ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ଏବଂ ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ ।
କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।
ତେବେ ଏହି ମହାମାରୀ ରୁ ବଞ୍ଚିବା ପାଇଁ ସରକାର ଭ୍ୟାକ୍ସିନ ର ବ୍ୟବସ୍ଥା ମଧ୍ୟ କରିଛନ୍ତି ପ୍ରଥମ ପର୍ଯ୍ୟାୟ ଦ୍ଵିତୀୟ ପର୍ଯ୍ୟନ୍ତ ର ଅତିକ୍ରମ ରେ ଏହି ଭ୍ୟାକ୍ସିନ ଦିଆ ଯାଉଛି । ତେବେ କରୋନା ହେଲା ପରେ କିଛି ଲୋକ ଶୀଘ୍ର ଭଲ ହୋଇ ଯାଉଛନ୍ତି ତ କିଛି ଲୋକଙ୍କୁ ନିମୋନିଆ ହୋଇ ତାଙ୍କ ଫୁସଫୁସ ଉପରେ ପ୍ରଭାବ ପକାଇବା ପରେ ସେମାନେ ଧୀରେ ଧୀରେ ଭଲ ହେଉଛନ୍ତି ।
ତେବେ ସେମାନେ ଭଲ ହେବା ପରେ ସେମାନଂକୁ ଗୋଟିଏ ଜିନିଷ ହେଉଛି ଶୁଖିଲା କାଶ । ଏହା ବହୁତ କଷ୍ଟ ମଧ୍ୟ ଦେଇଥାଏ ତେବେ କରୋନା ପରେ ଶୁଖିଲା କାଶ ହେବା ବହୁତ ସାଧାରଣ କଥା ଏହା ହୁଏତ ଗୋଟିଏ କିମ୍ବା ଦୁଇ ମାସ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରେ ।
ତେବେ ଏହା ହୁଏ କଣ ପାଇଁ ଏବଂ ଏହି ସମୟରେ ଆମକୁ କଣ କରିବା ଉଚିତ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା । ଏହା ହେବାର କାରଣ ହେଉଛି ଯେତେବେଳେ କରୋନା ଭାଇରସ ଆମ ପେଟ କୁ କିମ୍ବା ଆମ ଗଳା କୁ ପ୍ରଭାବିତ କରି ଥାଏ ସେତେବେଳେ ଆମ ଗଳା ରେ ଥିବା ଶିରା କି ମଧ୍ୟ ପ୍ରଭାବିତ କରି ଥାଏ ଏବଂ ସେହି ସମୟରେ ଆମକୁ ଶୁଖିଲା କାଶ ହୋଇଥାଏ ତେବେ ଏ ସବୁ କୁ ଭଲ ହେବା ପାଇଁ ଅତି କମ ରେ ଦୁଇ ମାସ ଲାଗି ଥାଏ ।
ଏହା ଛଡା ଆମକୁ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୁଏ ଏବଂ ଚିଡ଼ଚିଡା ଲାଗେ । ତେବେ ଏହି ସମୟରେ ଆମକୁ କଣ କରିବା ଉଚିତ ଆସନ୍ତୁ ଜାଣିନେବା । ଏହି ସମୟରେ ଆପଣ ମହୁ କୁ ଚାଟି କି ଖାଇ ପାରିବେ କିମ୍ବା ତୁଳସୀ ଏବଂ ମହୁ କୁ ମିଶାଇ ତାକୁ ମଧ୍ୟ ଖାଇ ପାରିବେ । ଏହା ଦ୍ୱାରା ଗଳା କୁ ବହୁତ ଆରାମ ମିଳିଥାଏ । କଫ କୁ ପତଳା କରି ବାହାର କରିବା ପାଇଁ ମିୟୁକୋଲାଇଟିକ୍ସ ନେଇ ପାରିବେ ।
ଏହା ଛଡା ଆପଣ ନିୟମିତ ଭାବେ ପ୍ରାଣାୟମ ମଧ୍ୟ କରି ପାରିବେ । ଆପଣ ଅଧିକ ଜୋର ଦେବେ ନାହିଁ ବାସ ହାଲକା ହାଲକା ପ୍ରାଣାୟମ କରି ପାରିବେ । ଏହା ସହିତ ବାମ୍ଫ ମଧ୍ୟ ନେବାକୁ ଭୁଲିବେ ନାହିଁ । ଏହା ଦ୍ୱାରା ମଧ୍ୟ କଫ ଗଳା ରୁ ବାହାରି ଆସିଥାଏ । ତେଣୁ ଏହି ସବୁ ପ୍ରକ୍ରିୟା ଦ୍ୱାରା ଦୁଇ ମାସ ଭିତରେ ଆପଣ ଙ୍କ ଅସୁବିଧା ଭଲ ହୋଇଯିବ ଏବଂ ଯଦି ନ ହୁଏ ତେବେ ଆପଣ ଡାକ୍ତର ଙ୍କ ସହିତ ପରାମର୍ଶ ମଧ୍ୟ ନେଇ ନିଜର ଚିକିତ୍ସା କରିବେ । ନିଜର ସୁରକ୍ଷା ନିଜ ହାତରେ ତେଣୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ