ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରକୁ ଫେରିବା ସମୟରେ ଝୁଣି ପକାଇଲା ବାଘ । ତେବେ ଏପରି କିଛି ବିପଦଜନ୍ନକ ପରିସ୍ଥିତି ସହ ମୁକାବିଲା କରି ଜଣେ ଯୁବକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ନୂଆପଡା ସିନାପାଲି ରେଞ୍ଜର ହୀରାପୁର ଗ୍ରାମର ସେନାପତି ମାଝି ନିଜର ଜଣେ ବନ୍ଧୁଙ୍କ ସହିତ ଭେଟ କରିବାକୁ ଯାଉଥିଲେ । ତେବେ ଶନିବାର ଦିନ ସେନାପତି ମାଝିଙ୍କର ସାଙ୍ଗର ଘର ଜଙ୍ଗଲ ଏରିଆ ଭିତରେ ହୋଇଥିବାରୁ ସେ ଜଙ୍ଗଲ ମଧ୍ୟ ଦେଇ ଘରକୁ ଫେରୁଥିଲେ ।

ତେବେ ସମୟ ପାଖାପାଖି ଅପରାହ୍ନ ୪ ରୁ ୫ ଟା ମଧ୍ୟରେ ହିଁ ହେବ । ତେବେ ସେହି ସମୟରେ ଯୁବକ ଜଣଙ୍କ କଲରାପତରିଆ ବାଘର ସାମ୍ନାରେ ପଡିଯାଇଥିଲେ । ତେବେ ବାଘ ଜଣଙ୍କ ମଧ୍ୟ ମଣିଷକୁ ପାଖରେ ଦେଖି ଯୁବକ ଜଣଙ୍କୁ ଝୁଣି ପକାଇଥିଲା । ତେବେ ଯୁବକ ଜଣଙ୍କ ବାଘର ଆକ୍ରମଣରେ ଜୋରରେ ଚିତ୍କାର କରିଥିଲେ । ତାପରେ ସେହି ଜଙ୍ଗଲ ଆଖପାଖ ଏରିଆର ସ୍ଥାନୀୟ ବାସିନ୍ଦା ମାନେ ଯୁବକ ଜଣଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ।
ତେବେ ସ୍ଥାନୀୟ ଲୋକଙ୍କର ବହୁ ପରିମାଣରେ ଏକତ୍ର ଦେଖି ତଥା ହୋହାଲା ଦେଖି ବାଘଟି ପାଖରେ ଥିବା ଏକ ତେନ୍ତୁଳୀ ଗଛ ଉପରେ ଚଢି ଯାଇଥିଲା । ତାପରେ ବହୁ କଷ୍ଟରେ ବାଘର ଆକ୍ରମଣରୁ ଯୁବକ ଜଣଙ୍କ ବର୍ତ୍ତୀ ପଡ଼ିଥିଲେ । ତାପରେ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ ସିନାପାଲୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ । ତେବେ ସେଠାରେ ଯୁବକ ଜଣଙ୍କର ବାଘ ଆକ୍ରମଣ କାରଣରୁ ତାଙ୍କ ସ୍ଵାସ୍ଥ ଅବସ୍ଥା ଗୁରୁତର ହୋଇଯାଇଥିଲା ।
ତେବେ ସିନାପାଲୀ ଚିକିତ୍ସାଳୟରେ ଯୁବକ ଜଣଙ୍କର ସ୍ଵାସ୍ଥ ଅବସ୍ଥା ଗୁରୁତର ଦେଖି ନୂଆପଡା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଦେଇଥିଲେ । ତେବେ ସେଠାରେ ଏବେ ସେନାପତି ନାମକ ଯୁବକ ଜଣଙ୍କ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ଖବର ପାଇ ବନ ବିଭାଗ ଟିମ ମଧ୍ୟ ଘଟଣା ସ୍ତଳରେ ପହଞ୍ଚିଥିଲେ । ତେବେ ସେଠାରେ ବାଘର ଗତି ବିଧିକୁ ନିରୀକ୍ଷଣ ମଧ୍ୟ କରିଥିଲେ ।

ଏହା ସହିତ ବାଘର ପାଦୁର୍ଭାବ ସେହି ଅଞ୍ଚଳରେ ବହୁ ପରିମାଣରେ ରହୁଥିବାରୁ ସେଠାକାର ସ୍ଥାନୀୟ ଲୋକଙ୍କୁ ଆଗୁଆ ସତର୍କ ମଧ୍ୟ କରାଇଦେଇଥିଲେ । ସେହି ବାଟ ଦେଇ ଲୋକଙ୍କୁ ଯିବା ପାଇଁ ବାରଣ ମଧ୍ୟ କରିଦେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

