ଓଡିଆରେ ଏହି 2 ଟି ଗୀତ ଗାଇଥିଲେ Bollywood ର କୋକିଳକଣ୍ଠୀ Lata Mangeshkar ! ଜାଣନ୍ତୁ କଣ ଅଟେ ସେହି 2 ଟି ଗୀତ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ସେ ଗତ ଜାନୁୟାରୀ ମାସ ୮ ତାରିଖରେ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ।

କରୋନାରେ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ବନ୍ଧୁଗଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ଗତ କାଲି ସେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ । ତେବେ ବନ୍ଧୁଗଣ ଲତା ଭାରତର ସମସ୍ତ ଭାଷାରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲତା ଆମ ଓଡିଆ ଗୀତ ମଧ୍ୟ ଗାଇ ଛନ୍ତି । ଓଡିଆରେ ସେ ଦୁଇଟି ଗୀତ ଗାଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ସେହି ଦୁଇଟି ଓଡିଆ ଗୀତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟାରେ । ୧୯୭୬ ମସିହାରେ ଆସିଥିବା ଓଡିଆ ଫିଲ୍ମ ‘ଅରୁନ୍ଧତୀ’ର ଗୀତ ‘ଆଜି ମୁ ଶ୍ରାବଣୀ’ଟିକୁ ଲତା ମଙ୍ଗେସକର ଗାଇଥିଲେ ।

ଏହି ଗୀତରେ ଲତାଙ୍କ କଣ୍ଠଦାନ ଆଜି ମଧ୍ୟ ଦର୍ଶକ ମାନଙ୍କ ମନରେ ଭିନ୍ନ ଏକ ଜାଗା ସୃଷ୍ଟି କରେ । ଏହି ଗୀତର ଗୀତିକାର ଥିଲେ ଜୀବନ ନନ୍ଦ ପାଣି । ଏହା ଥିଲା ଲତାଙ୍କ ପ୍ରଥମ ଓଡିଆ ଗୀତ । ବନ୍ଧୁଗଣ ଏବେ ଆସନ୍ତୁ ଲତାଙ୍କ ଦ୍ଵିତୀୟ ଓଡିଆ ଗୀତ ବିଷୟରେ ଜାଣିବା । ଓଡିଆ ଫିଲ୍ମ ‘ସୂର୍ଯ୍ୟମୁଖୀ’ରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସକର । ଏହି ଫିଲ୍ମରେ ‘ଚୂନା ଚୂନା ତାରା ଫୁଲ’ ଗୀତଟିକୁ ଲତା ଗାଇଥିଲେ । ସୂର୍ଯ୍ୟମୁଖୀ ଓ ଅରୁନ୍ଧତୀ ଫିଲ୍ମରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର ।

ଏହି ଉଭୟ ଫିଲ୍ମର ସଂଗୀତକାର ଥିଲେ ଶାନ୍ତନୁ ମହାପାତ୍ର ଓ ଗୀତିକାର ଥିଲେ ଗିରିକୃଷ୍ଣ ଗୋସ୍ଵାମୀ । ଲତା ମଙ୍ଗେସକର ଓଡିଆ ଗୀତ ଗାଇବା ପଛରେ ଶାନ୍ତନୁ ମହାପାତ୍ରଙ୍କ ବିଶେଷ ଅବଦାନ ରହିଛି । ତା ହେଲେ ବନ୍ଧୁଗଣ ଲତା ମଙ୍ଗେସକରଙ୍କ ଏହି ଦୁଇଟି ଓଡିଆ ଗୀତ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *