ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ସମସ୍ତ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।
ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ବର୍ତ୍ତମାନ କେତେକ ସ୍ଥାନ ରୁ ଲକଡାଉନ ଉଠାଇବା ପାଇଁ ଚିନ୍ତା କରୁଛନ୍ତି । ଆସନ୍ତା ଜୁନ ୧୭ରେ ଲକଡାଉନ ର ଅବଧି ଶେଷ ହେବାକୁ ଯାଉଛି । କିନ୍ତୁ ଏହି ସମୟ ରେ ଶୁଣୁବାକୁ ମିଳୁଛି ଯେ ପଶ୍ଚିମବଙ୍ଗ ରେ ଲକଡାଉନ କୁ ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ବିଧାନ ସଭା ନିର୍ବାଚନ ପରେ ପରେ ପଶ୍ଚିମବଙ୍ଗ ରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା । ବର୍ତ୍ତମାନ ମଧ୍ୟ ପଶ୍ଚିମବଙ୍ଗ ରେ କରୋନା ର ସଂକ୍ରମଣ ଦ୍ରୁତ ଗତି ରେ ବୃଦ୍ଧି ପାଉଛି । ତେଣୁ ପଶ୍ଚିମବଙ୍ଗ ର ରାଜ୍ୟ ସରକାର ଲକଡାଉନ ର ଅବଧି କୁ ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ କଟକଣା କୁ କୋହଳ କରାଯାଇଛି ।
ଦୋକାନ ବଜାର ଖୋଲିବାକୁ ସର୍ତ୍ତ ମୂଳକ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ସରକାର । ଏହା ସହିତ ସରକାର କେତେକ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି । ସେଠାରେ ଥିବା କଳକାରଖାନା ଗୁଡିକ କେବଳ ୫୦ ପ୍ରତିଶତ କର୍ମଚାରୀ ଙ୍କୁ ନେଇ କାର୍ଯ୍ୟ କରିପାରିବ । କର୍ମଚାରୀ ମାନେ ପୂର୍ବ ରୁ ଟୀକା ନେଇଥିବା ଆବଶ୍ୟକ ।
କ୍ଷମତା ର ୫୦ ପ୍ରତିଶତ କର୍ମଚାରୀ ଙ୍କୁ ନେଇ ବାର ଓ ରେସ୍ତୋରାଁ ଗୁଡିକ ନିଜର କାର୍ଯ୍ୟ ଆରମ୍ଭ କରିପାରିବେ । ଦିନ ୧୨ ଟା ରୁ ରାତି ୮ଟା ଯାଏ ଏହି ସବୁ ଖୋଲିପାରିବ । ବିନା ଦର୍ଶକ ରେ କ୍ରୀଡା ଆୟୋଜନ କରାଯାଇ ପାରିବ । ଜୁନ ୧୬ ତାରିଖ ରୁ ସରକାରି ଅଫିସ ଗୁଡିକ ୨୫ ପ୍ରତିଶତ କର୍ମଚାରୀ ଙ୍କୁ ନେଇ ଖୋଲିବ ।
ସକାଳ ୧୦ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସରକାରି ଅଫିସ ଗୁଡିକ ଖୋଲି ପାରିବ । ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟ ରେ ନାଇଟ କର୍ଫ୍ୟୁ ଜାରୀ କରାଯିବ । ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ସବୁ ପଦକ୍ଷେପ ନିଆଯାଉଛି ବୋଲି ମିଡ଼ିଆ ରେ ନିଜର ପ୍ରତିକ୍ରିୟା ରଖି କହିଥିଲେ ।
ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମ ରାଜ୍ୟରେ କଣ ଲକଡାଉନ ବଢାଯିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ