ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା କୌଣସି ଫିଲ୍ମ ଷ୍ଟାର ଠାରୁ କମ ନୁହେଁ । ସୁର ଭାଇ ସବୁବେଳେ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚାରେ ରୁହନ୍ତି । ସୁର ଭାଇ ସମାଜସେବା କରିବା ସହ କେତେକ ଓଡିଆ ଆଲବମ ଭିଡିଓରେ ଗୀତ ଗାଇଛନ୍ତି ଓ କେତେକ ଓଡିଆ ଆଲବମ ଭିଡିଓରେ ଅଭିନୟ ମଧ୍ୟ କରିଛନ୍ତି ।

ତେବେ ବନ୍ଧୁଗଣ ସୁର ଭାଇ ଓଡିଶାରେ ଚାଲିଥିବା କେତେକ ଚର୍ଚ୍ଚିତ ମାମଲା ଉପରେ ନିଜର ବୟାନ ଦେଇଥାନ୍ତି । ହେଲେ ଆଜି ସୁର ଭାଇ ନିଜ ପୁଅ କଥାକୁ ନେଇ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଓ ନିଜ ପୁଅ ବିଷୟରେ କହିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୁର ଭାଇଙ୍କ ମତରେ-‘ପ୍ରଥମେ ଆପଣ ମାନେ ଶୁଣିଲେ ଖୁସି ହେବେ ଆପଣଙ୍କ ଓଡିଆ ପୁଅ ଏ ମାଟିରେ ଜନ୍ମ ପାଇକ ପରିବାରରେ ଜନ୍ମ ସିଦ୍ଧାର୍ଥ ରାଉତରାୟ । ସେ ମୋ ବଡ ପୁଅ ସେ ଆମେରିକାରେ ଆଇରନ ମ୍ୟାନ ଆୱାର୍ଡ ପାଇଛି । ସେଥିରେ ଲଢିବା ପାଇଁ ହେଲେ ୩୦ କିଲୋମିଟର ପହଁରିବ ସେଥିରୁ ଉତିନ୍ନ ହେବ । ୬୦ କିଲୋମିଟର ପାହାଡ ଉପରେ ସାଇକେଲିଙ୍ଗ କରିବ ସେଥିରେ ବି ଉତିନ୍ନ ହେବ’ ।
ଆଗକୁ ସେ କହିଛନ୍ତି-‘ତା ପରେ ଲାଷ୍ଟକୁ ଆସିବ ୪୨ କିଲୋମିଟର ଦଉଡା ମାନେ ଭୁବନେଶ୍ବରରୁ ଶାଖୀଗୋପାଳ ଦଉଡି ସେ ଆଇରନ ମ୍ୟାନ । ପ୍ରଥମ ୭ ଜଣଙ୍କ ମଧ୍ୟରେ ଯେଉଁ ମାନେ ରହିବେ ସେମାନେ ଆଇରନ ମ୍ୟାନ ପାଇବେ । ସେ ଏହି ଟାଇଟେଲ ପାଇଛି ଏବଂ ଗତ କାଲି ଦକ୍ଷିଣ ଆଫ୍ରିକାର ସର୍ବୋଛ ଗିରିଶୃଙ୍ଗ ଛୁଇଁଲେ ଓଡିଆ ପୁଅ ସିଦ୍ଧାର୍ଥ । ଏ ହେଉଛି ତାର ଫଟୋ ସେ ପାହାଡ ଉପରେ ଭାରତ ପତାକାକୁ ନେଇ ଉଡାଇ ଛନ୍ତି’ ।

ଆଗକୁ ସେ କହିଛନ୍ତି-‘ଜଣେ ଓଡିଆ ପୁଅ ହିସାବରେ ଗୋଟେ ଗର୍ବ ଆଉ ତା ବାପା ହିସାବରେ ରେଡି । କେଉଁ ଦିନ ଗୋଟେ ବନ୍ଧୁ ମିଳନ କରିଦେବା ତାରି ନାଁରେ କରିଦେବା କିଛି ଅସୁବିଧା ନାହିଁ । ପୁଅ ଯାଇ ଦକ୍ଷିଣ ଆଫ୍ରିକାରେ ଆମେରିକା ଚାରିଆଡେ ଚାକିରି କରି ସୁନାମ ଅର୍ଜନ କରୁଛି ଓଡିଆଙ୍କ ଗର୍ବ ବଢାଉଛି ଅଭିନନ୍ଦନ । ଜଗନ୍ନାଥ, ଯୀଶୁ, ଆଲାହ, ବୁଦ୍ଧ ତାକୁ ଆଶୀର୍ବାଦ ଦିଅନ୍ତୁ ଓ ସେମିତି ସେ ମାଡି ଚାଲୁ’ ।

