ଟୋକିଓରେ ଚାଲିଥିବା ଅଲମ୍ପିକ୍ସ ଉପରେ ଏବେ ସାରା ଦୁନିଆର ନଜର । କିଏ କେଉଁ ପଦକ ଜିତିଲା ସବୁଆଡେ ଖାଲି ସେହି ଚର୍ଚ୍ଚା । ଗତ ଦିନ ମାନଙ୍କରେ ଅନେକ ଭାରତୀୟ ଖେଳାଳି ରୋପ୍ୟ ଓ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି ଓ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି ।
ବର୍ତ୍ତମାନ ଅଲମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତି ଆମ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । କେବଳ ଏତିକି ନୁହେଁ ବରଂ ଆମ ଦେଶ ଭାରତର ୧୨୫ ବର୍ଷର ସ୍ଵପ୍ନକୁ ସାକାର କରିଛନ୍ତି ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା । ତେବେ ଶୁଣିବାକୁ ମିଳୁଛି ଜାଭେଲିନ ଫିଙ୍ଗାଳୀ ନୀରଜଙ୍କ ଏହି ଐତିହାସିକ ବିଜଯ ପଛରେ ଓଡିଶାର ମଧ୍ୟ କିଛି ସମ୍ପର୍କ ରହିଛି । ଅନେକ ଲୋକ ଏହା ଜାଣି ନ ଥିବେ କିନ୍ତୁ ନୀରଜଙ୍କୁ ଏହି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଆମ ରାଜ୍ୟ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମର ମଧ୍ୟ ଖୁବ ହାତ ରହିଛି ।
କଳିଙ୍ଗ ଷ୍ଟାଡିୟମରେ ଅଭ୍ଯାସ ଜାରି ରଖିଥିଲେ ନୀରଜ । ଆଉ ଟୋକିଓରେ ଏବେ ସେ ଏହି ଅଭ୍ଯାସର କମାଲ ଦେଖାଇଛନ୍ତି । ଏହା ହେଉଛି ୨୦୨୦ ମସିହାର କଥା । ଗତ ବର୍ଷ ଡିସେମ୍ବର ମାସରେ ନୀରଜ କଳିଙ୍ଗ ଷ୍ଟାଡିୟମକୁ ଆସିଥିଲେ । ଏହା ପୂର୍ବରୁ ପଞ୍ଜାବର ପଟିଆଲା ସ୍ଥିତ ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟରେ ଅଭ୍ଯାସ କରୁଥିଲେ ନୀରଜ ଓ ସହ ଖେଳାଳି । କିନ୍ତୁ ସେଠାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଅଭ୍ଯାସରେ ବାଧା ଉପୁଜିଥିଲା ।
ସେଥିପାଇଁ ଏହା ଠାରୁ କମ ଥଣ୍ଡା ଥିବା ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମକୁ ତାଙ୍କ ଟ୍ରେନିଂ କ୍ୟାମ୍ପ ପରିବର୍ତ୍ତନ କରାଯାଇ ଥିଲା । ଅନ୍ୟ ଜାଭେଲିନ ଫିଙ୍ଗାଳୀମାନେ ତଥା ଶିବପାଲ ସିଂ, ଅନୁ ରାନୀ, ରୋହିତ ଯାଦବ ଓ ରାଜେନ୍ଦର ସିଂ ମଧ୍ୟ ସେହି ସମୟରେ ନୀରଜଙ୍କ ସହ ଓଡିଶା ଆସିଥିଲେ । ସେମାନେ ସମସ୍ତେ ଓଡିଶାରେ ରହିବା ସହ ପ୍ରତିଦିନ କଳିଙ୍ଗ ଷ୍ଟାଡିୟମ ଯାଇ ଟ୍ରେନିଂ ନେଉଥିଲେ । ୨୦୧୭ ମସିହାରେ ଏସିଆନ ଚମ୍ପିୟାନଶିପରେ ନୀରଜ ଏଠାରେ ମଧ୍ୟ ସ୍ଵର୍ଣ୍ଣ ଜିତିଥିଲେ ।
ସେତେବେଳେ ନେରାଜ କହିଥିଲେ କି ସେ ଅଲମ୍ପିକ୍ସ ପାଇଁ ଏଠାକୁ ଅଭ୍ଯାସ କରିବାକୁ ଆସିଛନ୍ତି । ଏହି ସହର ତଥା ଭୁବନେଶ୍ବର ସହ ତାଙ୍କର ଅନେକ ସ୍ମୃତି ଜଡିତ ଅଛି ବୋଲି ସେ କହିଥିଲେ । ଆଉ ଅମଧ୍ୟ ସେ କହିଥିଲେ କି ଅଲମ୍ପିକ୍ସରେ ସଫଳ ହେବାକୁ ସେ ନିଶ୍ଚୟ ଚେଷ୍ଟା କରିବେ । ତେବେ ନୀରଜ ସେତେବେଳେ ଯାହା କହିଥିଲେ ଏବେ ତାହା ପ୍ରକୃତରେ କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛା ଏବଂ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ଭାରତ ସରକାରଙ୍କ ସହ ଅନେକ ରାଜ୍ୟର ସରକାର ତାଙ୍କ ପାଇଁ ପୁରସ୍କାର ରାଶି ଏବଂ ଅନେକ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରି ସାରିଲେଣି । ଏପରିକି ଅତିପ୍ରିୟ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ତାଙ୍କ ପାଇଁ ୧ କୋଟିର ପୁରସ୍କାର ଘୋଷଣା କରିଛି । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କୁ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବିଜୟ ସମଗ୍ର ଭରତବାସୀଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର କାରଣ ହୋଇଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ