ସିରିଏଲ ‘ପବିତ୍ର ରିସ୍ତା’ ରେ ସ୍ଵାମୀ-ସ୍ତ୍ରୀ ଯୋଡିରେ ନଜର ଆସିଥିବା ଏହି 2 ଜଣ କଳାକାର ଆଜି ଏତେ ବର୍ଷ ପରେ ଦେଖା ଯାଆନ୍ତି କିଛି ଏମିତି, ଯାହାଙ୍କୁ ଦେଖିଲେ ଆପଣ ବି ଚିହ୍ନି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଟିଭି ସିରିଆଲ ‘ପବିତ୍ର ରିସ୍ତା’ ତ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ରେ ମାନବ ଓ ଅର୍ଚ୍ଚନା ଙ୍କ ଯୋଡ଼ି ବ୍ୟତୀତ ଅନ୍ୟ ଏକ ଯୋଡ଼ି କୁ ମଧ୍ୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ସେହି ଯୋଡ଼ିଟି ହେଉଛି ପୁର୍ବୀ ଓ ଅର୍ଜୁନ ଙ୍କ ଯୋଡ଼ି । ଏହି ଯୋଡ଼ି ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ହୃଦୟ କୁ କିଣି ନେଇଥିଲେ । ପରଦା ରେ ଏହି ଯୋଡ଼ି ପତି ପତ୍ନୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ ଏବଂ ଏହି ଯୋଡି ଙ୍କ ଭୂମିକା ପ୍ରଶଂସନୀୟ ରହିଥିଲା ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଯୋଡ଼ି କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ଏହି ଯୋଡ଼ି ବର୍ତ୍ତମାନ ସମୟରେ କଣ କରୁଛନ୍ତି ଏବଂ କିପରି ଅଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରସିଦ୍ଧ ଯୋଡ଼ି ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ପୁର୍ବୀ ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ । ଏହି ଅଭିନେତ୍ରୀ ଙ୍କ ନାମ ‘ଆଶା ନେଗୀ’ ଅଟେ । ତାଙ୍କ ଜନ୍ମ ୩୦ ଅଗଷ୍ଟ ୧୯୮୯ ମସିହା ରେ ଡେରାଡୁନ ରେ ହୋଇଥିଲା । ଏହି ଅଭିନେତ୍ରୀ ଡେରାଡୁନ ରେ ହିଁ ନିଜର ପାଠପଢ଼ା ପୁର୍ଣ କରିଥିଲେ । ଏହି ଅଭିନେତ୍ରୀ ଙ୍କ କ୍ୟାରିଅର ସମ୍ବନ୍ଧରେ ଯଦି କହିବା ତେବେ ସେ ଏକ ମଡେଲର ଭାବରେ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ ଏବଂ ମିସ୍ ଡେରାଡୁନ ହୋଇଥିଲେ ।

୨୦୧୦ ମସିହାରେ ଏହି ଅଭିନେତ୍ରୀ ସିରିଆଲ ‘ସପନୋ ସେ ଭରି ନେନା’ ରୁ ସେ ନିଜ ଅଭିନୟ କ୍ୟାରିଅର ର ଆରମ୍ଭ କରିଥିଲେ । ଏହାପରେ ସିରିଆଲ ‘ବଡେ ଅଛେ ଲଗତେ ହେ’, ‘ପବିତ୍ର ରିସ୍ତା’, ‘ଶୁଭ ବିବାହ’, ‘ଏକ ମୁଠୀ ଆସମାନ’ ଭଳି ସିରିଆଲ ରେ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥିଲା । ସିରିଆଲ ପୂର୍ଣ୍ଣ ହେବାର ୬ ବର୍ଷ ପରେ ବର୍ତ୍ତମାନ ଏହି ଅଭିନେତ୍ରୀ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ବର୍ତ୍ତମାନ ଏହି ଅଭିନେତ୍ରୀ ନିଜର ୩୧ ବର୍ଷ ବୟସ ପୂରଣ କରିସାରିଛନ୍ତି ।

ପୂର୍ବରୁ ସଂସ୍କାରି ଓ ସିଂପଲ ଦେଖା ଯାଉଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବହୁତ ଷ୍ଟାଇଲିସ ଏବଂ ସୁନ୍ଦର ଦେଖା ଯାଉଛନ୍ତି । ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ତାଙ୍କୁ ବର୍ତ୍ତମାନ ଅଭୟ୨ ୱେବ ସିରିଜ ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ।

ବର୍ତ୍ତମାନ ଆସନ୍ତୁ ଜାଣିବା ସିରିଆଲ ରେ ଅର୍ଜୁନ ନାମକ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ସମ୍ବନ୍ଧରେ । ଏହି ଅଭିନେତା ଙ୍କ ରିଅଲ ନାମ ‘ରିତ୍ଵିକ ଧନଯାନୀ’ ଅଟେ । ଏହି ଅଭିନେତା ଙ୍କ ଜନ୍ମ ୫ ନଭେମ୍ବର ୧୯୮୮ ମସିହାରେ ମଧ୍ୟପ୍ରଦେଶ ରେ ହୋଇଥିଲା । ଏହି ଅଭିନେତା ନିଜ କ୍ୟାରିଅର ର ଆରମ୍ଭ ଟିଭି ସିରିଆଲ ‘ବନ୍ଦନୀ’ ରୁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଟିଭି ସିରିଆଲ ‘ପ୍ୟାର କି ଏକ କହାନୀ’, ‘ପବିତ୍ର ରିସ୍ତା’ ଭଳି ରେ ଦେଖିବାକୁ ମିଳିଥିଲା ।

ସିରିଆଲ ପୂର୍ଣ୍ଣ ହେବାର ୬ ବର୍ଷ ପରେ ଏହି ଅଭିନେତା ଜଣକ ମଧ୍ୟ ବର୍ତ୍ତମାନ ବହୁତ ମାତ୍ରା ରେ ବଦଳି ସାରିଛନ୍ତି । ବର୍ତ୍ତମାନ ଏହି ଅଭିନେତା ନିଜର ୩୨ ବର୍ଷ ବୟସ ପୂର୍ଣ୍ଣ କରି ସାରିଛନ୍ତି । ପୂର୍ବରୁ ଫର୍ମାଲ ଓ ସିଂପଲ ଲୁକ କ୍ୟାରି କରୁଥିବା ଏହି ଅଭିନେତା ବର୍ତ୍ତମାନ ବହୁତ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ନିଜର ନୂଆ ପ୍ରୋଜେକ୍ଟ ପାଇଁ ବ୍ୟସ୍ତତା ରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *