ତେବେ ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦୀର୍ଘ ୮ ଦିନ ଧରି ଗଣମଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଉତ୍ତମ ପଣ୍ଡା । ଗତ କାଲି ବିଳମ୍ବିତ ରାତିରେ ସେ ନିଜ ଶଶୁର ଘର ଖଇରା ବ୍ଲକ ରାଇପଡା ଗ୍ରାମରେ ପହଞ୍ଚି ଛନ୍ତି । ଗତ ୨୩ ତାରିଖ ଦିନ ହଠାତ ଏକ କୋହଭରା ଚିଠି ଲେଖି ସେ କୁଆଡେ ନିଖୋଜ ହୋଇଯାଇଥିଲେ ।
ହେଲେ ଅଧିକ ଦିନ ସେ ନିଜ ପରିବାରକୁ ଛାଡି ରହିପାରି ନଥିଲେ ଶେଷରେ ସେ ଫେରିଲେ । ତେବେ ଗଣମଧ୍ୟମ ସାମ୍ନାକୁ ଆସି ଉତ୍ତମ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଉତ୍ତମଙ୍କ ମତରେ-‘ମୋର ଆଗରୁ ଗୋଟେ ସମସ୍ୟା ଥିଲା ସ୍ପାଇନାଲ ପ୍ରୋବ୍ଲେମ । ମୁ ମେଡ଼ିସିନ ଖାଉଥିଲି ହେଲେ ମୋର ଆଉ ଗୋଟେ ସମସ୍ୟା ଥିଲା ଥ୍ରୋଡ ଇନ୍ଫେକ୍ସନ’ ।
ଆଗକୁ ସେ କହିଛନ୍ତି-ଏହି ସମସ୍ୟା ପାଇଁ ମୁ ଡାକ୍ତରଙ୍କୁ ଯାଇ ଦେଖାଇଲି ସେ ମୋତେ ମେଡ଼ିସିନ ଦେଲେ । ମାସ ସେ ମେଡ଼ିସିନ ମୁ ଖାଇଲି ହେଲେ କିଛି ହେଲା ନାହିଁ । ଡାକ୍ତର ମଧ୍ୟ କ୍ୟାନ୍ସର ଡାକ୍ତରଙ୍କ ପାଖକୁ ଯାଇ ଦେଖା କରିବା ପାଇଁ କହିଲେ । ମୁ ସେଠି ଏକୁଟିଆ ରହୁଥିଲି ତେଣୁ ମୁ ବହୁତ ଚିନ୍ତାରେ ଆସି ଗଲି । ସେଠି କେହି ନଥିଲେ କାହାକୁ କହି ହେଉ ନଥିଲା କଣ କରିବି । ସେତେବେଳେ ମାନସିକ ଭାରସାମ୍ୟ ମୋର ଠିକ ନଥିଲା’ ।

ଆଗକୁ ସେ କହିଛନ୍ତି-‘ଏହା ପରେ ମୁ ଛୁଟି ନନେଇ ଘରକୁ ଚାଲି ଆସିଥିଲି । ଘରକୁ ଆସି ଗୋଟେ ଚିଠି ଲେଖି ମୁ ଚାଲି ଯାଇଥିଲି । ପ୍ରଥମେ ମୁ ହାଉଡାରେ ଥିଲି କିଛି ଦିନ ତା ପରେ ମୁ ବୃନ୍ଦାବନ ଚାଲି ଗଲି ଭଗବାନଙ୍କ ଦର୍ଶନ କରିବା ପରେ ମୋତେ ଲାଗିଲା ଘରକୁ ଯିବା ଦରକାର’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଉତ୍ତମ ନିଜ ମନର କଥା କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

