୫ କିଲୋ ଓଜନ କମାଇବା ପାଇଁ ଏହିପରି ବନାନତୁ ଲେମ୍ବୁପାଣି, ମାତ୍ର ଗୋଟିଏ ସପ୍ତାହରେ ଦେଖିବେ ଚମତ୍କାର- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣ, ପେଟ ସମସ୍ୟା ଓ ଚେହେରା ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ମୋଟାପଣକୁ କମାଇବା ପାଇଁ ଲୋକମାନେ ବହୁତ କିଛି ଉପାୟ କରୁଛନ୍ତି ଓ ପେଟ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ବହୁତ ଟଙ୍କାର ମେଡ଼ିସିନର ସେବନ କରୁଛନ୍ତି । ଏହା ସହିତ ଚେହେରା ଜନିତ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ବଜାରରୁ ମିଳୁଥିବା କେତେକ ଫେସକ୍ରିମ ଓ ଫେସୱାସର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଲେମ୍ବୁ ବହୁତ ଲାଭଦାୟକ ଅଟେ ।

ଆଜିଆମେ ଆପଣ ମାନଙ୍କୁ ଲେମ୍ବୁ ସହ ଜଡିତ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ସଂପୂର୍ଣ୍ଣ ଏହି ସମସ୍ତ ସମସ୍ୟାକୁ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆମର ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ଚାରୋଟି ଲେମ୍ବୁର ଆବଶ୍ୟକତା ପଡିବ । ପ୍ରଥମେ ଆପଣ ଚାରୋଟି ଲେମ୍ବୁ ନିଅନ୍ତୁ ଓ ଏହାକୁ ପାଣି ସାହାର୍ଯ୍ୟରେ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଏହି ସମସ୍ତ ଲେମ୍ବୁକୁ ଦୁଇ ଫାଳ କରି କାଟିଦିଅନ୍ତୁ ।

କାଟିବା ପରେ ଆପଣ ଏକ ପାତ୍ରରେ ଏହି ସମସ୍ତ ଲେମ୍ବୁର ରସକୁ ବାହାର କରିଦିଅନ୍ତୁ । ବନ୍ଧୁଗଣ ଏହି ଲେମ୍ବୁ ରସକୁ ଆପଣ ସାଇଡ କରିଦିଅନ୍ତୁ କାରଣ ଆମର ଏହି ଉପଚାର ପାଇଁ ଆମକୁ କେବଳ ଲେମ୍ବୁ ଚୋପାର ଆବଶ୍ୟକତା ରହିଛି । ଆପଣ ଏହି ଲେମ୍ବୁ ରସକୁ ଅନ୍ୟ କୌଣସି ଖାଦ୍ୟ ପାଇଁ ବ୍ୟବହାର କରିପାରିବେ ।

ବନ୍ଧୁଗଣ ଏହାପରେ ଆପଣ ଗ୍ୟାସରେ ଏକ ପାତ୍ର ବସାଇ ଦିଅନ୍ତୁ । ଏହାପରେ ଆପଣ ସେହି ପାତ୍ରରେ ଏକ ଲିଟର ପଣି ନିଅନ୍ତୁ । ଏହାପରେ ଆପଣ ସେହି ପାତ୍ରରେ ଲେମ୍ବୁ ଚୋପା ଗୁଡିକୁ ପକାଇ ଦିଅନ୍ତୁ । ବନ୍ଧୁଗଣ ଲେମ୍ବୁ ରସର ଫାଇଦା ତ ସମସ୍ତେ ଜାଣିଛନ୍ତି ହେଲେ ଲେମ୍ବୁ ଚୋପାର ଫାଇଦା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଲେମ୍ବୁ ଚୋପା ଆମ ଶରୀରର କେତେକ ବଡ ବଡ ରୋଗକୁ ଦୂର କରିବାରେ ବହୁତ ଲାଭଦାୟକ ଅଟେ ।

ବନ୍ଧୁଗଣ ଲେମ୍ବୁ ଚୋପାରେ ବହୁତ ମାତ୍ରାରେ ଭିଟାମିନ C, ଭିଟାମିନ B, ପୋଟାସିୟମ, କ୍ୟାଲସିୟମ ଓ ଫାଇବର ରହିଥାଏ । ବନ୍ଧୁଗଣ ଲେମ୍ବୁ ରସ ଅପେକ୍ଷା ଲେମ୍ବୁ ଚୋପାରେ ଅଧିକ ଭିଟାମିନ୍ସ ଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଲେମ୍ବୁ ଚୋପାର ବ୍ୟବହାର ନିଶ୍ଚୟ କରନ୍ତୁ । ଲେମ୍ବୁ ଚୋପାକୁ ପଣିରେ ୧୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।

ଫୁଟାଇବା ପରେ ଆପଣ ଏହି ପାଣିରେ ଅଧ ଚାମଚ କଳା ଲୁଣ ମିଶାଇ ଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହାକୁ ଭଲ ଭାବରେ ମିକ୍ସ କରି ଲେମ୍ବୁ ଚୋପାକୁ ପାଣିରୁ ଅଲଗା କରିଦିଅନ୍ତୁ । ବନ୍ଧୁଗଣ ଏହି ଉଷୁମ ପାଣିକୁ ଆପଣ ଗୋଟେ ଦିନରେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପିଅନ୍ତୁ । ଆପଣଙ୍କର ମୋଟାପଣ, ପେଟ ଜନିତ ସମସ୍ୟା ଓ ଚେହେରା ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *