IAS Success Story- ପରୀକ୍ଷା ପୂର୍ବରୁ ଚାଲିଗଲେ ବାପା-ଭାଇ, ତଥାପି ଫାଷ୍ଟ ଚାନ୍ସ ବନିଗଲେ IAS, ଯାହାଙ୍କ ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆମେ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାରର ପରୀକ୍ଷା ଦେଇଥାଉ । ହେଲେ ଆମ ଦେଶର ସବୁଠାରୁ ବଡ ପରୀକ୍ଷା ହେଉଛି ୟୁପିଏସୀ ପରୀକ୍ଷା । ଏହି ପରୀକ୍ଷାରେ ପାସ ହେବା ପାଇଁ ବହୁତ ପିଲା ଦିନ ରାତି କଷ୍ଟ କରିଥାନ୍ତି । ଦେଶରେ ଏମିତି ବହୁତ କମ ପିଲା ଅଛନ୍ତି ଯେଉଁ ମାନେ ଏହି ପରୀକ୍ଷାରେ ପାସ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଆଇଏଏସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ପ୍ରୟାସରେ ଆଇଏଏସ କ୍ଲିଅର କରିଲେ ।

ଆଜି ଆମେ ଆପଣ ମାନଙ୍କୁ ହରିୟଣାର ହିମାଂଶୁ ନାଗପାଲଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୨୨ ବର୍ଷ ବୟସରେ ପ୍ରଥମ ପ୍ରୟାସରେ ଆଇଏଏସ ହୋଇଛନ୍ତି । ହେଲେ ଆଇଏଏସ ପାଇବା ପାଇଁ ସେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟକ । ପରୀକ୍ଷା ପୂର୍ବରୁ ସେ ତାଙ୍କ ବାପା ଓ ଭାଇଙ୍କୁ ହରାଇ ବସିଥିଲେ । ସ୍ଵାଭାବିକ ଭାବରେ ଏହା ତାଙ୍କ ମାନସିକ ଚିନ୍ତାକୁ ବଢାଇ ଦେଇଥିଲା । ବାପା ଭାଇଙ୍କୁ ହରାଇବା ପରେ ସେ ଠିକ ଭାବରେ ପାଠ ପଢି ପାରୁ ନଥିଲେ ।

ଏତେ ସବୁ ବ୍ୟକ୍ତିଗତ ସମସ୍ୟାରେ ମଧ୍ୟ ସେ ପରିକ୍ଷା ଦେଇ ଆଇଏଏସ ପରୀକ୍ଷାରେ ଉତିନ୍ନ ହୋଇଥିଲେ । ହିମାଂଶୁ ହେଉଛନ୍ତି ହରିୟଣାର ଏକ ଛୋଟ ଗାଁର ବାସିନ୍ଧା । ହିନ୍ଦୀ ମାଧ୍ୟମରେ ସେ ଏଣ୍ଟରମିଡିଏଟ ପାସ କରିଥିଲେ ହେଲେ ପାଠରେ ସେ ମେଧାବୀ ନଥିଲେ । ପାଠ ପଢାରେ ତାଙ୍କର ବିଶେଷ ମନ ଧ୍ୟାନ ନଥିଲା । ପ୍ରଥମ ଥର ଯେତେବେଳେ ସେ କଲେଜ ଯାଇଥିଲେ ସେତେବେଳେ ତାଙ୍କ ସହ ତାଙ୍କ ବାପା ଥିଲେ । କଲେଜ ନୋଟିସ ତାଲିକାରେ ଟପ୍ପର ମାନଙ୍କ ନାମ ଦେଖି ତାଙ୍କ ବାପା କହିଥିଲେ-‘ମୁ ଚାହେଁ ମୋ ପୁଅର ନାମ ଏହି ତାଲିକାରେ ରହୁ’ ।

ଏହା ପରେ ଯାହା ଘଟିଲା ତାହା ହିମାଂଶୁଙ୍କ ଜୀବନର ଗତି ପଥକୁ ବଦଳାଇ ଦେଇଥିଲା । ପୁଅକୁ ଛାଡି ଘରକୁ ଫେରୁଥିବା ସମୟରେ ତାଙ୍କ ବାପା ଏକ ଭୟଙ୍କର ଦୁ-ର୍ଘ-ଟ-ଣା-ରେ ନିଜ ପ୍ରାଣ ହରାଇଥିଲେ । ମୃ-ତ୍ୟୁ ପୂର୍ବରୁ ତାଙ୍କ ବାପାଙ୍କ ସେହି ଦୁଇ ପଦ କଥା ତାଙ୍କୁ ବଳ ଯୋଗାଇ ଥିଲା । ବହୁତ କମ ବର୍ଷ ବୟସରେ ସେ ପ୍ରଥମ ପ୍ରୟାସରେ ହିଁ ୟୁପିଏସୀ କ୍ଲିୟର କରିଥିଲେ । ସେ ନିଜ ସଫଳତାର ଶ୍ରେୟ ନିଜ ବାପାଙ୍କୁ ଦିଅନ୍ତି ।

ନିଜ ବାପାଙ୍କର ସବୁ କଥାକୁ ଧ୍ୟାନରେ ରଖି ଜୀବନରେ ସଫଳତା ପାଇବା ପାଇଁ ହିମାଂଶୁ ପ୍ରୟାସ କରିଥିଲେ । ତାଙ୍କ ବାପାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ଭାଇ ମଧ୍ୟ ପ୍ରାଣ ହରାଇଥିଲେ । ବାପା ଏବଂ ବଡ ଭାଇଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ହିମାଂଶୁ । ଚାରି ଦିଗ ତାଙ୍କୁ ଅନ୍ଧାର ଲାଗୁଥିଲା ସେ କାହା ସହ ମିଶୁ ନଥିଲେ । କିଛି ସମୟ ପାଇଁ ସେ ଡିପ୍ରେସନରେ ଚାଲି ଯାଇଥିଲେ । ସେହି ଖରାପ ସମୟରେ ତାଙ୍କ କକା ତାଙ୍କୁ ବହୁତ ସାହାସ ଦେଇଥିଲେ । ଆଜି ସେ ଏକ ଆଇଏଏସ ଅଫିସର ହୋଇଛନ୍ତି ଓ ନିଜ ବାପାଙ୍କ ନାମକୁ ଉଚ୍ଚ କରିଛନ୍ତି ।

Leave a Reply

Your email address will not be published. Required fields are marked *