ପିଆଜ ଚୋପାକୁ ଅଳିଆ ଗଦାରେ ନ ପକାଇ ଏମିତି କରନ୍ତୁ ବ୍ୟବହାର, ମିଳିଥାଏ ଗଜବ ଫାଇଦା

ଖାଦ୍ୟରେ ପିଆଜର ବ୍ୟବହାର ସବୁଦିନ କରାଯାଇଥାଏ । ଯେବେ ବି ଆପଣ ପିଆଜ କୌଣସି ତରକାରିରେ ପକାନ୍ତି ବା ସାଲାଡ଼ ବନେଇବାର, ତେବେ ଆପଣ ଏହାର ଚୋପା ବାହାର କରି ଦେଇ ଥାଆନ୍ତି ଓ ପିଆଜକୁ ବ୍ୟବହାର କରି ଥାଆନ୍ତି । ପିଆଜ ଖାଇବା ଦ୍ଵାରା କେତେକ ପ୍ରକାରର ଲାଭ ଶରୀରକୁ ମିଳିଥାଏ ଓ ପିଆଜ ସାହାଯ୍ୟରେ ସୁନ୍ଦର ତ୍ଵଚା ଓ ଲମ୍ବା ଘନ ଚୁଟି ମଧ୍ୟ ମିଳପାରିବ । କିନ୍ତୁ ଆପଣ ଏହା ଜାଣନ୍ତି ନାହିଁ କି ଯେଉଁ ପିଆଜର ଚୋପାକୁ ଆପଣ ସବୁଦିନ ଡଷ୍ଟବିନରେ ପକାଇ ଦେଉଛନ୍ତି , ତାହା ପ୍ରକୃତରେ ଆପଣଙ୍କର କେତେ କାମର ଜିନିଷ ହୋଇପାରେ ,କେବଳ ଆପଣଙ୍କୁ ଜଣାଥିବା ଦରକାର ତାହାର ପ୍ରକୃତ ବ୍ୟବହାର ।

ପିଆଜ ଚୋପା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ଜଣାଯାଏ ଓ ପିଆଜର ଚୋପା ସାହାଯ୍ୟରେ କେତେକ ରୋଗକୁ ଦୁର କରାଯାଇପାରେ । ଆଜି ଆମେ ଆପଣଙ୍କୁ କହିବୁ ପିଆଜର ଚୋପାର କିଛି ଭଲ ‘ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଲାଭ ‘ ବିଷୟରେ । ଏହାକୁ ଜାଣିବା ପରେ ଆପଣ କେବେ ବି ପିଆଜ ଚୋପାକୁ ବାହାରେ ପକାଇବେନି , ଏହାର ମଧ୍ୟ ବ୍ୟବହାର କରିବେ । ତେବେ ଆସନ୍ତୁ ଜାଣିବା ପିଆଜ ଚୋପାରେ କଣ ଲାଭ ଅଛି ।

ତଣ୍ଟି ଦରଜ ଠିକ କରେ

ଗଳା ଖରାପ ହେବା ପରେ ଆପଣ କେତେ ପ୍ରକାରର ମେଡ଼ିସିନ ସେବନ କରିବା ଜାଗାରେ ପିଆଜର ଚୋପାର ପ୍ରୟୋଗ କରନ୍ତୁ । ପିଆଜର ଚୋପା ସାହାଯ୍ୟରେ ଗଳାକୁ ଠିକ କରାଯାଇପାରେ ଓ ତଣ୍ଟି ଦରଜରୁ ମଧ୍ୟ ଆରାମ ମିଳିପାରେ । ତଣ୍ଟି ଦରଜ ହେବା ପରେ ଆପଣ କିଛି ପିଆଜର ଚୋପା ନେଇ ତାକୁ ପାଣିରେ ଫୁଟାଇ ଦିଅନ୍ତୁ । ତାପରେ ସେହି ପାଣିକୁ ଛାଣି ଦିଅନ୍ତୁ ଓ ତାକୁ ଟିକେ ଥଣ୍ଡା କରି ଦିଅନ୍ତୁ । ଏହା ପରେ ଆପଣ ଏହି ପାଣିକୁ ପିଅନ୍ତୁ । ପିଆଜ ଚୋପାର ପାଣି ପିଇବା ଦ୍ଵାରା ଗଳା ଏକଦମ ଠିକ ହୋଇଯିବ । ଦିନରେ ଦୁଇ ଥର ଏହି ପାଣିକୁ ପିଅନ୍ତୁ ଦେଖିବେ ଗଳାକୁ ଆରାମ ମିଳିବ ।

ବ୍ୟାଡ଼ କୋଲେଷ୍ଟ୍ରଲ କରେ କମ

ଆପଣଙ୍କୁ ପିଆଜର ଚୋପାକୁ ସାରା ରାତି ପାଣିରେ ଭିଜାଇ ରଖିବାର ଅଛି ଓ ସକାଳୁ ଏହି ପାଣିକୁ ପିଇବାର ଅଛି । ଏହାର ସ୍ଵାଦ ଆପଣଙ୍କୁ ଭଲ ଲାଗିବନି , ଏଥିପାଇଁ ଆପଣ ଚାହିଁଲେ ଏଥିରେ ଅଳ୍ପ ଚିନି ମିଶେଇ ପାରିବେ । ପ୍ରତିଦିନ ଏହାର ସେବନ ଦ୍ଵାରା ଆପଣଙ୍କୁ କିଛିଦିନରେ ଫରକ ନିଶ୍ଚୟ ଦେଖା ଦେବ ।

ମୁହଁ ଦାଗ କମ କରେ

 

ଚେହେରାରେ ଦାଗ ହେବା ଦ୍ବାରା ଆପଣ କୌଣସି ପ୍ରକାରର କ୍ରିମର ପ୍ରୟୋଗ କରିବା ବଦଳରେ ପିଆଜର ଚୋପାର ପେଷ୍ଟ ଚେହେରାରେ ଲଗାନ୍ତୁ । ଚେହେରାରେ ପିଆଜର ଚୋପାର ପେଷ୍ଟ ଲଗାଇବା ଦ୍ଵାରା ଚେହେରା ରେ ଦାଗ କିଛି ରହିବ ନାହିଁ । ପିଆଜର ଚୋପା ଅଳ୍ପ ନେଇ ତାକୁ ବାଟି ଦିଅନ୍ତୁ । ଏହା ପରେ ସେଥିରେ ଚିନି ଓ ହଳଦୀ ମିଶେଇ ଦିଅନ୍ତୁ ଓ ପେଷ୍ଟ ତିଆରି କରନ୍ତୁ ,ସେହି ପେଷ୍ଟକୁ ନିଜ ଚେହେରାରେ ଲଗାଇ ଦିଅନ୍ତୁ । ଏହି ପେଷ୍ଟକୁ ୧୫ ମିନିଟ୍ ଯାଏ ଚେହେରାରେ ଲଗାଇ ଛାଡି ଦିଅନ୍ତୁ ଯେତେବେଳେ ଶୁଖି ଯିବ ତେବେ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ । ସପ୍ତାହ ରେ ଚାରି ପାଞ୍ଚ ଥର ଏହାକୁ ଲଗାନ୍ତୁ ଫରକ ନଜର ଆସିବ ।

ତ୍ଵଚାରେ କିଛି ପ୍ରକାର ଆଲାର୍ଜି ହେଲେ

ଯଦି ଆପଣଙ୍କ ତ୍ଵଚାରେ କୌଣସି ପ୍ରକାରର ଆଲାର୍ଜି ଅଛି ତେବେ ଆପଣ ପ୍ରତିଦିନ ପିଆଜ ଚୋପକୁ ରାତିରେ ପାଣିରେ ଭିଜେଇ ରଖନ୍ତୁ ଓ ସକାଳୁ ଏହାକୁ ମୁହଁରେ ସବୁଦିନ ଲଗାନ୍ତୁ ।

ଚୁଟିକୁ କରନ୍ତୁ ସୁନ୍ଦର

ଆପଣ ଚୁଟିକୁ ଚିକ୍କଣ କରିବା ପାଇଁ କେତେକ ପ୍ରକାର କଣ୍ଡିସ୍ନର ର ବ୍ୟବହାର କରିଥାନ୍ତି , ତେବେ ଏବେ ଠୁ ଆପଣ ପିଆଜ ଚୋପାର ପାଣି ମଧ୍ୟ ବ୍ୟବହାର କରି ପାରିବେ । ଏହା ଦ୍ବାରା ଆପଣଙ୍କ ଚୁଟି ନରମ ହୋଇ ସୁନ୍ଦର ହେବ । ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *