ଓଡିଶାର ଲୋକପ୍ରିୟ ଅଭିନେତ୍ରୀ Archita Sahu ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । ସିନେମା ଟି ସେତେବେଳ ପର୍ଯ୍ୟନ୍ତ ଭଲ ଲାଗି ନ ଥାଏ ଯେତେବେଳ ପର୍ଯ୍ୟନ୍ତ ନାୟିକା ଆସି ନ ଥାଏ ।

ଅନେକ ଫିଲ୍ମ କେବଳ ନାୟିକା ମାନଙ୍କ ର ଷ୍ଟାଇଲ ଓ ଲୁକ ପାଇଁ ହିଁ ହିଟ ହୋଇଯାଇଛି । ସେହିଭଳି ଜଣେ ନାୟିକା ହେଉଛନ୍ତି ଅର୍ଚ୍ଚିତା । ଅର୍ଚ୍ଚିତା ନିଜର ଉଚ୍ଚକୋଟୀର ଅଭିନୟ ଦ୍ୱାରା ସମସ୍ତ ଙ୍କ ମନ କୁ ଜିତି ପାରିଛନ୍ତି । ତେବେ ଏହି ଅଭିନେତ୍ରୀ ଙ୍କ ସମ୍ପତି କେତେ ଜାଣିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ଵିଷୟରେ ।

ବନ୍ଧୁଗଣ ଅର୍ଚ୍ଚିତା ସାହୁ ନାମ ବର୍ତ୍ତମାନ ଓଡିଶା ର ଘରେ ଘରେ ପରିଚିତ । କେବଳ ଓଡିଶା ନୁହେଁ ସମ୍ପୂର୍ଣ୍ଣ ଭାରତ ବର୍ଷ ର ଲୋକ ତାଙ୍କୁ ଜାଣିଛନ୍ତି । ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ର ଅତିପ୍ରିୟ କଳାକାର ହୋଇପାରିଛନ୍ତି । ଆପଣ କଣ ଜାଣିଛନ୍ତି କି ଅର୍ଚ୍ଚିତା ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିନଥିଲେ ସେତେବେଳେ ସେ ଜଣେ ବହୁତ ଭଲ କ୍ଲାସିକାଲ ଡ୍ୟାନ୍ସର ଥିଲେ । ସେହି ସମୟ ରେ ସେ ବହୁତ ଭଲ ଓଡିଶୀ ନୃତ୍ୟ ର ପ୍ରଦର୍ଶନ କରୁଥିଲେ ।

ତାଙ୍କ ସମୟ ରେ ସେ ଓଡ଼ିଶାର ଆଗ ଧାଡି ର ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରେ ଗଣନା କରାଯାଉଥିଲେ । ତାଙ୍କର ନୃତ୍ୟ ର ମଧ୍ୟ ଅନେକ ଲୋକ ଦିୱାନା ଥିଲେ । ସେ ୬ ବର୍ଷ ବୟସ ରୁ ଓଡିଶୀ ନୃତ୍ୟ ପରିବେଷଣ କରିଆସୁଛନ୍ତି । ଏହା ପରେ ସେ ୨୦୦୫ ମସିହା ରେ ଓଡ଼ିଆ ସିନେମା ଜଗତ ରେ ପାଦ ରଖିଥିଲେ ।

ତାଙ୍କ ର ପ୍ରଥମ ଚଳଚ୍ଚିତ୍ର ର ନାମ ହେଉଛି “ଓ ମାଇ ଲଭ” । ଏହି ଚଳଚ୍ଚିତ୍ର ଜରିଆ ରେ ସେ ଫିଲ୍ମ ରେ ଡେବ୍ୟୁ କରିଥିଲେ । ତାଙ୍କର ଅନେକ ଗୁଡିଏ ଫିଲ୍ମ ବହୁତ ସୁପରହିଟ ହୋଇଥିଲା । ତାଙ୍କ ଫିଲ୍ମ ଗୁଡିକ କେବଳ ଓଡିଶା ଭିତରେ ନୁହେଁ ଓଡିଶା ବାହାରେ ମଧ୍ୟ ସୁପରହିଟ ହୋଇଥିଲା ।

ଅର୍ଚ୍ଚିତା ଓଡିଶା ପାଇଁ ମଧ୍ୟ ବହୁତ ଗୋୖରବ ଆଣିପାରିଛନ୍ତି । ସେ ୨୦୧୩ ମସିହା ରେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ସେଥିରେ ସେ ପ୍ରଥମ ରନର୍ସ ଅପ ହୋଇପାରିଥିଲେ । ତାଙ୍କୁ ବର୍ତ୍ତମାନ ୨୭ ବର୍ଷ ବୟସ ଅଟେ । ଅର୍ଚ୍ଚିତା ଙ୍କ ପାଖରେ ଗୋଟିଏ ୫୫ ଲକ୍ଷ ଟଙ୍କାର ବି ଏମ ଡବ୍ଲୁ କାର ଅଛି । ଏହା ବ୍ୟତୀତ ତାଙ୍କ ପାଖରେ ଗୋଟିଏ ବଡ଼ ଘର ଅଛି ।

ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ଏହା ସହିତ ସେ ଗୋଟିଏ ବ୍ରାଣ୍ଡ ର ବିଜ୍ଞାପନ କରିବା ପାଇଁ ୩ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି । ସେ ୨୦୦୫ ରୁ ନେଇ ଆଜି ପର୍ଯ୍ୟନ୍ତ ମୋଟ ୩୫ ଟି ଫିଲ୍ମ କରିସାରିଛନ୍ତି । ଓଡ଼ିଶା ର । ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀ ତାଲିକା ରେ ତାଙ୍କ ନାମ ଶୀର୍ଷ ସ୍ଥାନ ରେ ରହିଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *