ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହିଯାଉଛନ୍ତି ଯେ, ସେମାନେ ନିଜ ବିଷୟରେ ଭାବୁ ନାହାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜିଆମେ ଆସିଛୁ । ଆଜିଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଓଡିଆ ମଜାଦାର ଜୋକ୍ସ ବିଷୟରେ ।
୧. ମାଷ୍ଟର- ଝିଅ ମାନେ ଯଦି ପର ଧନ ହୋଇଥାନ୍ତି ତା ହେଲେ ପୁଅ ମାନେ କଣ ହୁଅନ୍ତି ?
ପପୁ- ସାର ପୁଅ ମାନେ ଚୋର ହୋଇଥାନ୍ତି ।
ମାଷ୍ଟର- କେମିତି ପପୁ ?
ପପୁ- କାରଣ ଚୋର ମାନଙ୍କ ନଜର ସବୁବେଳେ ପର ଧନ ଉପରେ ରହିଥାଏ ।
୨. ଏହି ଦୁନିଆରେ ମୁଣ୍ଡ ହେଉଛି ଏକ ଏପରି ଜିନିଷ ଯାହାକୁ ଖାଇ ହେବ, ଚାଟି ହେବ, ଥଣ୍ଡା କରିହେବ ଓ ଖରାପ କରିହେବ । କେବଳ ଏତିକି ନୁହେଁ ଏଥିରେ ଗୋବର ଏବଂ ନଡା ମଧ୍ୟ ଭରିହେବ ।
୩. ଗୋଟେ ପୁଅ ଏକ ଚାଇନିସ ଝିଅ ସହ ବିବାହ କରିଦେଲା, ଯେତେବେଳେ ସେ ନିଜ ସ୍ତ୍ରୀକୁ ନେଇ ନିଜ ମା ପାଖକୁ ଗଲା…
ମା ଡରିକି କହିଲା- ଆରେ ପୁଅ କଣ ନେଇ ଆସିଲୁ ଘରକୁ ।
ପୁଅ ଖୁସିରେ କହିଲା- ମା ଆପଣ ତ କହିଥିଲେ ଘରକୁ ଆସିବା ବେଳେ ଚିନୀ ଆଣିବା ପାଇଁ ।
୪. ଗୋଟେ ଲୋକ ଓକିଲ ପାଖକୁ ଯାଇ କହିଲା…
ଲୋକ- ମୋତେ ମୋ ସ୍ତ୍ରୀ ଠାରୁ ତଲାକ ଦରକାର ।
ଓକିଲ- ଗୋଟେ ଥର ଭଲ ଭାବରେ ଚିନ୍ତା କର, ଏମିତିଆ ସ୍ତ୍ରୀ ବାରମ୍ବାର ମିଳିବେ ନାହିଁ ।
୫. ଗୋଟେ ଗରିବ ଲୋକ କହିଲା- ଏମିତି ଜୀବନରୁ ତ ମରିଯିବା ଭଲ…
ସେହି ସମୟରେ ହଠାତ ଯମଦୂତ ଆସି କହିଲା- ତମର ଏହି ଇଛାକୁ ପୂରଣ କରିବା ପାଇଁ ମୁ ଆସିଛି ।
ଗରିବ ଲୋକ- ହେଇ ଦେଖ, ଏବେ ଗରିବ ଲୋକ ମଜାକ ବି କରିପାରିବ ନାହିଁ ।
୬. ଗୋଟେ ଭିକାରି ନିଜ ଦୁଇ ହାତରେ ଦୁଇଟି ତାଟିଆ ଧରି ଭିକ ମାଗୁଥିଲା…
ପପୁ ଭିକାରିର ତାଟିଆରେ ଏକ ପାଞ୍ଚ ଟଙ୍କା ପକାଇ ଦେଲା ଓ ପଚାରିଲା ।
ପପୁ- ତମେ ଦୁଇଟି ତାଟିଆ କାହିଁକି ଧରିଚ ?
ଭିକାରି- ମୁ ମୋର ଧନ୍ଦାକୁ ବଡ କରିବାକୁ ଚାହୁଁଛି । ସେଥିପାଇଁ ମୁ ଆଉ ଗୋଟେ ବ୍ରାଞ୍ଚ ଏଇଠି ଖୋଲି ଦେଇଛି ।
୭. ସ୍ତ୍ରୀ ତାର ସ୍ଵାମୀକୁ କହିଲା…
ସ୍ତ୍ରୀ ରାଗିକି- ମୋ ପାଖରେ ପ୍ରମାଣ ଅଛି ଯେ, ତମର ଚକର ପଡୋଶୀ ସହ ଚାଲିଛି ।
ସ୍ଵାମୀ- କଣ ପ୍ରମାଣ ଅଛି ତମ ପାଖରେ ?
ସ୍ତ୍ରୀ- ତାର ସ୍ଵାମୀ ଗତ କାଲି ତମର ଅଣ୍ଡର ୱେର ପିନ୍ଧି ଆମ ଘରକୁ ଆସିଥିଲା ।
୮. ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) – କାଲୀ ସବୁ କେମିତି ଥିଲା ?
ଝିଅ- କିଛି ଖାସ ନୁହେଁ
ସାଙ୍ଗ- କିଛି ଖାସ ନୁହଁ ମାନେ ?
କହ ନା…କଣ ହେଲା ?
ଝିଅ- କହିଲି ନା କିଛି ନୁହେଁ
ସାଙ୍ଗ- ପ୍ଳିଜ, ପ୍ଳିଜ କହ ନା କଣ ହେଲା ?
ଝିଅ- ତେବେ ଶୁଣ
ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ
ସାଙ୍ଗ- ପୁଣି କଣ ହେଲା ?
ଝିଅ- ପୁଣି ସେ ନିଜର କୋଟ ଖୋଲି ଖୁଣ୍ଟିରେ ଟାଙ୍ଗିଦେଲେ
ସାଙ୍ଗ- ଆରେ ଜଲ୍ଦି କହ ପୁଣି କଣ ହେଲା ?
ଝିଅ- ପୁଣି ସେ ନିଜର ପ୍ୟାଣ୍ଟ ବି ଓଲ୍ହାଇ ଖୁଣ୍ଟିରେ ଟାଙ୍ଗିଲେ
ସାଙ୍ଗ- ଓଃ କହ ନା ପୁଣି କଣ ହେଲା ?
ଝିଅ – ପୁଣି ସେ ନିଜ ସାର୍ଟ ବି ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ
ସାଙ୍ଗ – ଜଲ୍ଦି କହ ପୁଣି କଣ ହେଲା ?
ଝିଅ- ପୁଣି କଣ ହେଲା ନା ଯେମିତି ହିଁ ସେ ନିଜ ବନିୟାନ ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ, ଖୁଣ୍ଟି ଭାଙ୍ଗି ଗଲା ଓ ସେ ସାରା ରାତି ଖୁଣ୍ଟି ହିଁ ପିଟୁ ଥିଲେ
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ