସେମାନେ ନିଜ ପିଲା ମାନଂକୁ ଠିକ ଭାବେ ସମୟ ଦେଇ ପାରନ୍ତି ନାହିଁ ଏବଂ ଏହାର ବହୁତ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ଆପଣ ମାନେ ନିଜର ବ୍ୟସ୍ତ ବହୁଳ ଜୀଵନ ରେ କିଛି ସମୟ ନିଜ ସନ୍ତାନ କୁ ଦେବା ଉଚିତ ଯାହାଦ୍ୱାରା ଆପଣ ଦୁଇ ଜଣଙ୍କ ଭିତରେ ସମ୍ପର୍କ ନିବିଡ଼ ହେବା ସହ ସେ ଆପଣ ଙ୍କୁ ଖୁବ ସମ୍ମାନ ଏବଂ ଭଲ ମଧ୍ୟ ପାଇଥାଏ ।

୪- ଚତୁର୍ଥ ରେ ହେଉଛି ଘରର ପରିବେଶ । ଏକ ସନ୍ତାନ ର ବ୍ୟବହାର ତାର ଜୀଵନ ଶୈଳୀ ଆଦି ସେ ନିଜ ପରିବାର ର ପରିବେଶ ଅନୁସାରେ କରିଥାଏ । ଘରେ ବାପା ମାଆ ଙ୍କ ର ଯଦି ସର୍ଵଦା ଝଗଡା ହୁଏ ଏବଂ ସର୍ଵଦା ମତାନ୍ତର ହୁଏ ତେବେ ଏହାର ଖରାପ ପ୍ରଭାବ ସନ୍ତାନ ଉପରେ ପଡ଼ିଥାଏ ଏବଂ ସେ ଡିପ୍ରେସନ କୁ ମଧ୍ୟ ପଳାଏ ।

ତେଣୁ ଯଦି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କିଛି ବି ମତାନ୍ତର ହୁଏ ତାହାକୁ ସେମାନେ ନିଜ ସନ୍ତାନ ସାମ୍ନା ରେ ଆଲୋଚନା କରି ଝଗଡା ହେବା ଉଚିତ ନୁହେଁ । ଏହାଛଡା ନିଜ ସନ୍ତାନ ର ସବୁକଥା ରେ ରାଜି ହେବା ମଧ୍ୟ ଉଚିତ ନୁହେଁ । ଏହା ଥିଲା କିଛି କାର୍ଯ୍ୟ ଯାହାକୁ କରିବା ଦ୍ୱାରା ପିଲାମାନେ ଠିକ ରାସ୍ତା ରେ ଆସିବେ ଏବଂ ନିଜ ବାପା ମାଆ ଙ୍କୁ ସମ୍ମାନ ମଧ୍ୟ ଦେବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *