Odisha କୁ ଘନେଇଲାଣି ଡେଲ୍ଟା ପ୍ଲସ ର ଡର, ଜାଣନ୍ତୁ ଏ ନେଇ କଣ କହୁଛନ୍ତି ବିଶେଷଜ୍ଞ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ କରୋନା ମହାମାରୀ ନିଜ କୋପ ବର୍ଷାଇଛି । ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି ଓ ଏହି ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ରାଜ୍ୟ ସରକାର ମାନେ ଲକଡାଉନ ଘୋଷଣା କରିଛନ୍ତି ।

ବନ୍ଧୁଗଣ ଏହି ଲକଡାଉନ କାରଣରୁ ବହୁତ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା ଓ ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଆସିଛି ।

କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବ ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । କରୋନା ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଥିବା ବେଳେ ରାଜ୍ୟକୁ ଅନ୍ୟ ଏକ ବିପଦ ମାଡି ଆସିଛି । ବନ୍ଧୁଗଣ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଲୋକ ଡେଲ୍ଟା ପ୍ଲସରେ ଆକ୍ରାନ୍ତ ହୋଇ ଚିହ୍ନଟ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ମିଡିଆ ରିପୋର୍ଟସ ଅନୁସାରେ ଓଡିଶାର ଦେବଗଡ ଜିଲ୍ଲାର ଜଣେ ଲୋକ ଡେଲ୍ଟା ପ୍ଲସରେ ଆକ୍ରାନ୍ତ ହୋଇ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ରୋଗୀଙ୍କର ଚିକିତ୍ସା ହସ୍ପିଟାଲରେ କରାଯାଇଛି ଓ ସେ କେଉଁ ସ୍ଥାନରେ ଯାଇ ଆକ୍ରାନ୍ତ ହୋଇଥିଲେ ସେ ନେଇ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି ।

ଏହି ରୋଗୀ ଜଣକଙ୍କ ଟ୍ରାଭେଲ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦେଶରେ ବର୍ତ୍ତମାନ ଡେଲ୍ଟା ପ୍ଲସ ଭାରିୟାଣ୍ଟର ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହରାଷ୍ଟ୍ରରୁ ୨୦ ଜଣ, ତାମିଲନାଡୁରୁ ୯ ଜଣ, ମଧ୍ୟ ପ୍ରଦେଶରୁ ୭ ଜଣ, ପଞ୍ଜାବ ଏବଂ ଗୁଜୁରାଟରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବନ୍ଧୁଗଣ ଏହି ଡେଲ୍ଟା ପ୍ଲସ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ବହୁତ ଭଲ ଭାବରେ କରାଯାଉଛି ଓ ଏହି ଚିକିତ୍ସାକୁ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ନାସନାଲ ସେଣ୍ଟର ଅଫ ଡିଜିଜ କଣ୍ଟ୍ରୋଲର ନିର୍ଦେଶକ ଏସ କେ ସିଂହ କହିଛନ୍ତି । ଗତ ମେ ମାସରେ ଏହି ଡେଲ୍ଟା ପ୍ଲସ ରୋଗୀ ମାନଙ୍କର ଚିହ୍ନଟ କରଯାଇଥିଲା ଓ ବର୍ତ୍ତମାନ ଏହି ରୋଗରେ ଅଧିକାଂଶ ଲୋକ ଚିହ୍ନଟ ହେବାରେ ଲାଗିଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ସମୟରେ ସଚେତନ ରୁହନ୍ତୁ, ଓ ଏହାକୁ ଅଧିକ ମାତ୍ରାରେ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ ଯେପରି ଦ୍ଵିତୀୟ ଲହର ପରି ତୃତୀୟ ଲହର ଆଉ ତାଣ୍ଡବ ନ ରଚିବ ।

Leave a Reply

Your email address will not be published. Required fields are marked *