ପାକିସ୍ତାନର ହାଣ୍ଡସମ୍ ଚା’ ବାଲାର ଗୋଟିଏ ଫଟୋ ଚା’ ବାଲାରୁ Model କରିଛି, ଲଣ୍ଡନ୍ ରେ ଖୋଲିବ Arshad Khanଙ୍କ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ପାକିସ୍ତାନରେ ରହୁଥିବା ଚା ‘ ବାଲାଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯାଇଥିଲା । ହଁ ଦର୍ଶକବନ୍ଧୁ ପାକିସ୍ତାନରେ ରହିଥିବା ହାଣ୍ଡସମ୍ ଚା ‘ ବାଲାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋ କୁ ଦେଖିଥିବା  ଲୋକେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ଏହି ଚା ‘ ବାଲାର ନାଁ ହେଉଛି ଅର୍ସଦ ଖାନ ସେ ଜଣେ ଚା ‘ ବ୍ୟାପାରି ଅଟନ୍ତି ।

ପାକିସ୍ତାନର ରାସ୍ତା କଡରେ ବସି ଚା ‘ ବିକ୍ରି କରନ୍ତି । ମାତ୍ର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଲୋକଙ୍କୁ ବହୁତ ପସନ୍ଦ ହୋଇଥିବା ହେତୁ ତାଙ୍କୁ ମୋଡେଲିଙ୍ଗ ଦୁନିଆରୁ ସୁଯୋଗ ମିଳିଥିଲା । ତେବେ ଅର୍ସଦ ଖାନ ଏବେ ବଡ ଷ୍ଟାର ରେ ପରିଣତ ହୋଇଛନ୍ତି । ପ୍ରଥମେ ତାଙ୍କୁ ମୋଡେଲିଙ୍ଗରୁ ସୁଯୋଗ ଆସିଥିଲା ପରେ ସେ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । କେତେକ ଲୋକେ ତାଙ୍କୁ ଚାର୍ମିଙ୍ଗ ଅର୍ସଦ ଡାକନ୍ତି ।

ଏହା ପରେ ଅର୍ସଦଙ୍କ ବହୁ ଟଙ୍କା  ରୋଜଗାର କରିଥିଲେ । ସେହି ପଇସାରେ ଅର୍ସଦ ଇସଲାମାବାଦରେ ତାଙ୍କର ନୂତନ ଚା ‘ ଷ୍ଟୋଲ ଖୋଲିଥିଲେ ଏହା ପରେ ମଧ୍ୟ ଅର୍ସଦଙ୍କ ଲୋକପ୍ରିୟତା କମି  ଥିଲା । କାରଣ ଚା ‘ ବାଲାରୁ ହିଁ ଲୋକେ ତାଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ । ତେବେ ଅର୍ସଦକୁ ନେଇ ନୂତନ ଅପଡେଟ୍ ହେଉଛି ।

ଅର୍ସଦ ଯିଏ କି ପାକିସ୍ତାନୀ ଚାର୍ମିଙ୍ଗ ଚା ‘ ବାଲା ଲଣ୍ଡନରେ ନିଜର ଚା ‘ ଆଉଟଲେଟ ଖୋଳୁଥିବାର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ଅର୍ସଦ ଚା ‘ ବନାଉଥିବା ଗୋଟିଏ ଫଟୋ ରାତାରାତି ତାଙ୍କ ଜୀବନକୁ ବଦଳାଇ ଦେଉଥିଳୀ ଏବଂ ସବୁଠାରୁ ଆକର୍ଷଣୀୟ ହେଉଛି ତାଙ୍କ ନୀଳ ରଙ୍ଗର ଆଖି । ଏହି ଆଖି ତାଙ୍କୁ ବହୁ ଉପରକୁ ନେଇଯାଇଥିଲା ମୋଡେଲିଙ୍ଗରେ ସେ ବହୁ ପ୍ରସିଦ୍ଧତା ହାସଲ କରିଛନ୍ତି ।

ମାତ୍ର ସେ ଯେତେ ଉଚ୍ଚକୁ ଉଠିଲେ ମଧ୍ୟ ନିଜର ମୂଳନିଧି ବା ଚା ‘ ବ୍ୟାପାରକୁ ଛାଡି ନାହାଁନ୍ତି । କାରଣ ଚା ‘ ର ଗୋଟିଏ ଫଟୋ ଭାଗ୍ୟ ବଦଳାଇଲା ସେଥିପାଇ ସେ ଲଣ୍ଡନରେ ତାଙ୍କର ଚା ‘ ଆଉଟଲେଟ ଖୋଲିଛନ୍ତି । ଆଶା କରୁଛି କି ଲଣ୍ଡନରେ ରହୁଥିବା ଲୋକେ ତାଙ୍କ ଚା ‘ ଙ୍କୁ ପସନ୍ଦ କରି ସ୍ନେହ ଦିଅନ୍ତୁ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *